ଦୋଛକିରେ ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ: ୧୮ବର୍ଷ ପରେ ବି ଉଧଉନି ଗଛ

ଖୋର୍ଦ୍ଦା(ବଳରାମ ଲେଙ୍କା): ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ଆବଶ୍ୟକ ହେଉଥିବା କାଠର ଚାହିଦା ମେଣ୍ଟାଇବା ପାଇଁ ୨୦୦୦ ମସିହାରେ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଥିଲା ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ। ଏହାକୁ ଖୋର୍ଦ୍ଧା ଜରିପୁଟ ବନ ପ୍ରକଳ୍ପ ମଧ୍ୟ କୁହାଯାଏ।  ଲକ୍ଷ୍ୟ ଥିଲା ଏଠାରେ ବୃକ୍ଷ ରୋପଣ କରାଯାଇ ଗଛ ବଡ଼ ହେବା ପରେ ସେହି କାଠକୁ ରଥ ତିଆରିରେ ବ୍ୟବହାର କରାଯିବ।  ତେବେ ଏହା ଭିତରେ ପ୍ରକଳ୍ପକୁ ୧୮ ବର୍ଷ ବିତି ଯାଇଥିଲେ ମଧ୍ୟ ଉଦ୍ୟାନରେ ଗଛ ବଡ଼ […]

forest

Rakesh Mallick
  • Published: Wednesday, 02 May 2018
  • , Updated: 02 May 2018, 10:57 AM IST

ଖୋର୍ଦ୍ଦା(ବଳରାମ ଲେଙ୍କା): ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ଆବଶ୍ୟକ ହେଉଥିବା କାଠର ଚାହିଦା ମେଣ୍ଟାଇବା ପାଇଁ ୨୦୦୦ ମସିହାରେ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଥିଲା ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ। ଏହାକୁ ଖୋର୍ଦ୍ଧା ଜରିପୁଟ ବନ ପ୍ରକଳ୍ପ ମଧ୍ୟ କୁହାଯାଏ।  ଲକ୍ଷ୍ୟ ଥିଲା ଏଠାରେ ବୃକ୍ଷ ରୋପଣ କରାଯାଇ ଗଛ ବଡ଼ ହେବା ପରେ ସେହି କାଠକୁ ରଥ ତିଆରିରେ ବ୍ୟବହାର କରାଯିବ।  ତେବେ ଏହା ଭିତରେ ପ୍ରକଳ୍ପକୁ ୧୮ ବର୍ଷ ବିତି ଯାଇଥିଲେ ମଧ୍ୟ ଉଦ୍ୟାନରେ ଗଛ ବଡ଼ ହେଉଛି ନା ରଥ ତିଆରେ କାଠ ବ୍ୟବହାର ହୋଇପାରୁଛି। ଖୋର୍ଦ୍ଧା ଜିଲ୍ଲାର ଜରିପୁଟରେ ରହିଛି ଏହି ବନ ପ୍ରକଳ୍ପ। ଏଥିରେ କିଛି ନିମ୍ବ ଗଛକୁ ଛାଡିଦେଲେ ଅନ୍ୟ ଗଛ ସବୁ ଖୁଣ୍ଟା ହୋଇଯାଇଛି।  କିଛି ଗଛ ମାଟିରୁ ଉଧଉ ନଥିବାରୁ ପ୍ରକଳ୍ପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି  ହୋଇଛି।

ଖାଲି ଜରିପୁଟ ନୁହେଁ ତରତୁଆ ଜଗନ୍ନାଥ ବନ ପ୍ରକଳ୍ପରେ ମଧ୍ୟ ସେହି ଏକା ଅବସ୍ଥା।  ଏଠାରେ ନିମ୍ବ ଗଛ ସହ ଫାଶି, ଶିଶୁଆ  ଓ ଗମ୍ଭାରୀ ଭଳି ଗଛ ଲଗାଯାଇଥିଲା।  ତେବେ ଦୁର୍ଭାଗ୍ୟର ବିଷୟ ୧୮ ବର୍ଷରେ ଏଠାରେ  ମାତ୍ର ୨୦ ପ୍ରତିଶତ ଗଛ ବଞ୍ଚିଛି।  ସେହିପରି ଚନ୍ଦନପୁରରେ ୧୦, କପିଳେଶ୍ୱରପୁରରେ ୧୫, ଟାଙ୍ଗୀରେ ୩୦, ବାଲିପାଟଣାରେ ୫୦ ଡେଲାଙ୍ଗ ଓ ରଣପୁର ଅଂଚଳରେ ୩୫ ପ୍ରତିଶତ ଗଛ ବଞ୍ଚିଥିବା ବନ ବିଭାଗ ସୂଚନା ଦେଇଛି।  ତେବେ ବେଗୁନିଆ ପଙ୍ଗାରସିଂର ୧୩୮ ହେକ୍ଟର ଅଞ୍ଚଳରେ ଲାଗିଥିବା ବନ ପ୍ରକଳ୍ପ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି।  ସ୍ଥାନୀୟ ଅଞ୍ଚଳର ଲୋକେ ଗଛ କାଟି ନେଇଯାଉଥିବାରୁ ଏଠାରେ କେବଳ ଉଇକେଲ ପଟାସ ଗଛ ଲଗାଇଥିବା ବନ ବିଭାଗ ସୂଚନା ଦେଇଛି।  ଏଥିପାଇଁ ପଥୁରିଆ ମାଟି ଓ ଜଳବାୟୁକୁ ବନ ବିଭାଗ ଦାୟୀ କରିଛି ।

https://youtu.be/uXgZHAJgXE4

Related story