ବେହାଲ ମେଡ଼ିକାଲ୍‌ କଲେଜର ଅବସ୍ଥା: ମିଳୁନି ଚିକିତ୍ସା, ରୋଗୀ ଖାଉଛନ୍ତି ନିମ୍ନମାନର ଖାଦ୍ୟ!

ବାରିପଦା (ମାଣିକଲାଲ ପାଣି): ବହୁ ସଂଘର୍ଷ ଓ ପ୍ରତିବାଦ ପରେ ମୟୂରଭଞ୍ଜକୁ ମିଳିଥିଲା ମେଡ଼ିକାଲ୍‌ କଲେଜ। ହେଲେ ଆବଶ୍ୟକ ସଂଖ୍ୟକ ଷ୍ଟାଫ୍‌ ନିଯୁକ୍ତି କରିବା ପାଇଁ ଭୁଲିଗଲେ ସରକାର! ଯେଉଁଥିପାଇଁ ମେଡ଼ିକାଲ୍‌ କଲେଜର ସ୍ୱାସ୍ଥ୍ୟ ଅବସ୍ଥା ବେହାଲ୍‌ ହୋଇଛି। ଘାଣ୍ଟି ସନ୍ତୁଳି ହେଉଛନ୍ତି ଜିଲ୍ଲାର ଗରିବ ଓ ଅସହାୟ ରୋଗୀ। ଯେଉଁ ରୋଗୀମାନେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି। ଠିକା ସଂସ୍ଥା ମେନ୍ୟୁ ଅନୁସାରେ ଖାଦ୍ୟ ଦେଉନଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ହେଉଛି ଏକ […]

Pandit-Raghunath-Murmu-Medi

  • Published: Friday, 09 December 2022
  • , Updated: 09 December 2022, 07:08 PM IST

ବାରିପଦା (ମାଣିକଲାଲ ପାଣି): ବହୁ ସଂଘର୍ଷ ଓ ପ୍ରତିବାଦ ପରେ ମୟୂରଭଞ୍ଜକୁ ମିଳିଥିଲା ମେଡ଼ିକାଲ୍‌ କଲେଜ। ହେଲେ ଆବଶ୍ୟକ ସଂଖ୍ୟକ ଷ୍ଟାଫ୍‌ ନିଯୁକ୍ତି କରିବା ପାଇଁ ଭୁଲିଗଲେ ସରକାର! ଯେଉଁଥିପାଇଁ ମେଡ଼ିକାଲ୍‌ କଲେଜର ସ୍ୱାସ୍ଥ୍ୟ ଅବସ୍ଥା ବେହାଲ୍‌ ହୋଇଛି। ଘାଣ୍ଟି ସନ୍ତୁଳି ହେଉଛନ୍ତି ଜିଲ୍ଲାର ଗରିବ ଓ ଅସହାୟ ରୋଗୀ। ଯେଉଁ ରୋଗୀମାନେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି। ଠିକା ସଂସ୍ଥା ମେନ୍ୟୁ ଅନୁସାରେ ଖାଦ୍ୟ ଦେଉନଥିବା ଅଭିଯୋଗ ହୋଇଛି।

[caption id="attachment_788133" align="aligncenter" width="650"] ତଳେ ବସିଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ[/caption]

ମୟୂରଭଞ୍ଜ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାର ଗରିବ ଲୋକଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ପାଇଁ ବହୁ ସଂଘର୍ଷ ପରେ ୨୦୧୭ ମସିହାରେ ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିଲା। ମେଡ଼ିକାଲ୍‌ କଲେଜ ପ୍ରତିଷ୍ଠା ହେବା ପରେ ଗରିବ ଲୋକଙ୍କ ଆଶା ଓ ଆଙ୍କାକ୍ଷା ପୂରଣ ହେବ ବୋଲି ଆଶା କରାଯାଉଥିଲା। ହେଲେ ଆଜି ପର୍ଯ୍ୟନ୍ତ ଲୋକଙ୍କ କିଣି ପାରୁନାହିଁ ମେଡ଼ିକାଲ୍‌ କଲେଜ। ପ୍ରତିଦିନ ନାନା ବିବାଦରେ ଛନ୍ଦି ହୋଇପଡ଼ୁଛି ମେଡ଼ିକାଲ୍‌। କେତେବେଳେ ସ୍ୱାସ୍ଥ୍ୟ ସେବାରେ ଡାକ୍ତରଙ୍କ ଅଭାବ ଅଭିଯୋଗ ହେଉଛି ତ ଆଉ କେତେବଳେ ମେଡିକାଲ୍‌ କଲେଜର ଆନୁସଙ୍ଗୀକ ବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଆଉ କେତେବେଳେ ନିମ୍ନମାର ଖାଦ୍ୟା ଯୋଗାଇବାକୁ ନେଇ।

[caption id="attachment_788132" align="aligncenter" width="650"] ତଳେ ଶୋଇଛନ୍ତି ରୋଗୀ[/caption]

ଦେଖିବାକୁ ଗଲେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ଉପରେ ମୟୂରଭଞ୍ଜ, ବାଲେଶ୍ୱର ଓ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରୁ ବହୁ ଲୋକ ନିର୍ଭର କରୁଛନ୍ତି। ଏଠାକୁ ଚିକିତ୍ସା ହେବା ପାଇଁ ପ୍ରତିଦିନ ଅନ୍ତଃଭାଗ ଓ ବହିଃର ବିଭାଗକୁ ୬୦୦ରୁ ୭୦୦ ରୋଗୀ ଆସୁଛନ୍ତି। ହେଲେ ରୋଗୀଙ୍କ ଉଚିତ ଚିକିତ୍ସା ମିଳୁନାହିଁ। ଯାହାକୁ ନେଇ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ମିଳିଥିବା ସୂଚନା ଅନୁସାରେ ମେଡିକାଲ୍‌ କଲେଜ ପାଇଁ ୨୧ ପ୍ରଫେସର ଦରକାର ଥିବା ବେଳେ ଅଛନ୍ତି ମାତ୍ର ୧୫ ଜଣ। ଠିକ୍‌ ସେହିପରି ଆସୋସିଏଟ୍‌ ୨୯ ପ୍ରଫେସର୍‌ ଆବଶ୍ୟକତା ଥିବା ବେଳେ ଅଛନ୍ତି ୨୩। ୪୭ ଆସିଷ୍ଟାଣ୍ଟ ପ୍ରଫେସର୍‌ ଦରକାର ଥିବା ବେଳେ ଅଛନ୍ତି ୪୨। ୩୭ ସିନିୟର୍‌ ରେସିଡେନ୍ସିଆଲ୍‌ ଡାକ୍ତର ଆବଶ୍ୟକତା ଥିବା ବେଳେ ୧୨ ଜଣ ଅଛନ୍ତି। ୨୫ ଟିୟୁଟୋର ଦରକାର ଥିବାବେଳେ ଅଛନ୍ତି ୧୨। ଜୁନିଅର ରେସିଡେନ୍ସିଆଲ୍ ଡାକ୍ତର ୩୮ ଦରକାର ଥିବାବେଳେ ୧୦ ଜଣ ଅଛନ୍ତି। ଦେଖିବାକୁ ଗଲେ ସମସ୍ତ ବିଭାଗରେ ଡାକ୍ତରଙ୍କ ସଂଖ୍ୟା ରହିଛି। ଯେଉଁଥିପାଇଁ ରୋଗୀ ସେବାରେ ବ୍ୟାଘାତ ହେଉଛି।

ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଦିଆଯାଉଛି ନିମ୍ନମାନର ଖାଦ୍ୟ

ମେଡ଼ିକାଲ୍‌ ଜଲେଜରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ରନ୍ଧା ଖାଦ୍ୟା ଯୋଗାଇବା ପାଇଁ ସରକାର ଖୋଲିଛନ୍ତି କ୍ୟାଣ୍ଟିନ୍‌। ସେଥିପାଇଁ ଠିକା ସଂସ୍ଥା ପ୍ରତି ମାସ କୋଟି କୋଟି ଟଙ୍କା ନେଉଛି। ହେଲେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ମିଳୁଛି ନିମ୍ନମାନର ଖାଦ୍ୟ। ଯେଉଁ ଖାଦ୍ୟା ଖାଇବା ଯୋଗ୍ୟ ନୁହେଁ। ତାହା ପୁଣି ଠିକ୍‌ ସମୟରେ ନୁହାଁ। ଠିକା ସଂସ୍ଥା ମନଇଚ୍ଛା ତା’ ସୁବିଧା ଅନୁସାରେ ଖାଦ୍ୟ ଯୋଗାଉଛି। ଏହାର ପ୍ରତିବାଦ କରେ ଖାଦ୍ୟ ବାଣ୍ଟୁଥିବା ଲୋକମାନେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଠିକା ସଂସ୍ଥା ମେନ୍ୟୁ ଅନୁସାରେ ଖାଦ୍ୟ ଯୋଗାଇବା କଥା। ହେଲେ ସେହି ମେନ୍ୟୁ ଠିକା ସଂସ୍ଥା ମାନୁନଥିବା ରୋଗୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ମେଡ଼ିକାଲ୍‌ କର୍ତ୍ତପକ୍ଷ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଆଲୋଚନା ହେଉଛି।

[caption id="attachment_788130" align="aligncenter" width="650"] ମେଡ଼ିକାଲ୍‌ ମେନ୍ୟୁ[/caption]

ନିମ୍ନମାନର ଖାଦ୍ୟ ନେଇ ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ୍‌ ପ୍ରତିଭା ପଣ୍ଡା କହିଛନ୍ତି, “ନିମ୍ନମାନର ଖାଦ୍ୟ ଦେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ସମ୍ପୃକ୍ତ ଠିକା ସଂସ୍ଥାକୁ ଡାକି ତାଗିଦ କରାଯାଇଥିଲା। ତା’ପରେ ସେ ଠିକ୍‌ ଖାଦ୍ୟ ଦେଉଥିଲା। ଆଜି ପର୍ଯ୍ୟନ୍ତ ନିମ୍ନମାନର ଖାଦ୍ୟ ଦେଉଥିବା ନେଇ କେହି ଅଭିଯୋଗ କରିନଥିଲେ। ଆଜି ପ୍ରଥମ ଥର ପାଇଁ ଶୁଣିବାକୁ ପାଇଲି। ଏହା ସମାଧାନ କରିବୁ।”

Related story