ପଛଘୁଞ୍ଚା ଦେଲା ପୋସ୍କୋ: ଜମି ଫେରାଇବାକୁ ଲେଖିଲା ଚିଠି

ଭୁବନେଶ୍ୱର: ଶିଳ୍ପ ପ୍ରତିଷ୍ଠା ପାଇଁ ପୋସ୍କୋ ପଛଘୁଞ୍ଚା ଦେଇଛି। ବକେୟା ଅର୍ଥ ମଗାଯିବାରୁ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ନ ଥିବା ପୋସ୍କୋ ଜଣାଇଛି ବୋଲି ଆଜି ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି। ସେ କହିଛନ୍ତି,“ପୋସ୍କୋ ଉପରେ ସେସ୍‌ ଓ ଅଣଟିକସ୍‌ ବାବଦକୁ ୮୬ କୋଟି ୯୩ ଲକ୍ଷ ଟଙ୍କା ବାକି ରହିଛି। ଏହି ଟଙ୍କା ପୈଠ କରିବାକୁ ନୋଟିସ୍‌ କରାଯାଇଥିଲା। ହେଲେ ପୋସ୍କୋ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହୀ ନ ଥିବା କହିବା ସହ […]

debi-devi-prasad

Rakesh Mallick
  • Published: Monday, 20 March 2017
  • , Updated: 20 March 2017, 10:48 PM IST

ଭୁବନେଶ୍ୱର: ଶିଳ୍ପ ପ୍ରତିଷ୍ଠା ପାଇଁ ପୋସ୍କୋ ପଛଘୁଞ୍ଚା ଦେଇଛି। ବକେୟା ଅର୍ଥ ମଗାଯିବାରୁ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ନ ଥିବା ପୋସ୍କୋ ଜଣାଇଛି ବୋଲି ଆଜି ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି। ସେ କହିଛନ୍ତି,“ପୋସ୍କୋ ଉପରେ ସେସ୍‌ ଓ ଅଣଟିକସ୍‌ ବାବଦକୁ ୮୬ କୋଟି ୯୩ ଲକ୍ଷ ଟଙ୍କା ବାକି ରହିଛି। ଏହି ଟଙ୍କା ପୈଠ କରିବାକୁ ନୋଟିସ୍‌ କରାଯାଇଥିଲା। ହେଲେ ପୋସ୍କୋ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହୀ ନ ଥିବା କହିବା ସହ ଓ ଜମି ଫେରାଇବାକୁ ଚିଠି ଲେଖିଛି।”

ପୋସ୍କୋର ୧୭୦୦ ଏକର ଜମି ଏବେ ରାଜ୍ୟ ସରାକରଙ୍କ ପାଖରେ ଅଛି।

ସେହିପରି ଆଜି ବିଧାନସଭାରେ ଶିଳ୍ପ ବିଭାଗ ପାଇଁ ୨୭୯ କୋଟି ୬୯ ଲକ୍ଷ ୨୮ ହଜାର ଟଙ୍କା ଖର୍ଚ୍ଚଦାବି ଗୃହୀତ ହୋଇଛି। ଏହାସହ ଶିଳ୍ପମନ୍ତ୍ରୀ ଦୁଇଟି ନୂଆ ପଲିସି ଘୋଷଣା କରିଛନ୍ତି। ଏରୋସ୍ପେସ୍‌, ପ୍ରତିରକ୍ଷା ଉତ୍ପାଦନ ପଲିସି ଓ ଅଟୋ ମୋବାଇଲ, କମ୍ପୋନେଟ୍‌ ପଲିସି ଘୋଷଣା କରାଯାଇଛି।

Related story