ଜମାକାରୀଙ୍କ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପକାରୀ ପୋଷ୍ଟମାଷ୍ଟର ଗିରଫ

କଟକ(ଓଡ଼ିଶା ରିପୋର୍ଟର):ଡାକଘରେ ଜମାକାରୀଙ୍କ କୋଟିଏରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗରେ ପୋଷ୍ଟ ମାଷ୍ଟରକୁ କଟକ ସଦର ପୋଲିସ୍ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ କଟକର ବୟାଳିଶମୌଜା ଝାରକଟା ପୋଷ୍ଟ ମାଷ୍ଟର ନାରାୟଣ ଦାସ।

ନାରାୟଣ ଦାସ ଜମାକାରୀଙ୍କ ୧କୋଟିରୁ ଅଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା।  ୩ମାସ ହେବ ସେ ଫେରାର ଥିଲେ। ଗିରଫ କରିବା ପରେ ଏହି ଦୁର୍ନୀତିର ପର୍ଦ୍ଦାଫାସ୍  ହେବ ବୋଲି ଆଶା କରାଯାଉଛି।