ନୂଆପଡ଼ା (ଓଡ଼ିଶା ରିପୋର୍ଟର):ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯାଉଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗଣମାଧ୍ୟମରେ ଦିଆଯାଉଛି ବଡ଼ ବଡ଼ ବିଜ୍ଞାପନ। ହେଲେ ବାସ୍ତବ ଚିତ୍ର ଅଲଗା। ଏମିତି କି ବିଜ୍ଞାପନରେ ପୋଷ୍ଟର ବୟ ସାଜିଥିବା ନୂଆପଡ଼ା ଜିଲ୍ଲା ଭେଲା ଗାଁର ହୃଦ୍ରୋଗୀ ଲକ୍ଷ୍ମଣ କୁମାରଙ୍କୁ ଟଙ୍କାଟିଏ ବି ମିଳି ନ ଥିବା ସେ ଅଭିଯୋଗ ଆଣିଛନ୍ତି ।
ଲକ୍ଷ୍ମଣଙ୍କ ଚିକିତ୍ସା ପାଇଁ ସରକାର ସବୁ ସୁବିଧା ଯୋଗାଇଥିବା ନେଇ ବିଜ୍ଞାପନରେ ତାଙ୍କ ଫଟୋ ଛାପିଥିଲେ। ହେଲେ ଲକ୍ଷ୍ମଣ ଏ ବିଜ୍ଞାପନ ଦେଖି ଖୁବ ମର୍ମାହତ ବୋଲି କହିଛନ୍ତି । ଏପରିକି ୨ ମାସ ହେଲାଣି କଟକ ବଡ଼ ମେଡିକାଲ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ବୋଲି ଦୁଃଖର ସହ କହିଛନ୍ତି ଲକ୍ଷ୍ମଣ। ଏପଟେ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିଜେପି। ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ନୂଆପଡ଼ାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସରକାରକୁ ପ୍ରଚାର ସର୍ବସ୍ୱ କହିଥିବା ବେଳେ ନବୀନଙ୍କୁ ମିଥ୍ୟାର ସୌଦାଗର ବୋଲି କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭରତପୁର ଥାନା ପ୍ରସଙ୍ଗ: ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଥାନା ଓ ଫାଣ୍ଡିରେ ସିସିଟିଭି ଲଗାଇବା କାମ ସାରିବାକୁ ନିର୍ଦ୍ଦେଶ
ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ନେଇ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇ ଏପରି ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ। ସେଣ୍ଟ୍ରାଲ ମନିଟରିଂ ସିଷ୍ଟମରେ ସମସ୍ତ ସିସିଟିଭିକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟା ମଧ୍ୟ ସେହି ତାରିଖ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି।
Crime
ଦୋକାନ ଖୋଲି ପାଣି ପାଇଁ ଯାଇଥିଲେ; ଲୁଟିନେଲେ ସୁନା ଅଳଙ୍କାର
ଆଜି ସକାଳେ ସୁନା ଦୋକାନୀ ଜଣଙ୍କ ଦୋକାନ ଖୋଲି ପାଣି ଆଣିବାକୁ ଯାଇଥିଲେ।
Crime
ସାଙ୍ଗ ଦେଲା ବିଶ୍ୱାସରେ ବିଷ, ରାତି ଅଧରେ ମୁଣ୍ଡକୁ ଛେଚିଦେଲା
ସାଙ୍ଗ ଦେଲା ବିଶ୍ୱାସରେ ବିଷ। ରାତି ଅଧରେ ଘଟାଇଲା ନାରକୀୟ କାଣ୍ଡ। ସାଜିଲା ଘାତକ, ନେଇଗଲା ଜୀବନ ।
Crime
ଯୁବକକୁ ପିଟି ପିଟି ମାରିଦେବା ଘଟଣା; ଫାଣ୍ଡି ଅଧିକାରୀ ନିଲମ୍ବିତ
ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ ଯୁବକକୁ ପିଟି ପିଟି ମାରିଦେବା ଘଟଣାରେ ନିଲମ୍ବିତ ହୋଇଛନ୍ତି ଫାଣ୍ଡି ଅଧିକାରୀ। ଦାୟିତ୍ୱରେ ଅବହେଳା ଅଭିଯୋଗରେ ସାର୍ଥା ଫାଣ୍ତି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତି ନିଲମ୍ବିତ ହୋଇଛନ୍ତି।
Crime
ଲୁଟିଲେ; ବ୍ୟାଙ୍କ ଲକରରେ ନିଆଁ ଲଗାଇ ଚମ୍ପଟ ମାରିଲେ
ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ପାଇଁ କଷ୍ଟକର ହୋଇ ହୋଇପଡ଼ିଛି।