ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରି ପକାଇଲେ କଂଗ୍ରେସ କର୍ମୀ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଘଟଣାକୁ ନେଇ ସାରା ରାଜ୍ୟରେ ବନ୍ଦ ପାଳନ କରାଯାଉଛି। ବନ୍ଦ ପାଳନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟର କଂଗ୍ରେସ କର୍ମୀମାନେ ଚିରି ଦେଇଛନ୍ତି। ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରୁ କଂଗ୍ରେସ ନେତା ଓ କର୍ମୀଙ୍କ ଏକ ବିଶାଳ ବାଇକ୍&zwnj; ରାଲି ବାହାରିଥିଲେ। ରାଲିରେ ଯିବା ପୂର୍ବରୁ କିଛି ଆନ୍ଦୋଳନକାରୀ ମାଷ୍ଟରକ୍ୟାଣ୍ଟିନ ଛକରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ ବ୍ୟାନରଟିକୁ ଛିଣ୍ଡାଇ ଫିଙ୍ଗି ଦେଇଥିଲେ।</p> <p>ଏହି ସମୟରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜୀ କରିବା ସହ ତାଙ୍କ ଇସ୍ତଫା ଦାବି କରି ସ୍ଲୋଗାନ ଦେଇଥିଲେ। ପରେ କଂଗ୍ରେସ କର୍ମୀମାନେ ରାଲିରେ ବାଣୀବିହାର ଦେଇ ସେଠାରୁ ବରମୁଣ୍ଡା ଓ ବରମୁଣ୍ଡାରୁ ପିସିସି ସଭାପତିଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ।</p>

Ordigital Desk
  • Published: Wednesday, 24 January 2018
  • Updated: 24 January 2018, 05:44 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଘଟଣାକୁ ନେଇ ସାରା ରାଜ୍ୟରେ ବନ୍ଦ ପାଳନ କରାଯାଉଛି। ବନ୍ଦ ପାଳନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟର କଂଗ୍ରେସ କର୍ମୀମାନେ ଚିରି ଦେଇଛନ୍ତି। ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରୁ କଂଗ୍ରେସ ନେତା ଓ କର୍ମୀଙ୍କ ଏକ ବିଶାଳ ବାଇକ୍&zwnj; ରାଲି ବାହାରିଥିଲେ। ରାଲିରେ ଯିବା ପୂର୍ବରୁ କିଛି ଆନ୍ଦୋଳନକାରୀ ମାଷ୍ଟରକ୍ୟାଣ୍ଟିନ ଛକରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ ବ୍ୟାନରଟିକୁ ଛିଣ୍ଡାଇ ଫିଙ୍ଗି ଦେଇଥିଲେ।</p><p>ଏହି ସମୟରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜୀ କରିବା ସହ ତାଙ୍କ ଇସ୍ତଫା ଦାବି କରି ସ୍ଲୋଗାନ ଦେଇଥିଲେ। ପରେ କଂଗ୍ରେସ କର୍ମୀମାନେ ରାଲିରେ ବାଣୀବିହାର ଦେଇ ସେଠାରୁ ବରମୁଣ୍ଡା ଓ ବରମୁଣ୍ଡାରୁ ପିସିସି ସଭାପତିଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos