ବସ୍‌ଷ୍ଟାଣ୍ଡ, ସ୍କୁଲ୍‌ ଓ ବସ୍‌ରେ ଲାଗିଲା ନକ୍ସଲ ବିରୋଧୀ ପୋଷ୍ଟର

ମୁନିଗୁଡ଼ା (ଓଡ଼ିଶା ରିପୋର୍ଟର): ଗତକାଲି ନକ୍ସଲଙ୍କ ତରଫରୁ ଜାରି କରାଯାଇଥିବା ଅଡିଓ ଟେପ୍‌କୁ ବିରୋଧ କରି ପୋଷ୍ଟର ମରାଯାଇଛି। ସଂପୂର୍ଣ୍ଣ ହଂସା ମୁକ୍ତ ଓଡ଼ିଆ ଅଭିଯାନର ଜିଲ୍ଲା କମିଟି ତରଫରୁ ମୁନିଗୁଡ଼ା ବସ୍‌ଷ୍ଟାଣ୍ଡ, ପ୍ରାଥମିକ ବିଦ୍ୟାଳୟ ଓ ବସ୍‌ରେ ଏହି ପୋଷ୍ଟର ମରାଯାଇଛି। ଉକ୍ତ ପୋଷ୍ଟରରେ ନକ୍ସଲଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ ଅତ୍ୟାଚାରକୁ ବିରୋଧ କରାଯାଇଛି। ପୋଷ୍ଟରରେ ଲେଖାଯାଇଛି- ଭୋକ ବିକଳରେ ତାଟିଆ କାମୁଡ଼ିବା ବନ୍ଦ କର। ଓଡ଼ିଶା ତୁମ ପୈତୃକ ସମ୍ପତ୍ତି ନୁହେଁ ଯେ ତୁମ […]

naxal

Jitendra Garnayak
  • Published: Sunday, 18 November 2018
  • , Updated: 18 November 2018, 10:24 AM IST

ମୁନିଗୁଡ଼ା (ଓଡ଼ିଶା ରିପୋର୍ଟର): ଗତକାଲି ନକ୍ସଲଙ୍କ ତରଫରୁ ଜାରି କରାଯାଇଥିବା ଅଡିଓ ଟେପ୍‌କୁ ବିରୋଧ କରି ପୋଷ୍ଟର ମରାଯାଇଛି। ସଂପୂର୍ଣ୍ଣ ହଂସା ମୁକ୍ତ ଓଡ଼ିଆ ଅଭିଯାନର ଜିଲ୍ଲା କମିଟି ତରଫରୁ ମୁନିଗୁଡ଼ା ବସ୍‌ଷ୍ଟାଣ୍ଡ, ପ୍ରାଥମିକ ବିଦ୍ୟାଳୟ ଓ ବସ୍‌ରେ ଏହି ପୋଷ୍ଟର ମରାଯାଇଛି।

ଉକ୍ତ ପୋଷ୍ଟରରେ ନକ୍ସଲଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ ଅତ୍ୟାଚାରକୁ ବିରୋଧ କରାଯାଇଛି।

ପୋଷ୍ଟରରେ ଲେଖାଯାଇଛି- ଭୋକ ବିକଳରେ ତାଟିଆ କାମୁଡ଼ିବା ବନ୍ଦ କର। ଓଡ଼ିଶା ତୁମ ପୈତୃକ ସମ୍ପତ୍ତି ନୁହେଁ ଯେ ତୁମ କଥାରେ ପରିଚାଳିତ ହେବ। ଆଦିବାସୀ ଓ ଚାଷୀଙ୍କ ବିକାଶ କଥା କହୁଛ। ତା’ହେଲେ ସରକାରଙ୍କ ଉନ୍ନତିମୂଳକ ପଦକ୍ଷେପକୁ କାହିଁକି ବିରୋଧ କରୁଛ?

ଏଥିସହ ଓଡ଼ିଶା ରାଜ୍ୟ ନକ୍ସଲ ମୁର୍ଦାବାଦ, ବଘୁନା ଡିଭିଜନାଲ କମିଟି ମୁର୍ଦାବାଦ ଓ ବଘୁନା ସମ୍ପାଦକ ଉକାମାନ୍ତ ମୁର୍ଦାବାଦ ବୋଲି ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି।

ସେହିପରି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ମଧ୍ୟ ନକ୍ସଲ ବିରୋଧୀ ପୋଷ୍ଟର ମରାଯାଇଛି। ସେଠାରେ ବି ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ଏହି ପୋଷ୍ଟର ଲାଗିଛି। ପୋଷ୍ଟରରେ ନକ୍ସଲଙ୍କୁ ଖୋଲା ଚ୍ୟାଲେଞ୍ଚ କରାଯାଇଛି। ତୁରନ୍ତ କଳାହାଣ୍ଡି ଛାଡ଼ିବାକୁ ସେମାନଙ୍କୁ କୁହାଯାଇଛି।

ଗତକାଲି ଏକ ଅଡିଓ ଟେପ୍‌ ଜାରି କରି ସିପିଆଇ ମାଓବାଦୀ ଘୁମୁସର-ନାଗାବଳୀ ଡିଭିଜନର ସଂପାଦକ ଉମାକାନ୍ତ କହିଥିଲେ ଯେ ନବୀନ ପଟ୍ଟନାୟକ ସରକାର ଫମ୍ପା ମାଠିଆ।ତା’ସହିତ ସେ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’କୁ ‘ଓଡ଼ିଶା ବିକ୍ରି କନ୍‌କ୍ଲେଭ’ ବୋଲି ଅଭିହିତ କରିଥିଲେ।

ଆହୁରି ପଢ଼ନ୍ତୁ- ‘ନବୀନ ସରକାର ଫମ୍ପା ମାଠିଆ’

Related story