ପୌର ପରିଷଦ ଅଫିସ ସିଲ୍

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ପୌର ପରିଷଦ କାର୍ଯ୍ୟାଳୟକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଜଣେ କର୍ମଚାରୀ ଏବଂ ତାଙ୍କ ପୁଅ ପଜିଟିଭ ଚିହ୍ନଟ ହେବା ପରେ ଖୋର୍ଦ୍ଧା ପୌର ପରିଷଦ ଅଫିସକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ।ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟାଳୟକୁ  ବନ୍ଦ କରାଯାଇଛି। କରୋନା ସଂକ୍ରମିତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା  ୩୩ ଜଣଙ୍କ ସ୍ୱାବ ଟେଷ୍ଟ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏପରିକି କରୋନା ଚିହ୍ନିତ ବ୍ୟକ୍ତି ରହୁଥିବା ସାହିକୁ ୫ ତାରିଖ […]

corona-1

Tapaswini Nayak
  • Published: Thursday, 02 July 2020
  • , Updated: 02 July 2020, 02:43 PM IST

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ପୌର ପରିଷଦ କାର୍ଯ୍ୟାଳୟକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଜଣେ କର୍ମଚାରୀ ଏବଂ ତାଙ୍କ ପୁଅ ପଜିଟିଭ ଚିହ୍ନଟ ହେବା ପରେ ଖୋର୍ଦ୍ଧା ପୌର ପରିଷଦ ଅଫିସକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ।ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟାଳୟକୁ  ବନ୍ଦ କରାଯାଇଛି।

କରୋନା ସଂକ୍ରମିତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା  ୩୩ ଜଣଙ୍କ ସ୍ୱାବ ଟେଷ୍ଟ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏପରିକି କରୋନା ଚିହ୍ନିତ ବ୍ୟକ୍ତି ରହୁଥିବା ସାହିକୁ ୫ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ୧୫ ନଂ ୱାର୍ଡର ତେଲେଙ୍ଗାସାହି ଆସନ୍ତା ୫ ତାରିଖ ସକାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟରେ ରହିବ। ସମସ୍ତଙ୍କ ରିପୋର୍ଟ ଆସିବା ପରେ କିମ୍ବା ପରବର୍ତ୍ତୀ ଆଦେଶ ନ ଆସିବା ଯାଏ ପୌର ପରିଷଦ କାଯର୍ୟାଳୟ ବନ୍ଦ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ।

Related story