ଆଉ ଦୁଇ କମ୍ପାନୀଙ୍କ ଲାଇନ୍‌ କାଟିବାକୁ ଚେତାବନୀ, ଫେବ୍ରୁଆରୀ ୧୫ ଡେଡ୍‌ଲାଇନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସେସୁ ପରେ ନେସ୍କୋ ଏବଂ ସାଉଥ୍‌କୋର ପାଳି । ଆଦାୟ କରିବେ ବକେୟା ବିଦ୍ୟୁତ୍‌ ବିଲ୍ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନେସ୍କୋ କର୍ତ୍ତୃପକ୍ଷ କହିଛନ୍ତି, ନେସ୍କୋର ୧୮ ଲକ୍ଷ ୭୨ ହଜାର ଗ୍ରାହକଙ୍କ ମଧ୍ୟରୁ ୧୦ ଲକ୍ଷ ୮୧ ହଜାର ଗ୍ରାହକଙ୍କ ଉପରେ ବକେୟା ଅଛି ପ୍ରାୟ ୧୫ଶହ କୋଟି ଟଙ୍କା । ସେହିପରି ୩୯ ହଜାର ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ୯୫ କୋଟି ଟଙ୍କା ଏବଂ ୧୯ ଶହ […]

cc4-1

Tapas Behera
  • Published: Friday, 31 January 2020
  • , Updated: 31 January 2020, 09:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସେସୁ ପରେ ନେସ୍କୋ ଏବଂ ସାଉଥ୍‌କୋର ପାଳି । ଆଦାୟ କରିବେ ବକେୟା ବିଦ୍ୟୁତ୍‌ ବିଲ୍ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନେସ୍କୋ କର୍ତ୍ତୃପକ୍ଷ କହିଛନ୍ତି, ନେସ୍କୋର ୧୮ ଲକ୍ଷ ୭୨ ହଜାର ଗ୍ରାହକଙ୍କ ମଧ୍ୟରୁ ୧୦ ଲକ୍ଷ ୮୧ ହଜାର ଗ୍ରାହକଙ୍କ ଉପରେ ବକେୟା ଅଛି ପ୍ରାୟ ୧୫ଶହ କୋଟି ଟଙ୍କା ।

ସେହିପରି ୩୯ ହଜାର ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ୯୫ କୋଟି ଟଙ୍କା ଏବଂ ୧୯ ଶହ ୬୨ ଶିଳ୍ପାନୁଷ୍ଠାନ ଉପରେ ବାକି ଅଛି ୩୦୫ କୋଟି ଟଙ୍କା। ତେଣୁ ଆସନ୍ତା ୨ ତାରିଖରେ ବକେୟା ଆଦାୟ ପାଇଁ ନୋଟିସ କରିବ ନେସ୍କୋ । ନୋଟିସର ୧୫ ଦିନ ମଧ୍ୟରେ ବିଲ୍ ପୈଠ ନକଲେ ଫେବୃୟାରୀ ୧୮ରୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ ବୋଲି ନେସ୍କୋ କହିଛି ।

ସେହିପରି ସାଉଥକୋ ମଧ୍ୟ ବିଜୁଳି କାଟିବାକୁ ନିଷ୍ପତ୍ତି ନେଇଛି। ବ୍ରହ୍ମପୁରରେ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଗ୍ରାହକଙ୍କୁ ଚେତାବନୀ ଦେଇଛି ସାଉଥକୋ । ସାଉଥକୋରେ ୧ ହଜାର ୩୭୪ କୋଟି ଟଙ୍କା ଗ୍ରାହକଙ୍କ ଉପରେ ବାକି ରହିଛି । ଫେବ୍ରୁଆରୀ ୧୫ ସୁଦ୍ଧା ବକେୟା ପୈଠ ନକଲେ ବିଦ୍ୟୁତ୍ କାଟ୍ କରାଯିବ ବୋଲି ସାଉଥ୍‌କୋ ଦର୍ଶାଇଛି।

 

Related story