ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଚୟନକୁ ନେଇ ବିଜେଡିରେ ଛକାପଞ୍ଝା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପରିଚାଳନା ସଦସ୍ୟ ଚୟନକୁ ନେଇ ଏବେ ବିଜେଡି ରାଜନୀତି ସରଗରମ ହୋଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପରିଚାଳନା କମିଟିରେ ୨ଜଣ ସାଂସଦ ଓ ୧୧ଜଣ ବିଧାୟକଙ୍କୁ ସଦସ୍ୟ ଭାବେ ସାମିଲ କରାଯିବାର ପ୍ରାବଧାନ ଥିବାରୁ ବିଜେଡି କେଉଁମାନଙ୍କୁ ସେଥିରେ ସାମିଲ କରିବ ତାକୁ ନେଇ ଦଳୀୟ ନେତାମାନଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଷୋଡ଼ଶ ଲୋକସଭା ଓ ପଞ୍ଚଦଶ ବିଧାନସଭାର କାର୍ଯ୍ୟକାଳ […]

bjd-1..

bjd-1..

Manoranjan Sial
  • Published: Thursday, 23 January 2020
  • Updated: 23 January 2020, 10:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପରିଚାଳନା ସଦସ୍ୟ ଚୟନକୁ ନେଇ ଏବେ ବିଜେଡି ରାଜନୀତି ସରଗରମ ହୋଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପରିଚାଳନା କମିଟିରେ ୨ଜଣ ସାଂସଦ ଓ ୧୧ଜଣ ବିଧାୟକଙ୍କୁ ସଦସ୍ୟ ଭାବେ ସାମିଲ କରାଯିବାର ପ୍ରାବଧାନ ଥିବାରୁ ବିଜେଡି କେଉଁମାନଙ୍କୁ ସେଥିରେ ସାମିଲ କରିବ ତାକୁ ନେଇ ଦଳୀୟ ନେତାମାନଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଷୋଡ଼ଶ ଲୋକସଭା ଓ ପଞ୍ଚଦଶ ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇସାରିଥିବାରୁ ନିୟମ ଅନୁସାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ପୁଣିଥରେ ୨ଜଣ ସାଂସଦ ଓ ୧୧ଜଣ ବିଧାୟକଙ୍କୁ ପରିଚାଳନା କମିଟି ସଦସ୍ୟ ଭାବେ ସାମିଲ କରାଯିବ। ୨୦୨୦-୨୧ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ଫେବୃୟାରୀ ୧୮ତାରିଖରେ ଉପସ୍ଥାପନ ହେବାର ଥିବାବେଳେ ଏହା ପୂର୍ବରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପରିଚାଳନା କମିଟିରେ ପରିଷଦର ବଜେଟକୁ ଅନୁମୋଦନ ମିଳିବା ଜରୁରୀ। ତେଣୁ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ୍ ୨୬ଜଣିଆ ପରିଷଦ ଆଇନ-୨୦୦୦ର ଧାରା ୧୧(୧)(ଏଫ) ଅନୁସାରେ ପରିଷଦର ନିଜସ୍ୱ ବଜେଟ୍ ପ୍ରସ୍ତୁତ କରିବ। ଯାହାକି ରାଜ୍ୟ ସରକାରଙ୍କ ପାଖରେ ରାଜ୍ୟ ବଜେଟ୍ ପୂର୍ବରୁ ଦାଖଲ କରିବାର ପ୍ରାବଧାନ ରହିଛି। ତେଣୁ ପରିଷଦର ପରିଚାଳନା କମିଟି ସଦସ୍ୟ ଚୟନ କାର୍ଯ୍ୟ ବଜେଟ୍ ଅଧିବେଶନ ପୂର୍ବରୁ ହେବା ଜରୁରୀ ହୋଇପଡ଼ିଛି।

ଅନ୍ୟପକ୍ଷରେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପରିଷଦ ଅଧିନରେ ବରଗଡ଼, ବଲାଙ୍ଗୀର, ବୌଦ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଜିଲ୍ଲା ସମେତ ଆଠମଲ୍ଲିକ ସବଡିଭିଜନ ରହିଛି। ଏହି ଅଞ୍ଚଳରେ ମୋଟ ୫ଟି ଲୋକସଭା ମଣ୍ଡଳୀ ଓ ୩୬ଟି ବିଧାନସଭା ମଣ୍ଡଳୀ ଥିବାବେଳେ ମନ୍ତ୍ରୀ ସୁଶାନ୍ତ ସିଂ ଓ ମନ୍ତ୍ରୀ ନବ କିଶୋର ଦାସଙ୍କ ମଧ୍ୟରେ ଏଥିପାଇଁ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି। ଅନ୍ୟ ଏକ ଗୋଷ୍ଠୀ ମଧ୍ୟ ନିଜ ନିଜର ସମର୍ଥକଙ୍କୁ ପରିଚାଳନା କମିଟିରେ ସାମିଲ ପାଇଁ ଲବି ଆରମ୍ଭ କରିଛି। ପରିଷଦର ବଜେଟ୍ ମୋଟ ୧୦୦ କୋଟି ଟଙ୍କା ହୋଇଥିବାବେଳେ ଏହା ମାଧ୍ୟମରେ ଦଳୀୟ ନେତାମାନେ ନିଜ ନିଜର ପତିଆରା ଦେଖାଇବାକୁ ଉଦ୍ୟମ କରିଥାନ୍ତି। ଏବେ ବିଜେଡି ନେତୃତ୍ୱ କେଉଁ ଗୋଷ୍ଠୀକୁ କିଭଳି ସନ୍ତୁଷ୍ଟ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ତା’ଛଡ଼ା କଳାହାଣ୍ଡି, ସମ୍ବଲପୁର, ବଲାଙ୍ଗିର, ସୁନ୍ଦରଗଡ଼ ଓ ବରଗଡ଼ ଭଳି ଲୋକସଭା ଆସନଗୁଡ଼ିକ ଏବେ ବିଜେପି କବଜାରେ ଥିବାବେଳେ ପରିଷଦ ସଦସ୍ୟ ଚୟନ କରିବା ମଧ୍ୟ ବିଜେଡି ପାଇଁ ଚିନ୍ତାର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story