ଏଣେତେଣେ ପଡ଼ୁଛି ପିପିଇ କିଟ୍, ଲୋକେ ଛାନିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପରି ମହାମାରୀ ସହ ଚାଲିଥିବା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ମୁଖ୍ୟ ଅସ୍ତ୍ର ହେଉଛି ପିପିଇ କିଟ୍ ଓ ମାସ୍କ । କୋଭିଡ ହସ୍ପିଟାଲରୁ ବାହାରୁଥିବା ଏପରି ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ରହିଛି ସ୍ୱତନ୍ତ୍ର ଗାଇଡଲାଇନ । ୱେଷ୍ଟ ମ୍ୟାନେଜମେଣ୍ଟ ଗାଇଡଲାଇନ୍‌ ଅନୁସାରେ ଏହାକୁ ଡିସପୋଜ କରିବା କଥା । କିନ୍ତୁ ବହୁ ସ୍ଥାନରେ ଏହାକୁ ବାହାରେ ସର୍ବସାଧାରଣ ସ୍ଥାନରେ ଫୋପଡ଼ା ଯାଉଥିବା ଦେଖିବାକୁ ମିଳିଛି।  ଯାହାକି ସଂକ୍ରମଣକୁ ବଢ଼ାଇବା ଆଶଙ୍କାକୁ ବହୁ ମାତ୍ରାରେ […]

ppe-1-1

ppe-1-1

Niharika Rout
  • Published: Tuesday, 28 July 2020
  • Updated: 28 July 2020, 08:15 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପରି ମହାମାରୀ ସହ ଚାଲିଥିବା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ମୁଖ୍ୟ ଅସ୍ତ୍ର ହେଉଛି ପିପିଇ କିଟ୍ ଓ ମାସ୍କ । କୋଭିଡ ହସ୍ପିଟାଲରୁ ବାହାରୁଥିବା ଏପରି ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ରହିଛି ସ୍ୱତନ୍ତ୍ର ଗାଇଡଲାଇନ । ୱେଷ୍ଟ ମ୍ୟାନେଜମେଣ୍ଟ ଗାଇଡଲାଇନ୍‌ ଅନୁସାରେ ଏହାକୁ ଡିସପୋଜ କରିବା କଥା । କିନ୍ତୁ ବହୁ ସ୍ଥାନରେ ଏହାକୁ ବାହାରେ ସର୍ବସାଧାରଣ ସ୍ଥାନରେ ଫୋପଡ଼ା ଯାଉଥିବା ଦେଖିବାକୁ ମିଳିଛି।  ଯାହାକି ସଂକ୍ରମଣକୁ ବଢ଼ାଇବା ଆଶଙ୍କାକୁ ବହୁ ମାତ୍ରାରେ ବଢ଼ାଇ ଦେଉଛି।

ଯଦି ଏସବୁ ସଠିକ୍  ଡିସପୋଜ କରା ନ ଯାଏ, ତେବେ କରୋନା ଭଳି ମହାମାରୀର ସଂକ୍ରମଣକୁ ଏଡ଼ାଇବା କଷ୍ଟକର ବ୍ୟାପାର ହୋଇପଡ଼ିବ।  ଏହା କହିଛନ୍ତି ଭୁବନେଶ୍ୱର ଏମସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର ।

ଗତକାଲି ଗଜପତିର ପାରଳାଖେମୁଣ୍ଡି ମହେନ୍ଦ୍ରତନୟା ନଦୀ କୂଳ ସହ ମୁଖ୍ୟ ରାସ୍ତା କଡ ଓ ଶ୍ମଶାନ ନିକଟରେ ବ୍ୟବହୃତ ପିପିଇ କିଟ୍ ପଡିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଏସବୁକୁ ନଷ୍ଟ କରାଯାଇଥିଲା । ସେହିପରି ନବରଙ୍ଗପୁର ସହରରେ ମଧ୍ୟ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ସହରରୁ ରିଜର୍ଭ ବାଟାଲିଅନ୍‌କୁ ଯାଉଥିବା ରାସ୍ତାକଡ଼ର ଏକ ପୋଲ ନିକଟରେ ପଡି ରହିଥିଲା କିଟ୍ । ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos