ସିବିଆଇ ଅଫିସ୍‌ରେ ପ୍ରଭାତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲେ ଡାକ୍ତରୀ ଟିମ୍‌

ଭୁବନେଶ୍ୱର: ସି-ସୋର ଚିଟଫଣ୍ଡ ଲିଙ୍କରେ ଗିରଫ ହୋଇ ସିବିଆଇ ହେପାଜତରେ ଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ପ୍ରଭାତଙ୍କ ରକ୍ତଚାପ ବଢିଥିବା ଓ ତାଙ୍କ ଛାତିରେ ସମସ୍ୟା ଥିବା ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଚିତ୍ତରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବିଧାୟକଙ୍କ ଚିକିତ୍ସା ପାଇଁ ଆଉ ଜଣେ ମେଡିସିନ୍ ସ୍ପେଶାଲିଷ୍ଟ ପଠାଯିବ ବୋଲି ଚିତ୍ତରଞ୍ଜନ କହିଛନ୍ତି। ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପ୍ରଭାତ ବିଶ୍ୱାଳଙ୍କୁ ଡାକ୍ତରଖାନା ନିଆଯାଇ ନ ଥିଲା। କ୍ୟାପିଟାଲ […]

Rakesh Mallick
  • Published: Tuesday, 19 September 2017
  • , Updated: 19 September 2017, 02:29 PM IST

ଭୁବନେଶ୍ୱର: ସି-ସୋର ଚିଟଫଣ୍ଡ ଲିଙ୍କରେ ଗିରଫ ହୋଇ ସିବିଆଇ ହେପାଜତରେ ଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ପ୍ରଭାତଙ୍କ ରକ୍ତଚାପ ବଢିଥିବା ଓ ତାଙ୍କ ଛାତିରେ ସମସ୍ୟା ଥିବା ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଚିତ୍ତରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ବିଧାୟକଙ୍କ ଚିକିତ୍ସା ପାଇଁ ଆଉ ଜଣେ ମେଡିସିନ୍ ସ୍ପେଶାଲିଷ୍ଟ ପଠାଯିବ ବୋଲି ଚିତ୍ତରଞ୍ଜନ କହିଛନ୍ତି।

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପ୍ରଭାତ ବିଶ୍ୱାଳଙ୍କୁ ଡାକ୍ତରଖାନା ନିଆଯାଇ ନ ଥିଲା। କ୍ୟାପିଟାଲ ହସ୍ପିଟାଲର ଏକ ଡାକ୍ତରୀ ଟିମ୍‌ ସିବିଆଇ ଅଫିସକୁ ଯାଇ ପ୍ରଭାତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

ଅନ୍ୟପକ୍ଷରେ ପ୍ରଭାତଙ୍କ ଓକିଲ ଅନୁପ ସେନାପତି କହିଛନ୍ତି,“ ନିକଟରେ ପ୍ରଭାତ ବିଶ୍ୱାଳଙ୍କ ଏକ ଅସ୍ତ୍ରୋପ୍ରଚାର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନାହିଁ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରାଯିବ।”

 

Related story