କଂଗ୍ରେସ ଛାଡ଼ିବେ କି ପ୍ରଦୀପ ମାଝୀ ? ଇସାରାରେ ଅଛି ମଞ୍ଜ କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଦଳରେ ହାଇକମାଣ୍ଡଙ୍କ ପ୍ରତି ଭୟ କମିଛି।  ନେତୃତ୍ୱ ପ୍ରତି ଚାଲେଞ୍ଜ ବଢ଼ିଛି। ତୁଷ୍ଟିକରଣ ରାଜନୀତି ନଛାଡ଼ିଲେ ଦଳ ଆଗକୁ ଆହୁରି  ବିପର୍ଯ୍ୟୟର ସାମ୍ନା କରିବ। ଲେନିନ, ଷ୍ଟାଲିନ୍ ଓ ନବୀନଙ୍କ ଭଳି ଅନୁଶାସନଭରା କଠୋର ଆଭିମୁଖ୍ୟ ଗ୍ରହଣ ନକଲେ କଂଗ୍ରେସଙ୍କ ହାଇ କମାଣ୍ଡଙ୍କ ପୂର୍ବ ପତିଆରା ରହିବ ନାହିଁ ଏବଂ ଦଳ ଏଥିପାଇଁ ବହୁ ମୂଲ୍ୟ ଦେବ। ଏହା ସହ ବ୍ୟାକଡୋର ଏଣ୍ଟ୍ରିକୁ ମଧ୍ୟ କଂଗ୍ରେସ ହାଇକମାଣ୍ଡ ବରଦାସ୍ତ କରିବା ଆଦୌ ଉଚିତ୍‌ […]

gbnm

gbnm

Tapas Behera
  • Published: Tuesday, 14 July 2020
  • Updated: 15 July 2020, 12:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଦଳରେ ହାଇକମାଣ୍ଡଙ୍କ ପ୍ରତି ଭୟ କମିଛି।  ନେତୃତ୍ୱ ପ୍ରତି ଚାଲେଞ୍ଜ ବଢ଼ିଛି। ତୁଷ୍ଟିକରଣ ରାଜନୀତି ନଛାଡ଼ିଲେ ଦଳ ଆଗକୁ ଆହୁରି  ବିପର୍ଯ୍ୟୟର ସାମ୍ନା କରିବ। ଲେନିନ, ଷ୍ଟାଲିନ୍ ଓ ନବୀନଙ୍କ ଭଳି ଅନୁଶାସନଭରା କଠୋର ଆଭିମୁଖ୍ୟ ଗ୍ରହଣ ନକଲେ କଂଗ୍ରେସଙ୍କ ହାଇ କମାଣ୍ଡଙ୍କ ପୂର୍ବ ପତିଆରା ରହିବ ନାହିଁ ଏବଂ ଦଳ ଏଥିପାଇଁ ବହୁ ମୂଲ୍ୟ ଦେବ। ଏହା ସହ ବ୍ୟାକଡୋର ଏଣ୍ଟ୍ରିକୁ ମଧ୍ୟ କଂଗ୍ରେସ ହାଇକମାଣ୍ଡ ବରଦାସ୍ତ କରିବା ଆଦୌ ଉଚିତ୍‌ ନୁହେଁ।

ରାଜସ୍ଥାନରେ ସଚିନ୍ ପାଇଲଟଙ୍କୁ ନେଇ ସୃଷ୍ଟି ପରିସ୍ଥିତି ସମ୍ପର୍କରେ ଷ୍ଟୁଡିଓ ଆଲୋଚନା ବେଳେ ଗଣମାଧ୍ୟମରେ ଏଭଳି ବକ୍ତବ୍ୟ ରଖିଛନ୍ତି ପୂର୍ବତନ ନବରଙ୍ଗପୁର ସାଂସଦ ତଥା ଓଡ଼ିଶା କଂଗ୍ରେସର ଟାଣୁଆ ଯୁବ ଚେହେରା ପ୍ରଦୀପ ମାଝୀ। ଏହି ଆଲୋଚନା ବେଳେ ଶ୍ରୀ ମାଝୀ ଏହା ସ୍ୱୀକାର କରିଛନ୍ତି ଯେ, କଂଗ୍ରେସ ନେତୃତ୍ୱର ଭୁଲ ନିଷ୍ପତ୍ତି ଯୋଗୁ ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ଜାତୀୟସ୍ତରର ନେତା ଦଳ ଛାଡ଼ି ବିଜେପିରେ ମିଶିଲେ। ସେହି ନେତୃତ୍ୱର ସମାନ ନିଷ୍ପତ୍ତି ଯୋଗୁ ସଚିନ ପାଇଲଟ୍  ଦଳଠାରୁ ମୁହଁ ଫେରାଇ ନେଉଛନ୍ତି। ଏଥିପାଇଁ କଂଗ୍ରେସ ଜାତୀୟ ନେତୃତ୍ୱଙ୍କ ତୁଷ୍ଟିକରଣ ଦାୟୀ ଏବଂ ଏହି ଭୁଲକୁ ସ୍ୱୀକାର କରିବାରେ କୌଣସି କୁଣ୍ଠା ନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି।

ଏପରିକି  ଗେହେଲେଟଙ୍କ ଭଳି ବରିଷ୍ଠ ନେତାମାନେ ଯୁବନେତାମନଙ୍କ ପାଇଁ ବାଟ ଛାଡ଼ି ଦେବାକୁ ସେ ପରୋକ୍ଷରେ ଆହ୍ୱାନ ଦେଇଛନ୍ତି। ଶ୍ରୀ ମାଝୀଙ୍କ କହିବା କଥା ଦୁଇ ଦୁଇଟି ନିର୍ବାଚନ ହାରିବା ପରେ କର୍ମୀ ଓ ଦଳରେ କଂଗ୍ରେସ ହାଇକମାଣ୍ଡଙ୍କ କାଟ୍‌ତି କମିଛି। ଯେଉଁ ନେତାମାନେ ନିଷ୍ଠାପର ଉଦ୍ୟମ କରି ଦଳକୁ ସେମାନଙ୍କ ରାଜ୍ୟରେ କ୍ଷମତାକୁ ଆଣିଥିଲେ ସେମାନଙ୍କୁ ପୁରସ୍କାର ବଦଳରେ ପକ୍ଷଛେଦନ କରିବା ଅବା ସଙ୍କୁଚିତ କରିବା ଦଳର ଭବିଷ୍ୟତ ପ୍ରତି କୁଠାରଘାତ ଭଳି। ଏଥିପାଇଁ ଜାତୀୟ ନେତୃତ୍ୱ ଆତ୍ମସମୀକ୍ଷା କରିବା ଉଚିତ୍‌ ଏବଂ ତୁରନ୍ତ ତ୍ରୁଟି ସୁଧାରି ଆବଶ୍ୟକ ପଦକ୍ଷେପ ନେବା ଜରୁରୀ । ଏପରିକି ହାଇକମାଣ୍ଡଙ୍କ ପ୍ରତି ହର ନରହିଲେ ଦଳ ଓ ସଙ୍ଗଠନରେ ବିଶୃଙ୍ଖଳା ବଢ଼ିଚାଲିବ ବୋଲି ଶ୍ରୀ ମାଝୀ ସ୍ପଷ୍ଟ ଭାବେ କହିଛନ୍ତି।  ଯଦିଓ ବେଳ ଥାଉ ଥାଉ ପଦକ୍ଷେପ ନେଲେ ଦଳ କ୍ଷମତାକୁ ଫେରିବା ଅସମ୍ଭବ ନୁହଁ ବୋଲି ଶ୍ରୀ ମାଝୀ କହିଛନ୍ତି ତେବେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅଙ୍ଗୁଳି ଉଠାଇ ସେ ଅନେକ କିଛି ଆଭାସ ମଧ୍ୟ ଦେଇଛନ୍ତି। ଶ୍ରୀ ମାଝୀଙ୍କ କଥାରୁ ପରୋକ୍ଷରେ ଏହା ଜଣାପଡ଼ୁଛି ସେ ମଧ୍ୟ ଦଳୀୟ ହାଲଚାଲ ଓ ନେତୃତ୍ୱଙ୍କ ହାବଭାବରେ ସନ୍ତୁଷ୍ଟ ନୁହନ୍ତି।

ସୂଚନାଯୋଗ୍ୟ, ଏକଦା ସିନ୍ଧିଆ ଓ ପାଇଲଟଙ୍କ ଭଳି ଯୁବ ନେତୃତ୍ୱଙ୍କ କୋଟରୀରେ ସାମିଲ ହୋଇ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ରାହୁଲ ଗାନ୍ଧୀଙ୍କର ନିକଟତର ହୋଇପାରିଥିଲେ। ଓଡ଼ିଶା ପ୍ରଦେଶ କଂଗ୍ରେସ ସଙ୍ଗଠନରେ ତାଙ୍କର ସ୍ୱତନ୍ତ୍ର ପତିଆରା ମଧ୍ୟ ଥିଲା। ଏବେ ମଧ୍ୟ ସେ ପିସିସିର କାର୍ଯ୍ୟକାରୀ ସଭାପତି ଅଛନ୍ତି। କିନ୍ତୁ ରାଜସ୍ଥାନ ଓ ମଧ୍ୟପ୍ରଦେଶକୁ ନେଇ ଦଳରେ ଲାଗିଥିବା ନିଆଁର ଧାସ ପ୍ରଦୀପଙ୍କୁ ପ୍ରଭାବିତ କଲା ଭଳି ଅନୁମାନ କରାଯାଉଛି। କାରଣ ମଙ୍ଗଳବାରର ପ୍ରତିକ୍ରିୟାରେ ଦଳୀୟ ତ୍ରୁଟିକୁ ଶ୍ୱୀକାର କରିବା ଆଳରେ ଶ୍ରୀ ମାଝୀ କେନ୍ଦ୍ରୀୟ ହାଇକମାଣ୍ଡଙ୍କ ନେତୃତ୍ୱର ଶୈଳୀକୁ ପରୋକ୍ଷରେ ଚାଲେଞ୍ଜ ମଧ୍ୟ କରିଛନ୍ତି। ଏଥିରୁ ଅନୁମାନ କରାଯାଉଛି ଏଦଦା ସଚିନ ଓ ସିନ୍ଧଆଙ୍କର ଘନିଷ୍ଠ ଥିବା ପ୍ରଦୀପ ଉଭୟ ଯୁବନେତାଙ୍କ ପଦାଙ୍କ ଅନୁସରଣ କରି କଂଗ୍ରେସ ଛାଡ଼ିବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିନାହାନ୍ତି ତ ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos