ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଜେଡିରୁ ବହିଷ୍କୃତ ହୋଇ ଚର୍ଚ୍ଚାରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାଙ୍କୁ ଉଠାଇ ନିଆଯାଇଛି। ଭୁବନେଶ୍ୱର ସରକାରୀ ବାସଭବନରୁ କିଛି ଲୋକ ଉଠାଇ ନେଇଛନ୍ତି। କ୍ରାଇମବ୍ରାଞ୍ଚ ପରିଚୟ ଦେଇ କିଛି ଲୋକ ଉଠାଇ ନେଇଥିବା ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ପରିଚୟ ଦେଇ ଉଠାଇଥିବା ତାଙ୍କ ପତ୍ନୀ ସୁଜାତା କହିଛନ୍ତି। ୪ଟି ଗାଡ଼ିରେ କିଛି ଲୋକ ଆସି କ୍ରାଇମବ୍ରାଞ୍ଚ ପରିଚୟ ଦେଇ ଉଠାଇନେଇଛନ୍ତି। ନକ୍ସଲଙ୍କୁ ଉଠାଇ ନେଲା ଭଳି ପୂରା ବ୍ରିଗେଡ଼ ଆଣି ଆସି ଉଠାଇନେଲେ। […]

pand

Tapas Behera
  • Published: Thursday, 03 December 2020
  • , Updated: 03 December 2020, 06:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଜେଡିରୁ ବହିଷ୍କୃତ ହୋଇ ଚର୍ଚ୍ଚାରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାଙ୍କୁ ଉଠାଇ ନିଆଯାଇଛି। ଭୁବନେଶ୍ୱର ସରକାରୀ ବାସଭବନରୁ କିଛି ଲୋକ ଉଠାଇ ନେଇଛନ୍ତି। କ୍ରାଇମବ୍ରାଞ୍ଚ ପରିଚୟ ଦେଇ କିଛି ଲୋକ ଉଠାଇ ନେଇଥିବା ସୂଚନା ମିଳିଛି।

କ୍ରାଇମବ୍ରାଞ୍ଚ ପରିଚୟ ଦେଇ ଉଠାଇଥିବା ତାଙ୍କ ପତ୍ନୀ ସୁଜାତା କହିଛନ୍ତି। ୪ଟି ଗାଡ଼ିରେ କିଛି ଲୋକ ଆସି କ୍ରାଇମବ୍ରାଞ୍ଚ ପରିଚୟ ଦେଇ ଉଠାଇନେଇଛନ୍ତି। ନକ୍ସଲଙ୍କୁ ଉଠାଇ ନେଲା ଭଳି ପୂରା ବ୍ରିଗେଡ଼ ଆଣି ଆସି ଉଠାଇନେଲେ। କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ କହି ଉଠାଇ ନେଇଥିବା କହିଛନ୍ତି ସୁଜାତା। ତେବେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଅଫିସରେ ସେ ନଥିବା କହିଛନ୍ତି ସୁଜାତା।

ପ୍ରଦୀପଙ୍କୁ ଉଠାଇ ନିଆଯିବା ନେଇ ତାଙ୍କ ପତ୍ନୀ ସୁଜାତା କହିଛନ୍ତି-“ଜଣେ ନକ୍ସଲକୁ ଉଠାଇ ନେଲା ଭଳି ବ୍ରିଗେଡ୍‌ ଲଗାଇ ଉଠାଇନେଲେ। ମୋ ସ୍ୱାମୀ କଣ ନକ୍ସଲ କି? ଇଓଡବ୍ଲୁ ଅଫିସକୁ ଆଣି ଆସୁଥିବା କହି ଘରୁ ଉଠାଇ ଆଣିଲେ। କିନ୍ତୁ ଏଯାଏ ତାଙ୍କୁ ଇଓଡବ୍ଲୁ ଅଫିସକୁ ଆଣି ଆସିନାହାନ୍ତି। ମୋ ସ୍ୱାମୀଙ୍କ ସୁରକ୍ଷା ନେଇ ମୁଁ ସନ୍ଦୀହାନ ହୋଇପଡ଼ିଛି। ଯଦି ମୋ ସ୍ୱାମୀଙ୍କର କିଛି ହୁଏ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ। ମୋ ସ୍ୱାମୀଙ୍କର କିଛି ହେଲେ, ମୁଁ ସମସ୍ତଙ୍କୁ କାଠଗଡ଼ାକୁ ଟାଣିବି। ରାଜନୈତିକ ଷଡ଼ଯନ୍ତ୍ର ପାଇଁ ହାରାସ କରାଯାଉଛି।”

ଆଜି ପ୍ରଦୀପଙ୍କୁ ଉଠାଇବା ପୂର୍ବରୁ ପ୍ରଦୀପ ଆଜି  ଗଞ୍ଜାମର ତତ୍କାଳୀନ ଜିଲ୍ଲାପାଳଙ୍କୁ ଟାର୍ଗେଟ କରି ଅସ୍ତ୍ର ଛାଡ଼ିଥିଲେ। ନିଜ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଜବାବ ଦେଇ ପ୍ରଦୀପ ବହୁ ଚର୍ଚ୍ଚିତ ଡାଲି ଦୁର୍ନୀତି କଥା ଖୋଲିଥିଲେ।  କହିଛନ୍ତି, ମୋ ପଛରେ ଯେମିତି ଲାଗିଛ ସେମିତି ଡାଲି ଦୁର୍ନୀତି ଉପରେ ଖୋଳତାଡ଼ କରୁନ। ଡାଲି ଦୁର୍ନୀତି ତଦନ୍ତ କେଉଁଯାଏ ଗଲା ପ୍ରଦୀପ ପାଣିଗ୍ରାହୀ ପଚାରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ପ୍ରାୟ ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ  ଗଞ୍ଜାମରେ ଜିଲ୍ଲାପାଳ ଥିଲେ। ୨୦୧୧ରେ ଡାଲି ଦୁର୍ନୀତି ଅଭିଯୋଗ ଆସିଥିଲା। ସେ ସମୟରେ ସାରା ରାଜ୍ୟରେ ଡାଲି ଦୁର୍ନୀତି ଏକ ବଡ଼ ପ୍ରସଙ୍ଗ ଥିଲା। ସମ୍ପୃକ୍ତ ଜିଲ୍ଲାପାଳଙ୍କ ନାମରେ  ଭିଜିଲାନ୍ସରେ ମାମଲା ମଧ୍ୟ ହୋଇଥିଲା। ସେହି ଡାଲି ଦୁର୍ନୀତି ତଦନ୍ତ କେଉଁଯାଏ ଗଲା ବୋଲି ପ୍ରଦୀପ ପାଣିଗ୍ରାହୀ ପ୍ରଶ୍ନ କରିଥିଲେ।

Related story