ବେକାରୀଙ୍କୁ  ବକ୍ରା ବନାଉଥିଲେ ଭାବି ଶ୍ୱଶୁର-ଜ୍ୱାଇଁ, ଭିତରି ଗୁମର ଖୋଲିଲେ କରି କ୍ରାଇମବ୍ରାଞ୍ଚ ଏଡିଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବେକାରୀଙ୍କୁ ବକ୍ରା ବନାଉଥିଲେ ଭାବି ଶ୍ୱଶୁର-ଜ୍ୱାଇଁ । ଟାଟା ମୋଟର୍ସରେ ଚାକିରି ପାଇଁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ପଠାଇଥିଲେ ଆଶାୟୀ । ଚାକିରି ନାଁରେ ବେକାର ଯୁବକ ଯୁବତୀଙ୍କୁ ଟାର୍ଗେଟ୍ କରୁଥିଲେ ଭାବି ଜ୍ୱାଇଁ ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀ ଆଜି ପ୍ରେସମିଟ୍ କରି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଆକାଶ ପାଠକ ଟାଟା ମୋଟର୍ସର ଏମ୍ଡି କହି ଚାକିରି ଆଶାୟୀଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ନେଇଛନ୍ତି […]

790

Tapas Behera
  • Published: Saturday, 12 December 2020
  • , Updated: 12 December 2020, 08:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବେକାରୀଙ୍କୁ ବକ୍ରା ବନାଉଥିଲେ ଭାବି ଶ୍ୱଶୁର-ଜ୍ୱାଇଁ । ଟାଟା ମୋଟର୍ସରେ ଚାକିରି ପାଇଁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ପଠାଇଥିଲେ ଆଶାୟୀ । ଚାକିରି ନାଁରେ ବେକାର ଯୁବକ ଯୁବତୀଙ୍କୁ ଟାର୍ଗେଟ୍ କରୁଥିଲେ ଭାବି ଜ୍ୱାଇଁ ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀ ଆଜି ପ୍ରେସମିଟ୍ କରି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଆକାଶ ପାଠକ ଟାଟା ମୋଟର୍ସର ଏମ୍ଡି କହି ଚାକିରି ଆଶାୟୀଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ନେଇଛନ୍ତି ।

୬ ଜଣ ଅଭିଯୋଗକାରୀଙ୍କ ଏତଲା ଭିତ୍ତିରେ ମାମଲା ହୋଇଛି। ସେମାନଙ୍କ ଭିତରୁ ୨ ଜଣ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଟଙ୍କା ଦେଇଛନ୍ତି।  ଅନ୍ୟ ୪ ଜଣ ପ୍ରଦୀପ ଓ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ଜରିଆରେ ଟଙ୍କା ଦେଇଥିବା ସ୍ପଷ୍ଟ ହୋଇଛି । ଠକାମୀର ଶୀକାର ଯୁବକ ଯୁବତୀ ଭୟ ନକରି ପୁଲିସ ପାଖରେ ରିପୋର୍ଟ କରିବାକୁ ପରାମର୍ଶ ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

ଆକାଶ ପାଠକକୁ କ୍ରାଇମବ୍ରାଂଚ୍ ୫ ଦିନିଆ ରିମାଣ୍ଡରେ ନେବା ପରେ ଠକେଇର ଚେର ଓ ପ୍ରଦୀପ ପାଣିଗ୍ରାହୀଙ୍କ ଭୂମିକା ଏବଂ ତାଙ୍କ ସହଯୋଗୀଙ୍କ ବାବଦରେ ଅଧିକ ଛାନଭିନ କରାଯାଉଛି ବୋଲି ସୌମେନ୍ଦ୍ର କହିଛନ୍ତି । ସେପଟେ କ୍ରାଇମବ୍ରାଞ୍ଚ୍ ଟିମ୍ ଆଜି ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ଛାନଭିନ୍ କରିଛି। ପ୍ରଦୀପଙ୍କୁ  ଟଙ୍କା ଦେଇଥିବା କିଛି ବ୍ୟକ୍ତିଙ୍କୁ ଡାକି ଜେରା କରିଛି କ୍ରାଇମବ୍ରାଞ୍ଚ।

Related story