ପ୍ରଦୂଷଣ ନିୟନ୍ତ୍ରଣ ଲାଗି ୨୦୧୫-୧୬ ଶେଷ ସୁଦ୍ଧା ହେବ ଆକ୍ସନ ପ୍ଲାନ

ଭୁବନେଶ୍ୱର: ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ୨୦୧୫-୧୬ ବର୍ଷ ଶେଷ ସୁଦ୍ଧା ଏକ ଆକ୍ସନପ୍ଲାନ ପ୍ରସ୍ତୁତ କରାଯିବ। ବିଧାନସଭା ସବକମିଟି ଅଧ୍ୟକ୍ଷ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆଜି ବିଧାନସଭା ପରିସରରେ ନଗର ଉନ୍ନୟନ ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ବୈଠକ ବସିଥିଲା। ବୈଠକରେ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଶିଳ୍ପାଞ୍ଚଳ ଓ ପୌରାଞ୍ଚଳରେ ହେଉଥିବା ପ୍ରଦୂଷଣକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟବସ୍ତୁ ନଦୀଜଳରେ […]

sachibalaya

Rakesh Mallick
  • Published: Thursday, 12 November 2015
  • , Updated: 12 November 2015, 01:58 PM IST

ଭୁବନେଶ୍ୱର: ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ୨୦୧୫-୧୬ ବର୍ଷ ଶେଷ ସୁଦ୍ଧା ଏକ ଆକ୍ସନପ୍ଲାନ ପ୍ରସ୍ତୁତ କରାଯିବ। ବିଧାନସଭା ସବକମିଟି ଅଧ୍ୟକ୍ଷ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆଜି ବିଧାନସଭା ପରିସରରେ ନଗର ଉନ୍ନୟନ ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ବୈଠକ ବସିଥିଲା। ବୈଠକରେ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଶିଳ୍ପାଞ୍ଚଳ ଓ ପୌରାଞ୍ଚଳରେ ହେଉଥିବା ପ୍ରଦୂଷଣକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟବସ୍ତୁ ନଦୀଜଳରେ ମିଶିବା ଦ୍ୱାରା ସୃଷ୍ଟି ହେଉଥିବା ଜଳ ପ୍ରଦୂଷଣକୁ କିପରି ରୋକାଯିବ ତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

Related story