ଗୃହ ସ୍ୱାଭାବିକ: ନବକଳେବର ବିଭ୍ରାଟକୁ ନେଇ ଆଗତ ମୁଲତବି ପ୍ରସ୍ତାବ ଉପରେ ଆଲୋଚନା

ଭୁବନେଶ୍ୱର: ପ୍ରକାଶ ମିଶ୍ର ପ୍ରସଙ୍ଗକୁ ନେଇ ମାତ୍ର ଏକ ମିନିଟରେ ମୁଲତବି ହୋଇଯାଇଥିବା ଗୃହ ସାଢେ ୧୨ଟା ପରେ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି । ନବକଳେବର ବିଭ୍ରାଟ, ଭିତ୍ତିଭୂମି ବିକାଶରେ ବ୍ୟାପକ ଅନିୟମିତତା, ଗୁପ୍ତନୀତି ପ୍ରଘଟ ଓ ସର୍ବ ପୁରାତନ ପରମ୍ପରା ଉଲ୍ଲଂଘନକୁ ନେଇ ବିରୋଧୀ ମୁଲତବି ପ୍ରସ୍ତାବ ଆଣିଥିଲେ। ଏ ନେଇ ଆଇନମନ୍ତ୍ରୀ ଅରୁଣ ସାହୁ ଉତ୍ତର ରଖୁଛନ୍ତି । ଆଜି ଶୂନ୍ୟକାଳରେ ପ୍ରକାଶ ମିଶ୍ର ପ୍ରସଙ୍ଗରେ ଆଲୋଚନା ଦାବିରେ ଗୃହର ମଧ୍ୟଭାଗକୁ ଚାଲିଆସି ବିରୋଧୀ ଧାରଣା […]

ass

ass

Rakesh Mallick
  • Published: Wednesday, 26 August 2015
  • Updated: 26 August 2015, 11:07 AM IST

Sports

Latest News

ଭୁବନେଶ୍ୱର: ପ୍ରକାଶ ମିଶ୍ର ପ୍ରସଙ୍ଗକୁ ନେଇ ମାତ୍ର ଏକ ମିନିଟରେ ମୁଲତବି ହୋଇଯାଇଥିବା ଗୃହ ସାଢେ ୧୨ଟା ପରେ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି । ନବକଳେବର ବିଭ୍ରାଟ, ଭିତ୍ତିଭୂମି ବିକାଶରେ ବ୍ୟାପକ ଅନିୟମିତତା, ଗୁପ୍ତନୀତି ପ୍ରଘଟ ଓ ସର୍ବ ପୁରାତନ ପରମ୍ପରା ଉଲ୍ଲଂଘନକୁ ନେଇ ବିରୋଧୀ ମୁଲତବି ପ୍ରସ୍ତାବ ଆଣିଥିଲେ। ଏ ନେଇ ଆଇନମନ୍ତ୍ରୀ ଅରୁଣ ସାହୁ ଉତ୍ତର ରଖୁଛନ୍ତି ।

ଆଜି ଶୂନ୍ୟକାଳରେ ପ୍ରକାଶ ମିଶ୍ର ପ୍ରସଙ୍ଗରେ ଆଲୋଚନା ଦାବିରେ ଗୃହର ମଧ୍ୟଭାଗକୁ ଚାଲିଆସି ବିରୋଧୀ ଧାରଣା ଦେଇଥିଲେ । ଗତକାଲି ଆଇନଶୃଙ୍ଖଳା ପ୍ରସଙ୍ଗ ନେଇ ମୁଲତବି ଆଲୋଚନା ବେଳେ ପ୍ରକାଶ ମିଶ୍ର ପ୍ରସଙ୍ଗକୁ ଗୃହ ବିବରଣୀରୁ ବାଦ ଦିଆଯିବାକୁ ବିରୋଧୀ ଦଳ ବିରୋଧ କରିଥିଲେ । ଏ ନେଇ ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଧାରଣା ଦେଇଥିଲେ। ଫଳରେ ମାତ୍ର ଗୋଟିଏ ମିନିଟ୍ ପାଇଁ ଗୃହ ଚାଲିଥିଲା। ଏହାପରେ ବାଚସ୍ପତି ମଧ୍ୟାହ୍ନ ସାଢେ଼ ୧୨ଟା ଯାଏଁ ଗୃହକୁ ମୁଲତବି କରି ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos