ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷାଫଳ; ପାସ୍ ହାର ୭୬.୭୫%

ଭୁବନେଶ୍ୱର: ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ସଚିବାଳୟ ଠାରେ ସୋମବାର ସକାଳ ୧୦ଟାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ଯୁକ୍ତ ଦୁଇ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚିତ କରିବା ସହିତ ପରୀକ୍ଷାଫଳ ଘୋଷଣା କରଛନ୍ତି। କଳା,ବାଣିଜ୍ୟ  ଓ ବିଜ୍ଞାନରେ ମିଶି ପାସ ହାର ୭୬.୭୫% ରହିଛି।  ବିଜ୍ଞାନରେ ୮୦.୩୧% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କଳାରେ ୭୬.୩୧ ଓ ବାଣିଜ୍ୟରେ ୬୯.୪୮% ପାସ୍ କରିଛନ୍ତି। ଏଥର ଏହି ତନୋଟି ବିଭାଗରେ ମୋଟ ୩ […]

resullt

Rakesh Mallick
  • Published: Monday, 01 June 2015
  • , Updated: 01 June 2015, 12:10 PM IST

ଭୁବନେଶ୍ୱର: ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ସଚିବାଳୟ ଠାରେ ସୋମବାର ସକାଳ ୧୦ଟାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ଯୁକ୍ତ ଦୁଇ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚିତ କରିବା ସହିତ ପରୀକ୍ଷାଫଳ ଘୋଷଣା କରଛନ୍ତି। କଳା,ବାଣିଜ୍ୟ  ଓ ବିଜ୍ଞାନରେ ମିଶି ପାସ ହାର ୭୬.୭୫% ରହିଛି।  ବିଜ୍ଞାନରେ ୮୦.୩୧% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କଳାରେ ୭୬.୩୧ ଓ ବାଣିଜ୍ୟରେ ୬୯.୪୮% ପାସ୍ କରିଛନ୍ତି। ଏଥର ଏହି ତନୋଟି ବିଭାଗରେ ମୋଟ ୩ ଲକ୍ଷ ୫୬ ହଜାର ୪୧୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨ ଲକ୍ଷ ୭୩ ହଜାର ୫୪୪ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ବିଜ୍ଞାନରେ ୯୩,୯୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୭୫,୪୩୪ ଜଣ। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୮,୪୫୯ ଜଣ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି ୨୩,୦୯୬ ଜଣ।

କଳାରେ ୨ ଲକ୍ଷ ୩୦ ହଜାର ୨୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୧ ଲକ୍ଷ ୭୫ ହଜାର ୭୧୯ ଜଣ। ସେମାନଙ୍କ ମଧ୍ୟରୁ ୧୫,୨୩୧ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୨୭,୮୪୭ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି।

ବାଣିଜ୍ୟରେ ମୋଟ ୩୨,୨୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୨,୩୯୧ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୩,୩୨୬ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି।

ସେହିଭଳି ସାମଗ୍ରିକ ଭାବେ ଏଥର ବି ଛାତ୍ରୀ ମାନେ ଛାତ୍ରମାନଙ୍କ ଅପେକ୍ଷା ଅଧିକ ଭଲ ଫଳାଫଳ କରିଛନ୍ତି।

ବିଜ୍ଞାନରେ ୪ଟି କଲେଜରେ ଫଳାଫଳ ଶୂନ ରହିଥିବା ବେଳେ ବାଣିଜ୍ୟରେ ୨ଟି କଲେଜରେ କୌଣସି ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇ ନାହାନ୍ତି।

ଉଚ୍ଚ ଶିକ୍ଷା ମନ୍ତ୍ରୀ ଫଳାଫଳ ଘୋଷଣା କରିବା ସହିତ ଭୁବନେଶ୍ୱର ସ୍ଥିତ କାଉନସିଲ୍ ଅଫିସ ସମେତ ତିନୋଟି ଆଞ୍ଚଳିକ ଶାଖା ବାରିପଦା, ବ୍ରହ୍ମପୁର ଓ ସମ୍ବଲପୁରରେ ରେଜଲ୍ଟ ବୁକଲେଟ୍ ଉପଲବ୍ଧ ହେଉଛି। ତା’ସହିତ କଟକର ଜେକେବିକେ କଲେଜରେ ମଧ୍ୟ ବୁକଲେଟ୍ ଉପଲବ୍ଧ ହେଉଛି। ତେବେ ଅଧା ଘଣ୍ଟା ପରେ ସିଏଚଏସଇର ନିଜସ୍ୱ ୱେବସାଇଟରେ ପରୀକ୍ଷାଫଳ ଉପଲବ୍ଧ ହେବ। orissaresults.nic.in ଓ chesodisha.nic.in ରୁ ଛାତ୍ରଛାତ୍ରୀମାନେ ପରୀକ୍ଷାଫଳ ଜାଣିପାରିବେ।

ଏଥର ପ୍ରଥମ ଥର ପାଇଁ ବିଜ୍ଞାନର ୫ଟି ବିଷୟର ଖାତାର ମୂଲ୍ୟାୟନ ଅନଲାଇନରେ କରାଯାଇଥିଲା। ଏହି ଉତ୍ତର ଖାତାଗୁଡ଼ିକ ଅନଲାଇନରେ ଉପଲବ୍ଧ ହେବ। ଆବଶ୍ୟକ ଫି’ ଦେଇ ବିଜ୍ଞାନ ଛାତ୍ରଛାତ୍ରୀମାନେ ସେମାନଙ୍କ ଉତ୍ତରଖାତା ଡାଉନ ଲୋଡ୍ କରିପାରିବେ। ସେହିପରି କଳା ଓ ବାଣିଜ୍ୟର ଛାତ୍ରଛାତ୍ରୀମାନେ ସେମାନଙ୍କ ମାର୍କରେ ରିଆଡିସନ୍ ଅବା ରିଚେକିଂ କରିବାକୁ ଚାହୁଁଥିଲ ଅନଲାଇନରେ ହିଁ ଆବେଦନ କରିପାରିବେ ବୋଲି ସିଏଚଏସଇ ପକ୍ଷରୁ କୁହାଯାଇଛି। chesodisha.nic.inକୁ ଗଲେ ଛାତ୍ରଛାତ୍ରୀମାନ ଏନେଇ ସୂଚନା ପାଇପାରିବେ।

Related story