ଜେଏସଡବ୍ଲ୍ୟୁ ପାଇଁ ଡିଲ୍ କରୁଛନ୍ତି ପ୍ରଣବ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଜ୍ଜନ ଜିନ୍ଦଲଙ୍କ ମାଲିକାନାରେ ଥିବା ଜେଏସଡବ୍ଲ୍ୟୁ ଷ୍ଟିଲ ଏବେ ଓଡ଼ିଶାରେ ନିଜର ଖଣି ବ୍ୟବସାୟ ଓ ମେଗା ଇସ୍ପାତ ପ୍ରକଳ୍ପ ନିର୍ମାଣକୁ ନେଇ ତତ୍ପର ଥିବାବେଳେ ବିଜେଡିର ପ୍ରଭାବଶାଳୀ ବିଧାୟକ ପ୍ରଣବପ୍ରକାଶ ଦାସ ତାଙ୍କ ପାଇଁ ସରକାରୀସ୍ତରରେ ଡିଲ୍ କରୁଥିବା ଜଣାପଡ଼ିଛି। ଫେବୃୟାରୀ ୧୩ତାରିଖରେ ଓଡ଼ିଶା ଗସ୍ତରେ ସାଜ୍ଜନ ଜିନ୍ଦଲ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ବିଧାୟକ ଶ୍ରୀ ଦାସଙ୍କ ସଙ୍ଗେ ସାକ୍ଷାତ ଆଲୋଚନା କରିବାକୁ ପଛାଇ ନାହାନ୍ତି। ଏପରିକି ଏରସମାରେ […]

pranab-prakash-das

pranab-prakash-das

Manoranjan Sial
  • Published: Saturday, 22 February 2020
  • Updated: 22 February 2020, 10:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଜ୍ଜନ ଜିନ୍ଦଲଙ୍କ ମାଲିକାନାରେ ଥିବା ଜେଏସଡବ୍ଲ୍ୟୁ ଷ୍ଟିଲ ଏବେ ଓଡ଼ିଶାରେ ନିଜର ଖଣି ବ୍ୟବସାୟ ଓ ମେଗା ଇସ୍ପାତ ପ୍ରକଳ୍ପ ନିର୍ମାଣକୁ ନେଇ ତତ୍ପର ଥିବାବେଳେ ବିଜେଡିର ପ୍ରଭାବଶାଳୀ ବିଧାୟକ ପ୍ରଣବପ୍ରକାଶ ଦାସ ତାଙ୍କ ପାଇଁ ସରକାରୀସ୍ତରରେ ଡିଲ୍ କରୁଥିବା ଜଣାପଡ଼ିଛି। ଫେବୃୟାରୀ ୧୩ତାରିଖରେ ଓଡ଼ିଶା ଗସ୍ତରେ ସାଜ୍ଜନ ଜିନ୍ଦଲ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ବିଧାୟକ ଶ୍ରୀ ଦାସଙ୍କ ସଙ୍ଗେ ସାକ୍ଷାତ ଆଲୋଚନା କରିବାକୁ ପଛାଇ ନାହାନ୍ତି। ଏପରିକି ଏରସମାରେ ପ୍ରସ୍ତାବିତ ମେଗା ଇସ୍ପାତ ପ୍ରକଳ୍ପ ପାଇଁ କମ୍ପାନୀ ଏପର୍ଯ୍ୟନ୍ତ ଏମଓୟୁ କରିନଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଜନଆକ୍ରୋଶକୁ ପ୍ରଶମିତ କରିବା ନିମନ୍ତେ ବ୍ୟାକଡୋରରେ ପ୍ରୟାସ ଜୋରଦାର କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାରେ ୩ଟି ପ୍ରମୁଖ ଲୁହାପଥର ଖଣି ହାତେଇଥିବା ଜେଏସଡବ୍ଲ୍ୟୁ ଷ୍ଟିଲ୍ ଆସନ୍ତା ୩ମାସ ମଧ୍ୟରେ ଏରସମାର ପ୍ରସ୍ତାବିତ ପୋସ୍କୋ ଅଞ୍ଚଳରେ ନିଜର ମେଗା ଇସ୍ପାତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଏକ ଜାତୀୟ ଦୈନିକ ଖବର କାଗଜରେ ପ୍ରକାଶିତ ଖବର ଅନୁସାରେ ଜେଏସଡବ୍ଲ୍ୟୁ ଷ୍ଟିଲ୍ ମୁଖ୍ୟ ସାଜ୍ଜନ ଜିନ୍ଦଲ ଫେବୃୟାରୀ ୧୩ତାରିଖରେ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟର ଶୀର୍ଷ ପ୍ରଶାସନିକ ଅଫିସରଙ୍କୁ ଭେଟିବା ସହ ଯାଜପୁର ବିଧାୟକ ଶ୍ରୀ ଦାସଙ୍କୁ ମଧ୍ୟ ଭେଟିଥିଲେ। ଶ୍ରୀ ଦାସଙ୍କ ସହ କିଛି ସମୟ ଆଲୋଚନା ପରେ ଉଭୟ ଏରସମା ବିଧାୟକ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସରକାରୀ ବାସଭବନକୁ ମଧ୍ୟ ଯାଇଥିଲେ। ସେଠାରେ ଜଳସମ୍ପଦ ମନ୍ତ୍ରୀଙ୍କ ସହ ଉଭୟ ସାଜ୍ଜନ ଜିନ୍ଦଲ ଓ ପ୍ରଣବ ପ୍ରକାଶ ଦାସ ଆଲୋଚନା କରିବାପରେ ତାଙ୍କ ବାସଭବନରେ ପୂର୍ବରୁ ଉପସ୍ଥିତ ଥିବା ଏରସମା ଅଞ୍ଚଳର ଲୋକଙ୍କ ସହ ବି କଥା ହୋଇଥିବା ସୂଚନା ମିଳିଛି।

ଗତ ମାସରେ ଜେଏସଡବ୍ଲ୍ୟୁ ପକ୍ଷରୁ ପ୍ରକଳ୍ପ ଅଞ୍ଚଳରେ ଜନଶୁଣାଣି କାର୍ଯ୍ୟ ହୋଇଥିବାବେଳେ କମ୍ପାନୀକୁ ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଥିଲା। ମାତ୍ର ଜିଲ୍ଲା ପ୍ରଶାସନ ଉପରେ ରହିଥିବା ଚାପ ଯୋଗୁ ସେଠାରେ ବିରୋଧୀଙ୍କ ସ୍ୱର ଶାଣିତ ହୋଇପାରିନାହିଁ। ପ୍ରକଳ୍ପ ଯୋଗୁ ଜମି ହରାଇବାକୁ ଥିବା ଲୋକମାନେ ବିନା କ୍ଷତିପୂରଣ ପ୍ୟାକେଜରେ ସେମାନଙ୍କ ଜମି ଛାଡ଼ିବେ ନାହିଁ ବୋଲି ରୋକଠୋକ୍ ଜଣାଇ ଥିବାରୁ ପ୍ରଶାସନ ଚିନ୍ତାରେ ରହିଛି। ଯଦିଓ ସେମାନଙ୍କ ଜମିକୁ ଜିଲ୍ଲା ପ୍ରଶାସନ ଅଧିଗ୍ରହଣ କରି ଇଡକୋକୁ ଦେଇସାରିଛି। ମାତ୍ର ବିନା କ୍ଷତିପୂରଣ ଓ ଥଇଥାନ ପ୍ୟାକେଜରେ ଜେଏସଡବ୍ଲ୍ୟୁ ଷ୍ଟିଲକୁ ସେଠାରେ ପ୍ରକଳ୍ପ କରାଇ ନଦେବାକୁ ସ୍ଥାନୀୟ ଲୋକେ ଜିଦ୍ ଧରିଥିବାବେଳେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବେ କମ୍ପାନୀ ପକ୍ଷରୁ ଉଭୟ ସରକାର ଓ ସ୍ଥାନୀୟ ବିଧାୟକ(ମନ୍ତ୍ରୀ ଶ୍ରୀ ଦାସ)ଙ୍କ ମାଧ୍ୟମରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନିମନ୍ତେ ଅହେତୁକ ଆଗ୍ରହ ଦେଖାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଏରସମାର ପ୍ରସ୍ତାବିତ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ପୋସ୍କୋ ନିଜର ମେଗା ଇସ୍ପାତ କରିବାରେ ବିଫଳ ହୋଇଥିବାବେଳେ ଏବେ ଜେଏସଡବ୍ଲ୍ୟୁ ଷ୍ଟିଲ୍ ନିଜର ମେଗା ପ୍ରକଳ୍ପ ପାଇଁ ଆଗ୍ରହ ଦେଖାଇଛି। ଏଥିପାଇଁ କମ୍ପାନୀ ଉଭୟ ପ୍ରଶାସନିକ ଓ ରାଜନୀତିକସ୍ତରରେ ମ୍ୟାନେଜ୍ ଉପରେ ଗୁରୁତ୍ୱ ଦେଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story