ଚୋର ମୁହଁ ଟାଣ: ପ୍ରଶାନ୍ତ ଦାସ କହିଲେ- ମୁଁ ଗିରଫ ହେଲେ ଜମାକାରୀ ପଇସା ପାଇବେନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଁ ଗିରଫ ହେଲେ ଜମାକାରୀ ପଇସା ପାଇଯିବେ ବୋଲି ଭାବୁଛନ୍ତି। ଯଦି ମତେ ଗିରଫ କଲେ ଜମାକାରୀ ପଇସା ପାଇବେ ତେବେ ମୋତେ ଗିରଫ କରନ୍ତୁ। ଏହା କହିଛନ୍ତି ସିସୋର ମୁଖ୍ୟ ପ୍ରଶାନ୍ତ ଦାସ।

ସେ ଆହୁରି କହିଛନ୍ତି,-“ଗିରଫ କଲେ ଜମାକାରୀଙ୍କ ପଇସା ପାଇବା ବିଳମ୍ବ ହେବ। ଜମାକାରୀଙ୍କ ପଇସା ପାଇବା ଆଶା ଧୀରେ ଧୀରେ ମଉଳିବ। ଏମିତି କେତେ ଗିରଫ କରିବେ କରନ୍ତୁ ।”

ବହୁଚର୍ଚ୍ଚିତ ସି-ସୋର ଚିଟଫଣ୍ଡ ମାମଲାରେ ଗତକାଲି ଜେଲରୁ ମୁକୁଳିବା ପରେ ଆଜି ପୁଣି ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସ ଗିରଫ ହୋଇଛନ୍ତି । ଏକ ୱାରେଣ୍ଟ ବଳରେ ଢେଙ୍କାନାଳ ପୋଲିସ ତାଙ୍କୁ ଆଜି ଗିରଫ କରିଛି। ପ୍ରଶାନ୍ତଙ୍କୁ ଭୁବନେଶ୍ୱର ଝାରପଡ଼ା ବାସଭବନରୁ ଢେଙ୍କାନାଳ ପୋଲିସର ୮ଜଣିଆ ଟିମ୍ ଗିରଫ କରିଛି। ଦୀର୍ଘ ସାଢ଼େ ୪ବର୍ଷ ଜେଲରେ ରହିବା ପରେ ଗତକାଲି ଝାରପଡ଼ା ଜେଲରୁ ମୁକୁଳିଥିଲେ ପ୍ରଶାନ୍ତ। ପ୍ରଶାନ୍ତଙ୍କ ଗିରଫ ସମ୍ପର୍କରେ ଢେଙ୍କାନାଳ ଏସପି ବସନ୍ତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

୨୦୧୪ରେ ଢେଙ୍କାନାଳ ଟାଉନ୍ ଥାନାରେ ତାଙ୍କ ନାଁରେ ୩ଟି ଚିଟଫଣ୍ଡ ମାମଲା ରହିଛି। ଏହି ସବୁ ମାମଲା ଗୁଡ଼ିକ ହେଲା ୪୨୫/୧୩, ୬୮୭/୧୩ ଓ ୬୨୦/୧୩। ଏହି ଠକେଇ ମାମଲାରେ ଓ୍ୱାରେଣ୍ଟ ବଳରେ ତାଙ୍କୁ ଆଜି ପୁଣିଥରେ ଗିରଫ ଯାଇଥିବା ସୂଚନା ଦେଇଛନ୍ତି ଏସପି। ଆଜି କୋର୍ଟରେ ପ୍ରଶାନ୍ତଙ୍କୁ ହାଜର ପରେ ୨ଦିନିଆ ରିମାଣ୍ଡରେ ନେଇପାରେ ଢେଙ୍କାନାଳ ପୋଲିସ। ଏଥିପାଇଁ କୋର୍ଟଙ୍କୁ ଆବେଦନ କରାଯିବ।

ଗତକାଲି ୮ଟି ମାମଲାରେ ପ୍ରଶାନ୍ତ ଦାଶଙ୍କୁ ଜାମିନ ମିଳିଥିଲା। ତେବେ ଗୋଟିଏ ରାତିକ ପରେ ପୁଣି ଥରେ ତାଙ୍କୁ ଗିରଫ କରାଯାଇଛି। ପ୍ରଶାନ୍ତ ଦାଶଙ୍କ ଜାମିନ ପାଇଁ ପୁଣି ଥରେ ଆବେଦନ କରାଯିବ ବୋଲି ତାଙ୍କ ପୁଅ ଶୁଭମ୍ ଦାସ୍ ସୂଚନା ଦେଇଛନ୍ତି।

Ordigital Desk
• Published: Saturday, 06 January 2018
• Updated: 06 January 2018, 12:35 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos