ଜେଲ୍‌ରୁ ମୁକୁଳିଲେ ବିଧାୟକ ପ୍ରଶାନ୍ତ ଜଗଦେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବାର ଦିନକ ପରେ ବିଜେଡିରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବ ଗତକାଲି ଜେଲରୁ ମୁକୁଳିଛନ୍ତି । ସେ ବାଣପୁର ସବଜେଲ୍‌ରେ ଗତ ମାର୍ଚ୍ଚ ୨୨ତାରିଖରୁ ବନ୍ଦୀ ଜୀବନ ବିତାଉଥିଲେ। ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରି ବର୍ଷକ ପାଇଁ ନିଜ ନିର୍ବାଚନମଣ୍ଡଳୀକୁ ନ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅବଶ୍ୟ ଜିଲ୍ଲାପାଳଙ୍କ ଅନୁମତି ନେଇ ସେ ନିର୍ବାଚନମଣ୍ଡଳୀ ଯାଇପାରିବେ ବୋଲି କୋର୍ଟ କହିଛନ୍ତି । କିନ୍ତୁ କୌଣସି […]

Prasant

Prasant

Manoranjan Sial
  • Published: Wednesday, 27 July 2022
  • Updated: 27 July 2022, 10:07 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବାର ଦିନକ ପରେ ବିଜେଡିରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବ ଗତକାଲି ଜେଲରୁ ମୁକୁଳିଛନ୍ତି । ସେ ବାଣପୁର ସବଜେଲ୍‌ରେ ଗତ ମାର୍ଚ୍ଚ ୨୨ତାରିଖରୁ ବନ୍ଦୀ ଜୀବନ ବିତାଉଥିଲେ।
ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରି ବର୍ଷକ ପାଇଁ ନିଜ ନିର୍ବାଚନମଣ୍ଡଳୀକୁ ନ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅବଶ୍ୟ ଜିଲ୍ଲାପାଳଙ୍କ ଅନୁମତି ନେଇ ସେ ନିର୍ବାଚନମଣ୍ଡଳୀ ଯାଇପାରିବେ ବୋଲି କୋର୍ଟ କହିଛନ୍ତି । କିନ୍ତୁ କୌଣସି ରାଜନୀତିକ ସଭା କିମ୍ବା ୫ଜଣରୁ ଅଧିକ ଲୋକଙ୍କୁ ନେଇ ସେ ବୈଠକ କରିପାରିବେ ନାହିଁ ।
ଗତ ମାର୍ଚ୍ଚ ୧୨ତାରିଖରେ ବାଣପୁର ବ୍ଲକ ଅଫିସ୍ ବାହାରେ ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନବେଳେ ସେ ନିଜ ଏସୟୁଭି ଗାଡ଼ିକୁ ଉପସ୍ଥିତ ଲୋକଙ୍କ ଉପରେ ଚଢ଼ାଇ ଦେଇଥିଲେ । ଏଥିରେ ପୁଲିସ କର୍ମଚାରୀଙ୍କ ସମେତ ପ୍ରାୟ ୨୨ଜଣ ଲୋକ ଆହତ ହୋଇଥିଲେ । ଉତ୍ତ୍ୟକ୍ତ ଲୋକେ ତାଙ୍କୁ ମାରପିଟ୍ କରି ରକ୍ତାକ୍ତ ମଧ୍ୟ କରିଦେଇଥିଲେ । ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା ଓ ସେ ସୁସ୍ଥ ହେବାପରେ ପୁଲିସ ତାଙ୍କୁ ମାର୍ଚ୍ଚ ୨୨ତାରିଖରେ ଗିରଫ କରି ଜେଲ୍‌ ପଠାଇଥିଲା ।
ଓଡ଼ିଶା ପୁଲିସ ତାଙ୍କର ଜାମିନ ଆବେଦନକୁ ଦୃଢ଼ ବିରୋଧ କରିଥିଲା । ଶ୍ରୀ ଜଗଦେବଙ୍କ ପାଇଁ ବିଜେଡି ସାଂସଦ ତଥା ବରିଷ୍ଠ ଓକିଲ ପିନାକୀ ମିଶ୍ର ମାମଲା ଲଢ଼ୁଥିଲେ ବୋଲି ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos