ବୈଜୟନ୍ତଙ୍କ ନିଲମ୍ବନକୁ ପ୍ରବାସୀ ଓଡ଼ିଆଙ୍କ ବିରୋଧ

ନୂଆଦିଲ୍ଲୀ: ବିଜେଡିରୁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିଲମ୍ବନ କରାଯିବା ନିଷ୍ପତ୍ତିକୁ ଦିଲ୍ଲୀରେ ବିରୋଧ କରାଯାଇଛି। ନୂଆଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଏନେଇ ଗତକାଲି ଓଡ଼ିଶା ଭବନ ଆଗରେ ପ୍ରତିବାଦ କରିଥିଲେ। ଏହାସହିତ ଦିଲ୍ଲୀର  ତ୍ୟାଗରାଜନଗରରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ ରାଲିର ଆୟୋଜନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ନିଲମ୍ୱନ ଆଦେଶ ପ୍ରତ୍ୟାହାର କରନ୍ତୁ ବୋଲି ସେମାନେ ଦାବି କରିଥିଲେ। ସେହିଭଳି ବୈଜୟନ୍ତଙ୍କ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ରର  ତଦନ୍ତ କରାଯାଉ ବୋଲି ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଦାବି କରାଯାଇଛି।