ଆଜି ପ୍ରାକ୍ ବଜେଟ ଆଲୋଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାକ୍ ବଜେଟ୍‌ର ଆଲୋଚନା ହେବ। ଏଥିରେ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରାଙ୍କ ସହ ବଜେଟ ବିଶେଷଜ୍ଞ ଓ ପୂର୍ବତନ ଅର୍ଥମନ୍ତ୍ରୀମାନେ ଯୋଗ ଦେବେ। ବଜେଟକୁ ଲୋକାଭିମୁଖୀ କରିବା ବିଶେଷଜ୍ଞମାନଙ୍କ ପରାମର୍ଶ ଲୋଡିବେ ସରକାର।  ଫେବୃୟାରୀ ମାସ ତୃତୀୟ ସପ୍ତାହରେ ରାଜ୍ୟ ବଜେଟ ଆଗତ ହେବାର ସମ୍ଭାବନା ରହିଛି। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ରାଜ୍ୟ ସରକାରଙ୍କ ଶେଷ ବଜେଟ ହେବ।