ପୁଣି କାନ୍ଧରେ ବୁହା ହେଲେ ଗର୍ଭବତୀ
- Published: Saturday, 03 March 2018
- , Updated: 03 March 2018, 09:47 AM IST
<p>ନୂଆପଡ଼ା: ଥମୁନି ଜନନୀ ଯନ୍ତ୍ରଣା। ପୁଣି କାନ୍ଧରେ ବୁହାହେଲେ ଗର୍ଭବତୀ। ଦୀର୍ଘ ୪ କିଲୋମିଟର ପାହାଡ଼ିଆ ରାସ୍ତାରେ କାନ୍ଧରେ ବୁହା ହୋଇ ଆସିଲେ ଆମ୍ବୁଲାନ୍ସ ନିକଟକୁ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା କିରିକିଟା ପଞ୍ଚାୟତର କପରଗଡ଼ ଗାଁରେ।</p>
<p>ଗାଁର ଉକାଳୁ ମାଝୀଙ୍କ ପତ୍ନୀ ପୁନିତାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଫୋନ୍‌ କରାଯାଇଥିଲା। ହେଲେ ପାହାଡ଼ ଉପରେ ଗାଁଟି ଥିବାରୁ ସେଠାକୁ ଗମନାଗମନର ସୁବିଧା ନାହିଁ। ତେଣୁ ଆମ୍ବୁଲାନ୍ସ ପହଞ୍ଚିପାରିନଥିଲ। ଫଳରେ ଆମ୍ବୁଲାନ୍ସରେ ଥିବା ଷ୍ଟ୍ରେଚରକୁ ଗାଁକୁ ନେଇ ଗର୍ଭବତୀଙ୍କୁ ବୋହି ଆଣିଥିଲେ ଆମ୍ବୁଲାନ୍ସ କର୍ମଚାରୀ ଏବଂ ଗାଁ ଲୋକେ। ଏହାପରେ ତାଙ୍କୁ ଖଡ଼ିଆଳ ଓ ପରେ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।</p>