ବାରଣ୍ଡାରେ ପିଲା ଜନ୍ମକଲେ ଜଣେ ମହିଳା

ନବରଙ୍ଗପୁର (ନବଘନ ବିଷୋୟୀ): ଦୋକାନ ବାରଣ୍ଡାରେ ପ୍ରସବ କଲେ ଜଣେ ମହିଳା। ଆଜି ଏମିତି ହୃଦୟ ବିଦାରକ ଘଟଣା ନବରଙ୍ଗପୁର ଟାଉନ୍‌ରେ ଦେଖିବାକୁ ମିଳିଛି। ତେବେ ମେଡିକାଲ୍‌ରେ ପହଞ୍ଚିବା ପୂର୍ବରୁ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ନବରଙ୍ଗପୁର ଟାଉନ୍‌ ଘାଟିସାହିର ମୋନା ରାଓଙ୍କ ପତ୍ନୀ ରେସମା ଆଜି କୌଣସି କାମରେ ମାର୍କେଟ ଆସିଥିଲେ। ଏହି ସମୟରେ ସେ ପ୍ରସବ ଯନ୍ତ୍ରଣା ପାଇଥିଲେ। ସାଥୀରେ କେହିନଥିବାରୁ ଆଉ ବେଶୀ ବାଟ […]

nabarangapur

nabarangapur

Manoranjan Sial
  • Published: Wednesday, 09 October 2019
  • Updated: 09 October 2019, 09:44 PM IST

Sports

Latest News

ନବରଙ୍ଗପୁର (ନବଘନ ବିଷୋୟୀ): ଦୋକାନ ବାରଣ୍ଡାରେ ପ୍ରସବ କଲେ ଜଣେ ମହିଳା। ଆଜି ଏମିତି ହୃଦୟ ବିଦାରକ ଘଟଣା ନବରଙ୍ଗପୁର ଟାଉନ୍‌ରେ ଦେଖିବାକୁ ମିଳିଛି। ତେବେ ମେଡିକାଲ୍‌ରେ ପହଞ୍ଚିବା ପୂର୍ବରୁ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ନବରଙ୍ଗପୁର ଟାଉନ୍‌ ଘାଟିସାହିର ମୋନା ରାଓଙ୍କ ପତ୍ନୀ ରେସମା ଆଜି କୌଣସି କାମରେ ମାର୍କେଟ ଆସିଥିଲେ। ଏହି ସମୟରେ ସେ ପ୍ରସବ ଯନ୍ତ୍ରଣା ପାଇଥିଲେ। ସାଥୀରେ କେହିନଥିବାରୁ ଆଉ ବେଶୀ ବାଟ ଚାଲି ପାରିନଥିଲେ। ତେଣୁ ସେ ନୂଆ ବସ୍‌ ଷ୍ଟାଣ୍ଡ ନିକଟସ୍ଥ ଏକ ଦୋକାନରେ ଆଶ୍ରୟ ନେଇଥିଲେ। ଆଉ ତା’ପରେ ସେଠାରେ ସେ ପ୍ରସବ କରିଥିଲେ। ମାତ୍ର ପୂର୍ଣ୍ଣ ପ୍ରସବ କରିପାରିନଥିଲେ।

ରେସମାଙ୍କ ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ପ୍ରାୟ ଅଧଘଣ୍ଟାଏ ବିଳମ୍ୱରେ ଘଟଣା ସ୍ଥଳରେ ଆମ୍ୱୁଲାନ୍ସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେତେବେଳକୁ ନବଜାତ ଶିଶୁର ମୃତ୍ୟୁ ହୋଇସାରିଥିଲା। ଏବେ ମଧ୍ୟ ରେସମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos