ନୀଳଗିରି(ବିଶ୍ୱମ୍ଭର ଦାସ): ଦୁଆର ମୁହଁରେ ଲହଡ଼ା ଭାଙ୍ଗୁଛି ସୁବର୍ଣ୍ଣରେଖା ବନ୍ୟାପାଣି। ବନ୍ୟାର ଏହି ପ୍ରଖର ସ୍ରୋତ ପାରି ହୋଇ ଘରୁ ଡାକ୍ତରଖାନାରେ ପହଞ୍ଚିବା ମୁସକିଲ। ହେଲେ ତେଣେ ଡାକ୍ତର ଆସନ୍ତା ୭ ତାରିଖ ସୁଦ୍ଧା ପିଲା ଜନ୍ମ ହେବା ନେଇ ସମୟ ଦେଇଛନ୍ତି। ଯାହାକୁ ନେଇ ବନ୍ୟା ପାଣି ଘେରରେ ଫସି ରହିଥିବା ଜଣେ ମହିଳା ଏବେ ଚିନ୍ତାରେ ଅଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କୁହ୍ଲା ଗାଁରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ବନ୍ୟା ପାଣି ଭିତରେ ଫସିଛନ୍ତି ଏହି ଗାଁର ରୁପା ମାଝି। ସେ ଏବେ ୯ ମାସର ଗର୍ଭବତୀ।
ଗାଁ ଚାରିପଟେ ବନ୍ୟା ଜଳ ସୁଅ କାଟି ଚାଲୁଥିବା ଯୋଗୁ ସେ ଡାକ୍ତରଖାନା ଆସିପାରୁନାହାନ୍ତି। କେତେବେଳେ କିଛି ବି ଘଟିପାରେ। ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ ତାଙ୍କୁ ଉଦ୍ଧାର କରିବା ନିମନ୍ତେ କୌଣସି ପଦକ୍ଷେପ ନିଆଯାଇନାହିଁ।
ପରିବାର ଲୋକଙ୍କ କହିବା କଥା ହଠାତ୍ ଗର୍ଭ ବେଦନା ହେଲେ ବୋହୂକୁ ଦେଶୀ ଡଙ୍ଗାରେ ଡାକ୍ତରଖାନାରେ ପହଞ୍ଚାଇବା ସମ୍ଭବ ନୁହେଁ। ତେଣୁ ଏନେଇ ସେମାନେ ଚିନ୍ତାରେ ଅଛନ୍ତି। ପ୍ରଶାସନ ସାହାଯ୍ୟ ସହଯୋଗ କରିଲେ ବୋହୂର ନିରାପଦ ପ୍ରସବ ହୋଇପାରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ହାର୍ଡକୋର ନକ୍ସଲ ପ୍ରଭାକର ଗିରଫ; ୨୫ ଲକ୍ଷ ଥିଲା ପୁରସ୍କାର ରାଶି
ପ୍ରଭାକରଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
Miscellaneous
ଜଙ୍ଗଲରେ ଥିଲା ୬୨ ଫୁଟ ଉଚ୍ଚ ସହିଦ ସ୍ତମ୍ଭ, ମାଟିରେ ମିଶାଇଲେ ଯବାନ
ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ରହିଥିବା ସବୁଠାରୁ ବିଶାଳ ସହିଦ ସ୍ତମ୍ଭ ମାଟିରେ ମିଶିଲା। ଉକ୍ତ ସ୍ତମ୍ଭକୁ ଧ୍ୱସଂ କରିଛନ୍ତି ଡିଆରଜି ଯବାନ ।
Miscellaneous
ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ଗଡ଼ିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍
ଖୁବ୍ ଶୀଘ୍ର ଗ୍ରୀନ ହାଇଡ୍ରୋଜେନ୍ ବସ୍ ରାଜ୍ୟରେ ଗଡିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଗ୍ରୀନ ହାଇଡ୍ରୋଜେନ ବସ୍ ଗଡ଼ିବା ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ।
Weather
ଲଘୁଚାପ ପ୍ରଭାବ; ଆଜି ଏହି ସବୁ ଜିଲ୍ଲାରେ ଛେଚିବ
ଲଘୁଚାପ ପ୍ରଭାବରେ ଦୁଇ ତିନି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ।
Politics
ରୁବେନଙ୍କୁ ନେଇ ବିଜେଡିରେ ଭିନ୍ନମତ: ବର୍ଷିଲେ ଅରୁଣ-ଅତନୁ, ପ୍ରସନ୍ନ କରିଥିଲେ ପ୍ରଶଂସା
ରୁବେନଙ୍କ ପୁସ୍ତକର ସଂଶୋଧିତ ସଂସ୍କରଣ ଗତ ଦୁଇଦିନ ତଳେ ଉନ୍ମୋଚନ ହେବା ପରଠୁ ରାଜନୀତିକ ଉଷ୍ମତା ଲାଗି ରହିଛି ।