ପୁରୀ ସହରରେ ପ୍ରି-ପେଡ୍ ଅଟୋ ଓ ଟ୍ୟାକ୍ସି ସେବା ଆରମ୍ଭ

Ordigital Desk
  • Published: Friday, 08 December 2017
  • , Updated: 08 December 2017, 11:28 AM IST
<p>ପୁରୀ: ପୁରୀ ସହରରେ ଆରମ୍ଭ ହୋଇଛି ପ୍ରି-ପେଡ୍ ଅଟୋ ଓ ଟ୍ୟାକ୍ସି ସେବା।&nbsp; ସହରର ୪ଟି ସ୍ଥାନରେ ପ୍ରିପେଡ୍ ଷ୍ଟାଣ୍ଡ୍ ନିର୍ମାଣ ପାଇଁ ଯୋଜନା ଥିବାବେଳେ ଗତକାଲି ପ୍ରଥମ ପର୍ଯ୍ୟାୟରେ ପୁରୀ ରେଳ ଷ୍ଟେସନରୁ ଏହି ଯୋଜନା ଆରମ୍ଭ ହୋଇଛି। ଉଦ୍&zwnj;ଘାଟନୀ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ&nbsp; ମହେଶ୍ୱର ମହାନ୍ତି, ଏସ୍.ପି ଡାକ୍ତର ସାର୍ଥକ ଷଡଙ୍ଗୀ, ପିଡି ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ, ଡେପୁଟି କମାଣ୍ଡାଣ୍ଟ୍, ପର୍ଯ୍ୟଟନ ଅଧିକାରୀ ପ୍ରମୁଖ ଯୋଗଦେଇଥିଲ।&nbsp; ଜିଲ୍ଲା ପ୍ରଶାସନ, ପୋଲିସ ଓ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ପ୍ରିପେଡ୍ ସେବାରେ ପ୍ରାଥମିକ ଭାବେ ୪୦ଟି ରୁଟ୍&zwnj;ରେ ଅଟୋ ଓ ଟ୍ୟାକ୍ସି ଚାଲିବ ଓ ୫୩୫ଟି ଅଟୋଙ୍କୁ ସ୍ୱୀକୃତି ଦିଆଯିବ।</p> <p>ଯାତ୍ରୀମାନେ ରୁଟ୍ ଅନୁସାରେ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ଭଡ଼ା ଜମା କରି ୨ଟି ରସିଦ ନେବେ ଏବଂ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ସେଥିରୁ ଗୋଟିଏ ରସିଦ ଗାଡ଼ି ଚାଳକଙ୍କୁ ଦେବେ।</p>

Related story