ଆଠଗଡ଼(ନୀଳ କଣ୍ଠ ଦୋରା): ଆସନ୍ତା ବଡ଼ଓଷା ପାଇଁ ଏକ ପ୍ରସ୍ତୁତି ବୈଠକ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଧବଳେଶ୍ଵର ପୀଠରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚକ ବ୍ରତ ଆସନ୍ତା ୮ ଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସ୍ଵତନ୍ତ୍ର ବୈଠକ ରେ ସ୍ଵାସ୍ଥ୍ୟ,ପରିମଳ, ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି।
ଏ ବର୍ଷ ଝୁଲାପୋଲର ମାହାସୁଲ ପାଞ୍ଚ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମଞ୍ଚେଶ୍ଵର ପଟୁ ଡଙ୍ଗା ଭଡ଼ା କୋଡ଼ିଏ ଟଙ୍କା ଅପରିବର୍ତ୍ତିତ ରହିଛି। ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ପାଇଁ ୨୦ ପ୍ଲାଟୁନ ଫୋର୍ସ ସହିତ ତିନି ଜଣ ଆଡିସନାଲ ଏସ୍ପି, ଚବିଶ ଜଣ ଇନ୍ସପେକ୍ଟର ଓ ୮୧ ଜଣ ସବ୍ ଇନ୍ସପେକ୍ଟର ମୁତୟନ ହେବେ।
ପଞ୍ଚୁକ ପାଞ୍ଚ ଦିନ ମଧ୍ୟରୁ ତିନି ଦିନ ବଡ଼ସିଂହାର ବେଶ ହେବାକୁ ଥିବା ବେଳେ ବଡ଼ଓଷା ଦିନ ହରିହର ବେଶ ଓ କାର୍ତ୍ତିକ ପୂର୍ଣ୍ଣିମା ଦିନ ଯୋଗୀ ବେଶରେ ମହାପ୍ରଭୁ ଧବଳେଶ୍ୱର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ ବୋଲି ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
‘ଯମୁନା’ ରହୁଥିବା ଏନ୍କ୍ଲୋଜରରେ ଗାଧୋଇଲା ‘ଜିନ୍ନତ’
ଏନ୍କ୍ଲୋଜର ଭିତରକୁ ଗଲା ପରେ ‘ଜିନ୍ନତ’ ପ୍ରଥମେ ଦୌଡ଼ାଦୌଡ଼ି କରିଥିଲା। ତା’ପରେ ଏନ୍କ୍ଲୋଜର ଭିତରେ ଥିବା ପାଣି କୁଣ୍ଡରେ ଗାଧୋଇଥିଲା। ଦୀର୍ଘ ସମୟ ଧରି ସେ ପାଣି କୁଣ୍ଡରେ ପହଁରିଥିବା ଦେଖିବାକୁ ମିଳିଥିଲା।
Politics
ତଥାଗତଙ୍କ ଲେଖାକୁ ନେଇ ଚର୍ଚ୍ଚା; ନବୀନଙ୍କୁ ଘାଇଲା କଲେ
ସେ ଆହୁରି ଲେଖିଛନ୍ତି, ସାଧାରଣତଃ ପ୍ରଶାସନିକ ବ୍ୟବସ୍ଥାରେ ଜଣେ ଆଇଏଏସ୍ ଅଧିକାରୀ ସରକାରୀ ଚାକିରିରୁ ଅବସର ନେବା ପରେ ନିଜ ଜନ୍ମସ୍ଥାନକୁ ଫେରିବାର ଲକ୍ଷ୍ୟ କରାଯାଏ। କିନ୍ତୁ ପାଣ୍ଡିଆନ୍ଙ୍କୁ ଦଳର ମଙ୍ଗ ଧରାଇ ନବୀନ ନିଜେ ଓଡ଼ିଆ ଲୋକଙ୍କୁ ତାଚ୍ଛଲ୍ୟ କରିଥିଲେ।
Miscellaneous
ନୂଆ ବର୍ଷରେ ୩ ଆଇପିଏସ୍ଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି
ଦୁଇ ଦିନ ତଳେ ୮ ଜଣ ଆଇପିଏସ୍ ଅଫିସରଙ୍କୁ ମିଳିଥିଲା ପଦୋନ୍ନତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Politics
କାଲି ଓଡ଼ିଶାରେ ପହଞ୍ଚିବେ ନୂତନ ରାଜ୍ୟପାଳ, ୩ରେ ଶପଥ ସମାରୋହ
ଆସନ୍ତା ୩ରେ ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ ହରି ବାବୁ କମ୍ଭାମପତି । ସେ ଆସନ୍ତା କାଲି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ୩ ତାରିଖରେ ଶପଥ ଗ୍ରହଣ ସମାରୋହର କାର୍ଯ୍ୟକ୍ରମ ରହିଛି।