ଆଡ଼ପ ମଣ୍ଡପରେ ବୃନ୍ଦାବନର ଦୃଶ୍ୟ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ନିତ୍ୟ ବୃନ୍ଦାବନର ଦୃଶ୍ୟରାଜି ଦେଖିବାକୁ ମିଳିଛି ଶ୍ରୀଗୁଣ୍ଡିଚା ମନ୍ଦିରରେ। ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ ପରେ ଆଡ଼ପ ମଣ୍ଡପକୁ ରାହାସ ଦିଅଁ ବିଜେ କରିଥିଲେ। ଯେଉଁ ଭଳି ବୃନ୍ଦାବନରେ ରାଧାକୃଷ୍ଣଙ୍କର ଅପୂର୍ବ ମିଳନ ଘଟିଥିଲା ସେହି ଅପୂର୍ବ ଦୃଶ୍ୟର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ତେଣେ ବାହୁଡ଼ା ଅପେକ୍ଷାରେ ଥିବା ପ୍ରଭୁ ବଳଭଦ୍ରଙ୍କ ଆଗୁଆଣି ଚକରେ ଲାଗିଛି ପହି ପାତିଆ। ମହାରଣା ଓ ଭୋଇ ସେବକଙ୍କ ଉପସ୍ଥିତିରେ ଲାଗିଛି ଏହି ପହି ପାତିଆ। ନିର୍ଦ୍ଧାରିତ […]

Podapitha

Podapitha

Niranjan Mishra
  • Published: Thursday, 07 July 2022
  • Updated: 07 July 2022, 08:18 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ନିତ୍ୟ ବୃନ୍ଦାବନର ଦୃଶ୍ୟରାଜି ଦେଖିବାକୁ ମିଳିଛି ଶ୍ରୀଗୁଣ୍ଡିଚା ମନ୍ଦିରରେ। ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ ପରେ ଆଡ଼ପ ମଣ୍ଡପକୁ ରାହାସ ଦିଅଁ ବିଜେ କରିଥିଲେ। ଯେଉଁ ଭଳି ବୃନ୍ଦାବନରେ ରାଧାକୃଷ୍ଣଙ୍କର ଅପୂର୍ବ ମିଳନ ଘଟିଥିଲା ସେହି ଅପୂର୍ବ ଦୃଶ୍ୟର ନୀତିକାନ୍ତି ଅନୁଷ୍ଠିତ ହୋଇଛି।

ତେଣେ ବାହୁଡ଼ା ଅପେକ୍ଷାରେ ଥିବା ପ୍ରଭୁ ବଳଭଦ୍ରଙ୍କ ଆଗୁଆଣି ଚକରେ ଲାଗିଛି ପହି ପାତିଆ। ମହାରଣା ଓ ଭୋଇ ସେବକଙ୍କ ଉପସ୍ଥିତିରେ ଲାଗିଛି ଏହି ପହି ପାତିଆ। ନିର୍ଦ୍ଧାରିତ ସ୍ଥାନରେ ଗତକାଲି ଠାରୁ ରହିଛି ତିନି ରଥ। ଜ୍ୟାକ ଲଗାଇ ରଥ ଘୁଞ୍ଚାଇବାର ଆବଶ୍ୟକତା ପଡ଼ିନାହିଁ। ରଥଯାଞ୍ଚ ଓ ଆବଶ୍ୟକ ମରାମତି କାମ କରାଯାଇଛି।

ଆସନ୍ତାକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ। ଅପରାହ୍ଣ ୪ଟା ଯାଏଁ ସନ୍ଧ୍ୟା ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ଏହି ନିଷ୍ପତ୍ତିକୁ ଉଭୟ ସେବାୟତ ଓ ଶ୍ରଦ୍ଧାଳୁ ବିରୋଧ କରିଛନ୍ତି । ସନ୍ଧ୍ୟା ଯାଏଁ ଦର୍ଶନ ସୁଯୋଗ ଦେବାକୁ ଦାବି ହୋଇଛି।

ଏହା ଆଡ଼ପ ମଣ୍ଡପରେ ଶ୍ରୀଜୀଙ୍କର ଶେଷ ସନ୍ଧ୍ୟାକାଳୀନ ଦର୍ଶନ ହୋଇଥିବାରୁ ଏ ଦର୍ଶନର ନାମ ସନ୍ଧ୍ୟା ଦର୍ଶନ ହୋଇଛି। ଏହି ଦର୍ଶନ ଅତ୍ୟନ୍ତ ପୁଣ୍ୟ ଦାୟକ ବୋଲି ମନେ କରାଯାଏ। ତେଣୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମେ। ଏହି ଦିନ ବଡ଼ସିଂହାର ଭୋଗ ଶେଷ ପରେ ପହୁଡ଼ ଆଳତି, ଶ୍ରୀମୁଖ ଖଣ୍ଡୁଆ ପଡ଼ିବା ପରେ ବାହୁଟ କଣ୍ଟ କରାଯାଏ। ରଥଯାତ୍ରା ପୂର୍ବଦିନ ରାତିରେ ଶ୍ରୀମନ୍ଦିରରେ ଯେଉଁ ନୀତିରେ ହୋଇଥାଏ, ଠିକ୍ ସେହିଭଳି ନୀତି ଅନୁଷ୍ଠିତ ହୁଏ। କୋଠ ସୁଆଁସିଆମାନେ ଚାର ବାନ୍ଧିବେ। ତା ପରେ କୁସୁମି ଲାଗି ହେବ।

ଏହା ପରଦିନ ଦଶମୀ ତିଥିରେ ହେବ ବାହୁଡ଼ା ଯାତ୍ରା। ମହର୍ଷି ବେଦବ୍ୟାସକୃତ ସ୍କନ୍ଦପୁରାଣର ପଞ୍ଚତ୍ରିଂଶୋଧ୍ୟାୟରେ ରଥଯାତ୍ରା ବିଧାନ ଓ ବହୁଡ଼ା ଯାତ୍ରା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଭଗବାନ ବିଷ୍ଣୁଙ୍କ ଦକ୍ଷିଣାଭିମୁଖୀ ବାହୁଡ଼ା ଯାତ୍ରା ଅତି ଦୁର୍ଲ୍ଲଭ। ଏହାକୁ ଭକ୍ତି ସହ ସମ୍ପାଦନ କରାଯିବା ଉଚିତ। ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା ଓ ଏହା ପରବର୍ତ୍ତି ବାହୁଡ଼ା ଯାତ୍ରା ଦର୍ଶନ ପୁଣ୍ୟଦାୟକ।  ବାହୁଡ଼ାରେ ମହାପ୍ରଭୁଙ୍କ ଦକ୍ଷିଣାଭିମୁଖ ଦର୍ଶନ ପ୍ରତିପଦରେ ଅଶ୍ୱମେଧଯଜ୍ଞ ଫଳ ସହ ବୈକୁଣ୍ଠଧାମ ଗମନ ଫଳ ଦେଇଥାଏ। ରଥ ଆଗରେ ରହି ସ୍ତୁତି, ନୃତ୍ୟ, ଆଲଟ, ଚାମର, ଉପଢ଼ୌକନ ପ୍ରଦାନ କରି ସମସ୍ତେ ଭଗବାନଙ୍କ ସେବା କରି ଭକ୍ତି ପ୍ରାପ୍ତ କରିଥାନ୍ତି।

ଅନ୍ୟପଟେ ବାହୁଡ଼ା ବେଳେ ମହାପ୍ରଭୁମାନଙ୍କୁ ବାଟରେ ପୋଡ଼ପିଠା ଭୋଗ ହେବ। ଏଥିନିମନ୍ତେ ବଡ଼ଦାଣ୍ତ ସ୍ଥିତ ମାଉସୀ ମା’ ମନ୍ଦିରରେ ଆଜି ଠାରୁ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୋଇଛି। ଛେନା, ଅଟା, ଚିନି, ଅଳେଇଚ, ଲବଙ୍ଗ, ପିସ୍ତା ବାଦାମ ଏବଂ ଘିଅର ଏକ ମିଶ୍ରଣରେ ଏହି ପିଠା ମା’ଙ୍କ ପୀଠରେ ପ୍ରସ୍ତୁତ କରାଯାଉଛି। ବାହୁଡ଼ା ବେଳେ ଠାକୁରମାନଙ୍କ ରଥ ମାଉସୀ ମା’ଙ୍କ ମନ୍ଦିର ଆଗରେ ଅଟକିବ। ଏଠାରେ ପୋଡ଼ପିଠା ଭୋଗ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos