ପହିଲାରେ ବିଜୁ ଯୁବ ବାହିନୀର ରିଜିଓନାଲ ୟୁଥ୍‌ କନ୍‌କ୍ଲେଭ୍‌

ସମ୍ବଲପୁର:ଆସନ୍ତା ଫେବୃୟାରୀ ପହିଲାରେ ସମ୍ବଲପୁରରେ ଆୟୋଜିତ ହେବ ବିଜୁ ଯୁବ ବାହିନୀର ‘ରିଜିଓନାଲ ୟୁଥ୍‌ କନକ୍ଲେଭ୍’ । ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ ପରିସରରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାର ବିଜୁ ଯୁବ ବାହିନୀ ଯୋଗ ଦେବେ। ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି କାମ। ପଡ଼ିଆକୁ ସବୁଜ କାର୍ପେଟରେ ଆବୃତ କରାଯାଉଛି। ସରକାରୀ ଅଫିସର ମାନେ ପ୍ରସ୍ତୁତି କାମ ତଦାରଖ କରୁଛନ୍ତି। ପ୍ରାୟ ୩୫ ହଜାର ଲୋକଙ୍କ […]

v-99

Tapas Behera
  • Published: Tuesday, 29 January 2019
  • , Updated: 29 January 2019, 10:31 PM IST

ସମ୍ବଲପୁର:ଆସନ୍ତା ଫେବୃୟାରୀ ପହିଲାରେ ସମ୍ବଲପୁରରେ ଆୟୋଜିତ ହେବ ବିଜୁ ଯୁବ ବାହିନୀର ‘ରିଜିଓନାଲ ୟୁଥ୍‌ କନକ୍ଲେଭ୍’ । ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ ପରିସରରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାର ବିଜୁ ଯୁବ ବାହିନୀ ଯୋଗ ଦେବେ।

ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି କାମ। ପଡ଼ିଆକୁ ସବୁଜ କାର୍ପେଟରେ ଆବୃତ କରାଯାଉଛି। ସରକାରୀ ଅଫିସର ମାନେ ପ୍ରସ୍ତୁତି କାମ ତଦାରଖ କରୁଛନ୍ତି। ପ୍ରାୟ ୩୫ ହଜାର ଲୋକଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି। ଏହି କନ୍‌କ୍ଲେଲଭରେ ଯୋଗ ଦେବାକୁ ଆସୁଥିବା ବିଜୁ ଯୁବ ବାହିନୀ ପାଇଁ ରହିବା, ଖାଇବା ଓ ବସିବା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି। ଷ୍ଟାଡିୟମ୍‌ ବାହାରେ ଥିବା ରାସ୍ତାରୁ ଜବରଦଖଲ ଉଚ୍ଛେଦ କରାଯାଉଛି।

ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚଳାଇ ଆସିଥିବା ସମ୍ବଲପୁର ଜିଲ୍ଲା ଓକିଲ ସଂଘ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଢ଼ ବିରୋଧ କରିବ ବୋଲି କହିଛି। ବିରୋଧର ରୂପରେଖ  କିପରି ହେବ, ସେ ନେଇ ବୁଧବାର ଜିଲ୍ଲା ଓକିଲ ସଂଘର ଏକ ଜରୁରୀ ବୈଠକ ଡକାଯାଇଛି।

Related story