ରାଜଭବନ ତ’ ବିପଦସଙ୍କୁଳ: ରାଷ୍ଟ୍ରପତି ଆସିଲେ ପୁରୀରେ ରହିବେ କେଉଁଠି? ଜାଣନ୍ତୁ

Ordigital Desk
  • Published: Tuesday, 13 March 2018
  • , Updated: 13 March 2018, 09:59 PM IST
<p>ପୁରୀ(ଓଡ଼ିଶା ରିପୋର୍ଟର): ବିପଦସଙ୍କୁଳ ଅବସ୍ଥାରେ ପୁରୀର ରାଜଭବନ। ଯେଉଁଥିପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସି ରାଜଭବନ ବଦଳରେ ସର୍କିଟ ହାଉସରେ ରାତ୍ରି ଯାପନ କରିବେ। ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ଯୁଦ୍ଧକାଳୀନ ଭିତ୍ତିରେ ସର୍କିଟ ହାଉସକୁ ପ୍ରସ୍ତୁତ କରାଯାଉଛି। ୧୭ ତାରିଖ ସନ୍ଧ୍ୟାରେ ପୁରୀକୁ ଆସିବା ପରେ ୧୮ତାରିଖ ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେବେ। ଏହା ସହ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ମହୋତ୍ସବରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।</p> <p>୧୯୧୩-୧୪ ମସିହାରେ ନିର୍ମାଣ ହୋଇଥିବା ପୁରୀ ରାଜଭବନ। ଦୂରରୁ ଏହା ଅତି ସୁନ୍ଦର ଦେଖାଯାଉଛି। ହେଲେ ଏହି ରାଜଭବନ ଭିତରରେ ସ୍ଥିତି ଉଦବେଗ ଜନକ ରହିଛି। କାନ୍ଥର ଫାଟ ସ୍ପଷ୍ଟ ଭାବେ ଦେଖାଯାଉଛି। ଛାତର ଲୁହା ଓହଳି ପଡିଛି। ସିଡି ଭୁଶୁଡିବା ସ୍ଥିତିରେ ରହିଛି। ଯେଉଁଥିପାଇଁ ପୂର୍ତ୍ତ ବିଭାଗର ଚିଫ ଇଞ୍ଜିନିୟର ରାଜଭବନକୁ ବିପଦସଙ୍କୁଳ ଭାବେ ଘୋଷଣା କରିଛନ୍ତି। ଫଳରେ ଭାରତର ପ୍ରଥମ ନାଗରୀକ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୭ ତାରିଖରେ ପୁରୀ ଗସ୍ତ କରି ରାଜ ଭବନରେ ରହିବା ବଦଳରେ ସର୍କିଟ ହାଉସରେ ରାତ୍ରିଯାପନ କରିବେ। ଏଥିପାଇଁ ସର୍କିଟ ହାଉସକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୃତ କରାଯାଉଛି। ୧୮ତାରିଖ ସକାଳ ୭ଟା ୩୦ ମିନିଟରେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଆଶୀର୍ବାଦ ନେବେ। ପ୍ରଥମଥର ପାଇଁ ରାଷ୍ଟ୍ରପତିଙ୍କ ରହଣୀକୁ ପରିବର୍ତ୍ତନ କରାଯାଇଥିବାରୁ ଆଗକୁ ଯେଭଳି ରାଜଭବନକୁ ସଂପୂର୍ଣ୍ଣ ପ୍ରସ୍ତୁତ କରାଯିବ, ସେନେଇ କାର୍ଯ୍ୟ ଆରମ୍ଭ ହୋଇଗଲାଣି।</p> <p>ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ଖୁସିର ମାହୋଲ। ଜଗମୋହନର ମରାମତି କାର୍ଯ୍ୟ ଚାଲିଥିଲେ ମଧ୍ୟ ଗର୍ଭଗୃହକୁ ଯାଇ ଦର୍ଶନ କରିବା ପାଇଁ ଛତିଶା ନିଯୋଗରେ ପ୍ରସ୍ତାବ ଦିଆଯାଇଛି। ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା କୃଷ୍ଣଚନ୍ଦ୍ର ଗୋଛିକାର ଭାରତର ରାଷ୍ଟପ୍ରତିଙ୍କ ପଣ୍ଡା ହିସାବରେ ସ୍ୱାଗତ କରି ଦର୍ଶନ କରିବାର ଅଧିକାର ରହିଥିବାରୁ ବେଶ୍ ଉତ୍ସାହିତ ଅଛନ୍ତି।</p>

Related story