ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ହେବ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଓଡ଼ିଶାରେ ଭୋଟିଂ ଗ୍ରହଣ କେନ୍ଦ୍ର ସ୍ଥିରୀକୃତ ହୋଇଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଯଦି ଭୋଟ୍ ଗ୍ରହଣ ଆବଶ୍ୟକ ପଡ଼େ, ତେବେ ଜୁଲାଇ ୧୮ତାରିଖରେ ଭୋଟିଂ ହେବ । ଆଉ ସେଥିପାଇଁ ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠକୁ ନିର୍ବାଚନ କମିଶନ ଭୋଟ୍ ଗ୍ରହଣ କେନ୍ଦ୍ର ଭାବେ ସ୍ଥିରୀକୃତ କରିଛନ୍ତି । ଏହି ଭୋଟଗ୍ରହଣ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ହେବ । […]

odisha assembly

Ordigital Desk
  • Published: Tuesday, 14 June 2022
  • , Updated: 14 June 2022, 10:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଓଡ଼ିଶାରେ ଭୋଟିଂ ଗ୍ରହଣ କେନ୍ଦ୍ର ସ୍ଥିରୀକୃତ ହୋଇଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଯଦି ଭୋଟ୍ ଗ୍ରହଣ ଆବଶ୍ୟକ ପଡ଼େ, ତେବେ ଜୁଲାଇ ୧୮ତାରିଖରେ ଭୋଟିଂ ହେବ । ଆଉ ସେଥିପାଇଁ ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠକୁ ନିର୍ବାଚନ କମିଶନ ଭୋଟ୍ ଗ୍ରହଣ କେନ୍ଦ୍ର ଭାବେ ସ୍ଥିରୀକୃତ କରିଛନ୍ତି । ଏହି ଭୋଟଗ୍ରହଣ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ହେବ ।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତି ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଜୁନ୍ ୨୯ତାରିଖ ଧାର୍ଯ୍ୟ ହୋଇଥିବାବେଳେ ଜୁଲାଇ ୨ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଯଦି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆବଶ୍ୟକ ପଡ଼େ ତା’ହେଲେ ଜୁଲାଇ ୧୮ତାରିଖ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଏହି ଭୋଟଗ୍ରହଣ କେନ୍ଦ୍ରକୁ ନିର୍ବାଚନ କମିଶନ ଚୂଡ଼ାନ୍ତ କରିଛନ୍ତି ।

ଏହାସହିତ ନିର୍ବାଚନ କମିଶନ ଲୋକସଭା, ରାଜ୍ୟସଭା ଓ ବିଧାନସଭା ସଦସ୍ୟଙ୍କୁ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ କେତେକ ସୁବିଧା ମଧ୍ୟ ପ୍ରଦାନ କରିଛନ୍ତି । ନିର୍ବାଚନ କମିଶନ କହିଛନ୍ତି ଯେ, ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଏବଂ ପ୍ରତ୍ୟେକ ରାଜ୍ୟର ବିଧାୟକମାନେ ନିଜର ବିଧାନସଭାରେ ମତଦାନ କରିବା ଆଶା କରାଯାଏ । କିନ୍ତୁ କୌଣସି ଜରୁରୀକାଳୀନ ସ୍ୱତନ୍ତ୍ର କାରଣ ପାଇଁ ସଂସଦର ସଦସ୍ୟମାନେ ଯେକୌଣସି ରାଜ୍ୟ/ଦିଲ୍ଲୀ/ପୁଡୁଚେରୀର ନିର୍ଦ୍ଧାରିତ ଭୋଟଗ୍ରହଣ କେନ୍ଦ୍ରରେ ଭୋଟଦାନ କରିପାରିବେ । ସେହିପରି କୌଣସି ବିଧାୟକ ଚାହିଁଲେ ସଂସଦ ଭବନରେ କିମ୍ବା ଅନ୍ୟ କୌଣସି ରାଜ୍ୟର ବିଧାନସଭାର ନିର୍ଦ୍ଧାରିତ ଭୋଟଗ୍ରହଣ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିପାରିବେ । ତେବେ ଏଥିପାଇଁ ସମ୍ପୃକ୍ତ ସଦସ୍ୟଙ୍କୁ ଏକ ନିର୍ଦ୍ଦିଷ୍ଟ ଫର୍ମରେ ନିର୍ବାଚନ ତାରିଖର ୧୦ଦିନ ପୂର୍ବରୁ ନିର୍ବାଚନ କମିଶନଙ୍କୁ ଆବେଦନ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

Related story