କିଏ କାହାକୁ ଭୋଟ୍‌ ଦେଉଛି, କହି ଦେଉଥିଲେ ପ୍ରିଜାଇଡିଂ ଅଫିସର

ଜଳେଶ୍ୱର(ଅଜିତ୍‌ ଦାସ): ଆଜି ରାଜ୍ୟର ୬ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟିଂ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରୁ ବୁଥ୍‌ ରିଗିଂ, କ୍ୟାପଚରିଂ ଭଳି ଖବର ସାମ୍ନାକୁ ଆସୁଛି। ପ୍ରାର୍ଥୀଙ୍କ ଉପସ୍ଥିତିରେ ଦଳୀୟ କର୍ମୀଙ୍କ ଦୌରାତ୍ମ୍ୟର ଖବର ମଧ୍ୟ ମିଳିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଭୋଗରାଇ ଦାରୁହାଁ ବୁଥ୍‌ର ପ୍ରିଜାଇଡିଂ ଅଫିସର କିଏ କାହାକୁ ଭୋଟ୍‌ ଦେଉଛି ବାହାରେ କହି ଦେଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏହାପରେ ପ୍ରିଜାଇଡିଂ […]

56

Jitendra Garnayak
  • Published: Monday, 29 April 2019
  • , Updated: 29 April 2019, 06:20 PM IST

ଜଳେଶ୍ୱର(ଅଜିତ୍‌ ଦାସ): ଆଜି ରାଜ୍ୟର ୬ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟିଂ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରୁ ବୁଥ୍‌ ରିଗିଂ, କ୍ୟାପଚରିଂ ଭଳି ଖବର ସାମ୍ନାକୁ ଆସୁଛି। ପ୍ରାର୍ଥୀଙ୍କ ଉପସ୍ଥିତିରେ ଦଳୀୟ କର୍ମୀଙ୍କ ଦୌରାତ୍ମ୍ୟର ଖବର ମଧ୍ୟ ମିଳିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଭୋଗରାଇ ଦାରୁହାଁ ବୁଥ୍‌ର ପ୍ରିଜାଇଡିଂ ଅଫିସର କିଏ କାହାକୁ ଭୋଟ୍‌ ଦେଉଛି ବାହାରେ କହି ଦେଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏହାପରେ ପ୍ରିଜାଇଡିଂ ଅଫିସରଙ୍କୁ ଅଟକ ରଖିଥିଲେ ଭୋଟର। ଦୀର୍ଘ ୨ ଘଣ୍ଟା ହେଲାଣି ତାଙ୍କୁ ଅଟକ ରଖାଯାଇଛି । ଖବର ଲେଖାଯିବା ବେଳକୁ ଉତ୍ତେଜନା ଲାଗି ରହିଥିଲା।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀର ଏକ ବୁଥରେ ରିଗିଂ ହୋଇଥିବାର ଅଭିଯୋଗ ଆସିଛି। ଔପଦା ପଞ୍ଚାୟତର କୋରିରାପଲ୍ଲୀ ଗାଁରେ ହୋଇଥିବା ୧୬୦ ନମ୍ବର ବୁଥରୁ ଆସିଛି ଏହି ଅଭିଯୋଗ। ଜଣେ ବ୍ୟକ୍ତି ବୁଥ୍ ଭିତରେ ପଶି ଏକାଧିକ ଭୋଟ୍ ଦେଉଥିବାର ଭିଡିଓ ‘ଓଟିଭି’ର ହସ୍ତଗତ ହୋଇଛି।

ସେହିପରି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଗଜରାଜପୁର ୧୬୯ ନମ୍ବର ବୁଥରୁ ଏହି ଭିଡିଓ ହସ୍ତଗତ ହୋଇଛି। ଜଣେ ସ୍ଥାନୀୟ ବିଜେଡି ନେତ୍ରୀ ନିର୍ଦ୍ଧିଷ୍ଟ ଦଳକୁ ଭୋଟ୍‌ ଦେବାକୁ ପ୍ରବର୍ତ୍ତାଉଥିବା ଦେଖିବାକୁ ମିଳିଛି। ଏପରିକି ଭୋଟ୍‌ ନ ଦେଲେ ସମସ୍ତ ସରକାରୀ ସୁବିଧା କାଟିଦେବେ ବୋଲି ସେ ଧମକ ଦେଇଥିବା ଜଣାପଡିଛି।

Related story