ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ଼ ପରେ କ’ଣ କହିଲେ ପ୍ରସନ୍ନ ! ଶୁଣନ୍ତୁ

Ordigital Desk
  • Published: Tuesday, 20 February 2018
  • , Updated: 20 February 2018, 10:09 PM IST
<p>ବରଗଡ଼(ଓଡିଶା ରିପୋର୍ଟର): &ldquo; ମୁଖ୍ୟମନ୍ତ୍ରୀଙ୍କୁ ଆଉ ବିଜେଡିକୁ ବିଜେପୁରବାସୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି। ବରପାଲିରୁ କୁମ୍ଭାରୀ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଶୋଭାଯାତ୍ରା ଏହାକୁ ପ୍ରମାଣିତ କରିଛି। ବିପୁଳ ସମର୍ଥନ, ହୁଳହୁଳି ଧ୍ୱନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୟଜୟକାର ତାଙ୍କ ଦଳ ପ୍ରତି ଥିବା ଜନସମର୍ଥନକୁ ପ୍ରମାଣିତ କରିଛି &rdquo; । ଏହା କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ।</p> <p>ବିଜେପୁର ନିର୍ବାଚନକୁ ଆଉ ମାତ୍ର ୪ ଦିନ ବାକି ଥିବାବେଳେ ଆଜି ସନ୍ଧ୍ୟାରେ ଘଟିଥିଲା ଏକ ଅଭାବନୀୟ ଘଟଣା। ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଜଣେ ବ୍ୟକ୍ତି ଚପଲ ମାଡ କରିଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ଘଟଣାରେ ବିଜେପିର ହାତ ଥିବା ଓ ବିଜେପି କର୍ମୀ ଏଭଳି ଚପଲ ମାଡ଼ କରିଥିବା ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି। ଏଣେ ବିଜେପି ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହ ଚପଲ ମାଡ଼ କରିଥିବା ବ୍ୟକ୍ତିଙ୍କ ସହ ଭାଜପାର କୌଣସି ସମ୍ପର୍କ ନାହିଁ ବୋଲି ପ୍ରସନ୍ନ ବରଗଡ଼ରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି ।</p> <p>ସେ କହିଛନ୍ତି, &ldquo;ସଭା ଠିକ୍&zwnj; ଠାକ୍ ଚାଲିଥିବା ବେଳେ ପୂର୍ବ ଯୋଜନା ମୁତାବକ, ପ୍ରାୟୋଜିତ କାର୍ଯ୍ୟକ୍ରମ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗାଯାଇଛି ।&rdquo;</p>

Related story