ସରକାରଙ୍କ ଚେତାବନୀକୁ ସମବାୟ କର୍ମଚାରୀଙ୍କ ବେଖାତିର: ଚାଲିଛି ବିକଳ୍ପ ଖୋଜା

Ordigital Desk
  • Published: Wednesday, 15 November 2017
  • , Updated: 15 November 2017, 10:25 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମେ ଚେତାବନୀ, ପରେ ଡେଡ୍&zwnj;ଲାଇନ। ହେଲେ କିଛି ବି କାମରେ ଲାଗୁନାହିଁ। ଏବେ ବିକଳ୍ପ ବାଟ ଖୋଜୁଛନ୍ତି ସରକାର। ଏହା ହେଉଛି ପ୍ରାଥମିକ କୃଷି ସମବାୟ ସମିତି ବା ପାକ୍ସ କର୍ମଚାରୀଙ୍କ କଥା। ୨୪ ଘଣ୍ଟା ଡେଡ୍&zwnj;ଲାନ୍&zwnj; ପରେ ବି ଆନ୍ଦୋଳନ ଜାରି ରହିଛି। ନିଲମ୍ବନ ଧମକ ବି କାମ କରିନି। ତେଣୁ ବିକଳ୍ପ ବ୍ୟବସ୍ଥାରେ ସମ୍ବଲପୁରରେ ଆଜି ଧାନକିଣା ଆରମ୍ଭ କରିଛନ୍ତି ସରକାର।</p> <p>ନିଲମ୍ବନ ଧମକ ପରେ ବି ସରକାରଙ୍କ ନାଲିଆଖିକୁ ଡରିବୁ ନାହିଁ ବୋଲି ସ୍ଲୋଗାନ ଦେଉଛନ୍ତି&nbsp; ପ୍ୟାକ୍ସ ଓ ଲ୍ୟାମ୍ପସର କର୍ମଚାରୀ। ୨୪ ଘଣ୍ଟା ଭିତରେ କାମରେ ଯୋଗ ଦେବାକୁ ଏମାନଙ୍କୁ ଡେଡ୍ ଲାଇନ ଦେଇଛନ୍ତି ସମବାୟ ସମିତି ସମୂହର ରେଜିଷ୍ଟ୍ରାର। କାମରେ ଯୋଗ ନ ଦେଲେ କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ବି&nbsp; ଦିଆଯାଇଛି। ହେଲେ କାମରେ ଯୋଗ ଦେବା ତ ଦୂରର କଥା କିଛି ଜିଲ୍ଲାରେ ସମବାୟ ସମିତିରେ ତାଲା ପକାଇ ଛୁଟିରେ ଥିବା ପ୍ୟାକ୍ସ କର୍ମଚାରୀ ସରାକରଙ୍କ ବିରୋଧରେ ଗୁପ୍ତରେ ଏକାଠି ହୋଇ ମନ୍ତ୍ରଣା କରିଛନ୍ତି।</p> <p>କର୍ମଚାରୀଙ୍କୁ ଧମକ ଦେବା ପରେ ଆଲୋଚନା ପାଇଁ ବି ଆଜି ଡକରା ଆସିଥିଲା। ସରକାରଙ୍କ ତରଫରୁ ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଆନ୍ଦୋଳନରେ ବସିଥିବା କର୍ମଚାରୀଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ହେଲେ ଏହା ଫେଲ୍ ମାରିଥିଲା। ସେପଟେ କର୍ମଚାରୀଙ୍କ ଆନ୍ଦୋଳନ ଭିତରେ ସମ୍ବଲପୁରରେ ଚଳିତ ଖରିଫର ପ୍ରଥମ ଧାନ ସଂଗ୍ରହ ଆଜିଠୁ ଆରମ୍ଭ ହୋଇଛି। ଚାଷୀଙ୍କୁ ଅସୁବିଧାରେ ନ ପକାଇବା ପାଇଁ ଏଠାରେ ପ୍ୟାକ୍ସ କର୍ମଚାରୀ କଳାବ୍ୟାଜ୍ ପିନ୍ଧି ଧାନ ସଂଗ୍ରହ କରିଛନ୍ତି। ତେବେ ଦାବି ପୂରଣ ନ ହେବା ଯାଏ ଧାନ ସଂଗ୍ରହରୁ ଆରମ୍ଭ କରି ଋଣ ବଣ୍ଟନ ପର୍ଯ୍ୟନ୍ତ ସରକାରଙ୍କ କୌଣସି କାମ କରିବେ ନାହିଁ ବୋଲି କର୍ମଚାରୀ ଧମକ ଦେଇଥିବା ବେଳେ ସରକାର ବି ବିକଳ୍ପ ବ୍ୟବସ୍ଥା କରି କାର୍ଯ୍ୟାନୁଷ୍ଠାନ ନେବା ମୁଡରେ ଅଛନ୍ତି।</p>

Related story