ଶ୍ୱାସରୁଦ୍ଧରୁ ହୋଇଛି ମନୀଷଙ୍କ ମୃତ୍ୟୁ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ୱାସରୁଦ୍ଧ କାରଣରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ରିପୋର୍ଟର ପ୍ରାଥମିକ ତଥ୍ୟ ଅନୁସାରେ ଭୁବନେଶ୍ୱର ଏମ୍‌ସ ପିଆର୍‌ଓ ଡାକ୍ତର ପ୍ରଭାସ ରଂଜନ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ତେବେ କିଭଳି ମନୀଷଙ୍କର ଶ୍ୱାସରୁଦ୍ଧ ହେଲେ, ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡ଼ିବ ବୋଲି କହିଛନ୍ତି ଡାକ୍ତର ତ୍ରିପାଠୀ। ଏହା ସହିତ ମନୀଷଙ୍କ ଶରୀରରେ ବାହାରକୁ ଦେଖାଗଲା ଭଳି କୌଣସି କ୍ଷତଚିହ୍ନ ନାହିଁ ବୋଲି ସେ କହିଛନ୍ତି। […]

Manish Anurag

Manish Anurag

Jitendra Garnayak
  • Published: Tuesday, 12 October 2021
  • Updated: 12 October 2021, 02:55 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ୱାସରୁଦ୍ଧ କାରଣରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ରିପୋର୍ଟର ପ୍ରାଥମିକ ତଥ୍ୟ ଅନୁସାରେ ଭୁବନେଶ୍ୱର ଏମ୍‌ସ ପିଆର୍‌ଓ ଡାକ୍ତର ପ୍ରଭାସ ରଂଜନ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ତେବେ କିଭଳି ମନୀଷଙ୍କର ଶ୍ୱାସରୁଦ୍ଧ ହେଲେ, ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡ଼ିବ ବୋଲି କହିଛନ୍ତି ଡାକ୍ତର ତ୍ରିପାଠୀ। ଏହା ସହିତ ମନୀଷଙ୍କ ଶରୀରରେ ବାହାରକୁ ଦେଖାଗଲା ଭଳି କୌଣସି କ୍ଷତଚିହ୍ନ ନାହିଁ ବୋଲି ସେ କହିଛନ୍ତି।

ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଅଟକ ରଖିଛି। ସେହିଭଳି ଯେଉଁ କାର୍‌ରେ ମନୀଷଙ୍କୁ ପାତ୍ରପଡ଼ା ସ୍ଥିତ ସାଉଥ୍ ସିଟି ହୋଟେଲ୍‌କୁ ନିଆଯାଇଥିବା କାର୍‌କୁ ଠାବ କରିଛି ପୁଲିସ୍। ସେ ଦୁଇ ଜଣ ଯୁବକଙ୍କ ସହିତ ଏହି କାରରେ ସାଉଥ୍ ସିଟି ହୋଟେଲ୍‌କୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ୍ ଧରିଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜୁଛି। ତେବେ ଅଟକ ଥିବା ଯୁବକ ଜଣଙ୍କ କିଏ, ସେ ନେଇ ପୁଲିସ୍ ପକ୍ଷରୁ କିଛି କୁହାଯାଇ ନାହିଁ।

ରବିବାର ମନୀଷଙ୍କ ମୃତଦେହ ପାତ୍ରପଡ଼ାର ଏକ ପୋଖରୀରୁ ମିଳିଥିଲା। ଶନିବାର ରାତିରୁ ସେ ନିଖୋଜ ଥିଲେ। ଭୋଜି କରିବାକୁ ଡାକି ନେଇ ମନୀଷଙ୍କୁ ତାଙ୍କର ସାଙ୍ଗମାନେ ହତ୍ୟା କରିଥିବା ନବୀନ ଦାସ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos