ଚୌଦ୍ୱାର ଜେଲ୍‌ରେ କଏଦୀ ମୃତ୍ୟ ଘଟଣା: ତଦନ୍ତ ଦାବି କଲେ ମୃତକଙ୍କ ପତ୍ନୀ

କଟକ: ଚୌଦ୍ୱାର ଜେଲ୍‌ରେ ବିଚାରଧୀନ କଏଦୀ ବାପି ଦାସଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଦାବିରେ ମଙ୍ଗଳବାଗ ଥାନାରେ ଏତଲା ଦିଆଯାଇଛି। ଏହି ଏତଲା ମୃତ କଏଦୀ ବାପିଙ୍କ ପତ୍ନୀ ବୁଧେଇ ଦାସ ଦେଇଛନ୍ତି। ଚୌଦ୍ୱାର ଜେଲ୍‌ର, ଜେଲ୍‌ ପରିସରରେ ଥିବା ମେଡିକାଲ ଅଧିକାରୀ ଓ ଏଥିରେ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଛନ୍ତି ମୃତ କଏଦୀଙ୍କ ପତ୍ନୀ। କଏଦୀଙ୍କ ପତ୍ନୀ ଏକ ସ୍ୱେଚ୍ଛାସେବୀ ସଂଗଠନ ସହ ଆସି ମଙ୍ଗଳବାଗ ଥାନାରେ ଏତଲା ଦେଇ ଦୋଷୀଙ୍କ ବିରୋଧରେ […]

ctc

Rakesh Mallick
  • Published: Saturday, 24 June 2017
  • , Updated: 24 June 2017, 07:17 PM IST

କଟକ: ଚୌଦ୍ୱାର ଜେଲ୍‌ରେ ବିଚାରଧୀନ କଏଦୀ ବାପି ଦାସଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଦାବିରେ ମଙ୍ଗଳବାଗ ଥାନାରେ ଏତଲା ଦିଆଯାଇଛି। ଏହି ଏତଲା ମୃତ କଏଦୀ ବାପିଙ୍କ ପତ୍ନୀ ବୁଧେଇ ଦାସ ଦେଇଛନ୍ତି। ଚୌଦ୍ୱାର ଜେଲ୍‌ର, ଜେଲ୍‌ ପରିସରରେ ଥିବା ମେଡିକାଲ ଅଧିକାରୀ ଓ ଏଥିରେ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଛନ୍ତି ମୃତ କଏଦୀଙ୍କ ପତ୍ନୀ।

କଏଦୀଙ୍କ ପତ୍ନୀ ଏକ ସ୍ୱେଚ୍ଛାସେବୀ ସଂଗଠନ ସହ ଆସି ମଙ୍ଗଳବାଗ ଥାନାରେ ଏତଲା ଦେଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Related story