ଏଣିକି ଦୈନିକ ୯ ମିନିଟ ଘଣ୍ଟ ପ୍ରତିବାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଯୋଗୁ ପ୍ରାୟ କିଛି ମାସ ହେବ ଶ୍ରୀମନ୍ଦିର ସମେତ ରାଜ୍ୟର ସ଼ବୁ ମନ୍ଦିର ଖାଁ ଖାଁ ପଡ଼ି ରହିଛି। ଭକ୍ତକୁ ମନ୍ଦିର ଦୁଆର ମନା। ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ମନ ବ୍ୟାକୁଳ ହେଉଛି। ମନ୍ଦିର ଖୋଲିବାକୁ ଦୀର୍ଘ ଦିନର ଦାବି, ଗୁହାରୀ ସତ୍ତ୍ୱେ ଶୁଣୁନି ପ୍ରଶାସନ। ଏପରି ସମୟରେ ମନ୍ଦିର ଆଗରେ ଘଣ୍ଟ ବଜାଇ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ମନ୍ଦିର ସେବାୟତ ସଂଘ। ସଂଘର ନିଷ୍ପତ୍ତି ଅନୁଯାଇ,ଏଣିକି […]

temple

Tapaswini Nayak
  • Published: Monday, 09 November 2020
  • , Updated: 09 November 2020, 02:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଯୋଗୁ ପ୍ରାୟ କିଛି ମାସ ହେବ ଶ୍ରୀମନ୍ଦିର ସମେତ ରାଜ୍ୟର ସ଼ବୁ ମନ୍ଦିର ଖାଁ ଖାଁ ପଡ଼ି ରହିଛି। ଭକ୍ତକୁ ମନ୍ଦିର ଦୁଆର ମନା। ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ମନ ବ୍ୟାକୁଳ ହେଉଛି। ମନ୍ଦିର ଖୋଲିବାକୁ ଦୀର୍ଘ ଦିନର ଦାବି, ଗୁହାରୀ ସତ୍ତ୍ୱେ ଶୁଣୁନି ପ୍ରଶାସନ। ଏପରି ସମୟରେ ମନ୍ଦିର ଆଗରେ ଘଣ୍ଟ ବଜାଇ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ମନ୍ଦିର ସେବାୟତ ସଂଘ।

ସଂଘର ନିଷ୍ପତ୍ତି ଅନୁଯାଇ,ଏଣିକି ମନ୍ଦିର ଆଗରେ ସବୁଦିନ ବାଜିବ ପ୍ରତିବାଦର ଘଣ୍ଟ। । ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଉନଥିବାରୁ ଏହା ପ୍ରତିବାଦରେ ଦୈନିକ ୯ ମିନିଟ ଘଣ୍ଟ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ମନ୍ଦିର ସେବାୟତ ସଂଘ ।

ଆସନ୍ତା ୧୧ରୁ ସବୁ ମନ୍ଦିର ଆଗରେ ଘଣ୍ଟ ବାଡ଼େଇବାକୁ ସେବାୟତମାନେ ନିଷ୍ପତ୍ତି ନେଇଛନ୍ତି। ଦୈନିକ ସକାଳ ୯ରୁ ୯ ମିନିଟ୍ ଯାଏଁ ଘଣ୍ଟ ବାଡ଼େଇବେ ସେବାୟତ।

ଏହାସତ୍ତ୍ୱେ ସମସ୍ୟାର ସମାଧାନ ନ ହେଲେ ଆସନ୍ତା ୨୦ରେ ବିଧାନସଭା ଆଗରେ ବିକ୍ଷୋଭ କରିବାକୁ ରାଜ୍ୟ ମନ୍ଦିର ସେବାୟତ ସଂଘ ନିଷ୍ପତ୍ତି ନେଇଛି।

Related story