ପ୍ରେମ କରି ଶ୍ୱେତାଙ୍କୁ କାହିଁକି ଇଗ୍‌ନୋର କରୁଥିଲେ ସୌମ୍ୟଜିତ? ଅକୁହା କଥା କହିଲେ ବନ୍ଧୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରେମ କରୁଥିଲେ। ବାହା ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉଭୟ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ! ତେବେ ହଠାତ୍‌ କ’ଣ ହେଲା ଯେ, ସଫ୍ଟୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କୁ ଇଗ୍‌ନୋର କଲେ ତାଙ୍କ ପ୍ରେମିକ ସୌମ୍ୟଜିତ ମହାପାତ୍ର? ଏହାକୁ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଶ୍ୱେତାଙ୍କ ବନ୍ଧୁ ପ୍ରୀତିଶ ନାୟକ ଆଜି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି। ଶ୍ୱେତା ଓ ସୌମ୍ୟଜିତ ମହାପାତ୍ରଙ୍କୁ ନେଇ ଅନେକ ଅକୁହା କଥା କହିଛନ୍ତି […]

Sweta

  • Published: Thursday, 25 August 2022
  • , Updated: 27 December 2022, 09:16 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରେମ କରୁଥିଲେ। ବାହା ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉଭୟ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ! ତେବେ ହଠାତ୍‌ କ’ଣ ହେଲା ଯେ, ସଫ୍ଟୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କୁ ଇଗ୍‌ନୋର କଲେ ତାଙ୍କ ପ୍ରେମିକ ସୌମ୍ୟଜିତ ମହାପାତ୍ର? ଏହାକୁ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଶ୍ୱେତାଙ୍କ ବନ୍ଧୁ ପ୍ରୀତିଶ ନାୟକ ଆଜି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି। ଶ୍ୱେତା ଓ ସୌମ୍ୟଜିତ ମହାପାତ୍ରଙ୍କୁ ନେଇ ଅନେକ ଅକୁହା କଥା କହିଛନ୍ତି ପ୍ରୀତିଶ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ୱେତାଙ୍କ ବନ୍ଧୁ ପ୍ରୀତିଶ ନାୟକ କହିଛନ୍ତି, ୬ ମାସ ହେଲା ସୌମ୍ୟଜିତ ମହାପାତ୍ରଙ୍କ ସହ ଶ୍ୱେତାଙ୍କର ସମ୍ପର୍କ ଖରାପ ହୋଇଥିଲା। ଶ୍ୱେତା ଏନେଇ ତାଙ୍କ ବାପା ଓ ମାଆଙ୍କୁ କହିଥିଲେ। ସେଥିପାଇଁ ଶ୍ୱେତାଙ୍କ ବାପା-ମାଆ ସୌମ୍ୟଙ୍କ ସମ୍ୱଲପୁର ସ୍ଥିତ ଘରକୁ ଯାଇ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ପରେ ଉଭୟଙ୍କ ଭିତରେ ଥିବା ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇଥିଲା।  କିନ୍ତୁ XIMBକୁ MBA କରିବା ପାଇଁ ଗଲା ପରେ ଶ୍ୱେତାଙ୍କୁ ଇଗ୍ନୋର କରିବା ଆରମ୍ଭ କରିଥିଲେ ସୌମ୍ୟଜିତ। ମାତ୍ର ଶ୍ୱେତା କହିଥିଲେ, ଯଦି ରିଲେସନ୍‌ ରହିବ, ତା’ହେଲେ ବିବାହ ଜରୁରୀ। କାରଣ ସୌମ୍ୟଜିତ ପୂର୍ବରୁ ୩ ଜଣ ଝିଅଙ୍କୁ ଧୋକ୍କା ଦେଇଥିବା ଶ୍ୱେତା ଜାଣିପାରିଥିଲେ ବୋଲି ପ୍ରୀତିଶ କହିଛନ୍ତି।

ପ୍ରୀତିଶ ଆହୁରି କହିଛନ୍ତି, ଶ୍ୱେତାଙ୍କ ଅନ୍ତରଙ୍ଗ ଫଟୋ ବାବଦରେ ମୁଁ ଜାଣିଥିଲି। ଶ୍ୱେତା ଥରେ ଏହା କହିଥିଲା। ସେଥିପାଇଁ ସେ ମଧ୍ୟ ଭୟ କରୁଥିଲା। ୨୦୧୩ରୁ ମୁଁ ଶ୍ୱେତାଙ୍କ ବନ୍ଧୁ ଥିଲି। ସେ ବହୁତ ଲୟାଲ ଓ ଅନେଷ୍ଟ ଥିଲା। କୋଭିଡ୍‌ ବେଳେ ମା’ ଭଳି ସୌମ୍ୟଜିତର ଯତ୍ନ କରିଥିଲା ଶ୍ୱେତା। ଶ୍ୱେତା-ସୌମ୍ୟଜିତ ସମ୍ପର୍କ ନେଇ ପୁଲିସକୁ ଅନେକ ତଥ୍ୟ ଦେଇଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଆଜି ଶ୍ୱେତାଙ୍କ ବାପା, ମାଆ ଓ ଭାଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କୁ ଭେଟିଛନ୍ତି। ଶ୍ୱେତା ଓ ସୌମ୍ୟଜିତ ସମ୍ପର୍କ ନେଇ ସେମାନେ ଡିସିପିଙ୍କୁ ଅବଗତ କରାଇଛନ୍ତି। ଶ୍ୱେତାଙ୍କର ୪ ଜଣ ସାଙ୍ଗ ସବୁ ଜାଣିଥିବା ସେମାନେ ଡିସିପିଙ୍କୁ କହିଛନ୍ତି। ଶ୍ୱେତାଙ୍କର କିଛି ମେସେଜ୍‌ ମଧ୍ୟ ଡିସିପିଙ୍କୁ ଦେଇଥିବା କହିଛନ୍ତି ତାଙ୍କ ପରିବାର ଲୋକେ। ପୁଲିସ ଉପରେ ଭରସା ଅଛି। ତଦନ୍ତ ହେଲେ ସତ ବାହାରିବ ବୋଲି ଶ୍ୱେତାଙ୍କ ପରିବାର ଲୋକେ କହିଛନ୍ତି।

ସାମ୍ନାକୁ ଆସିଲା ଶ୍ୱେତାଙ୍କ ଡାଏରୀ

ସଫ୍ଟୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା କରିବାର ୭ ଦିନ ପରେ ତାଙ୍କ ହାତ ଲେଖା ଡାଏରୀର କିଛି ପୃଷ୍ଠା ସାମ୍ନାକୁ ଆସିଛି।  ମୃତ୍ୟୁର ବହୁ ପୂର୍ବରୁ ସୌମ୍ୟଜିତଙ୍କ ସହ ସମ୍ପର୍କକୁ ନେଇ ସେ ସେଥିରେ ଅନେକ କଥା ଲେଖିଛନ୍ତି। ଦିନକୁ ଦିନ ସମ୍ପର୍କ ମଜଭୁତ ହେଉଥିବା ଡାଏରୀରେ ଉଲ୍ଲେଖ ରହିଛି। ଗୋଟିଏ ପୃଷ୍ଠାରେ ସେ(ସୌମ୍ୟଜିତ) ମୋତେ ସ୍ତ୍ରୀ ଭାବେ ଗ୍ରହଣ କରିଥିବା ଲେଖାଯାଇଛି। ଭଗବାନ ଆମର ସବୁ ସମସ୍ୟା ଦୂର କରାନ୍ତୁ ମଧ୍ୟ ଲେଖାଯାଇଛି। ଶେଷରେ ସୌମ୍ୟଜିତ, ଲଭ ୟୁ ଶ୍ୱେତା ବୋଲି ଲେଖା ରହିଛି।

Related story