ରାଜଧାନୀରୁ ସମ୍ବଲପୁରକୁ ଘରୋଇ ବସ୍ ବନ୍ଦ

ସମ୍ବଲପୁର( ଓଡ଼ିଶା ରିପୋର୍ଟର):  ଆଜି ରାଜଧାନୀରୁ ସମ୍ବଲପୁରକୁ ଘରୋଇ ବସ୍ ଳାଚଳ ବନ୍ଦ  ରହିବ। ସକାଳ ୬ଟା ରୁ ରାତି ୧୨ଟା ପର୍ଯ୍ୟନ୍ତ ଦିନିକିଆ ବନ୍ଦ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ। ଏନ୍ଏଚ୍-୫୫ ଅର୍ଥାତ ମଙ୍ଗୁଳି-ସମ୍ବଲପୁରୀ ଜାତୀୟ ରାଜପଥ ମରାମତି ନେଇ ବାରମ୍ବାର ଦାବି ସତ୍ତ୍ୱେ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ଅବହେଳା ଓ ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରତିବାଦରେ ଏହି ବନ୍ଦ ଡ଼ାକରା ଦିଆଯାଇଛି। ଦୀର୍ଘ ଦିନ ଧରି ମଙ୍ଗୁଳି ସମ୍ବଲପୁର ଜାତୀୟ ରାଜପଥ ଅବସ୍ଥା […]

bus strike

Tapaswini Nayak
  • Published: Thursday, 23 December 2021
  • , Updated: 23 December 2021, 12:35 PM IST

ସମ୍ବଲପୁର( ଓଡ଼ିଶା ରିପୋର୍ଟର):  ଆଜି ରାଜଧାନୀରୁ ସମ୍ବଲପୁରକୁ ଘରୋଇ ବସ୍ ଳାଚଳ ବନ୍ଦ  ରହିବ। ସକାଳ ୬ଟା ରୁ ରାତି ୧୨ଟା ପର୍ଯ୍ୟନ୍ତ ଦିନିକିଆ ବନ୍ଦ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ। ଏନ୍ଏଚ୍-୫୫ ଅର୍ଥାତ ମଙ୍ଗୁଳି-ସମ୍ବଲପୁରୀ ଜାତୀୟ ରାଜପଥ ମରାମତି ନେଇ ବାରମ୍ବାର ଦାବି ସତ୍ତ୍ୱେ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ଅବହେଳା ଓ ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରତିବାଦରେ ଏହି ବନ୍ଦ ଡ଼ାକରା ଦିଆଯାଇଛି।

ଦୀର୍ଘ ଦିନ ଧରି ମଙ୍ଗୁଳି ସମ୍ବଲପୁର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଫଳରେ ଯିବା ଆସିବା ପାଇଁ ଅଧିକ ସମୟ ଲାଗୁଥିବା ବେଳେ ଦୁର୍ଘଟଣା ବି ବଢ଼ିଛି। ତେଣୁ ଯାତ୍ରୀମାନେ ବସ୍ ଅପେକ୍ଷା ରେଳ ସେବା ଉପରେ ର୍ନିଭରଶୀଳ ହେଉଛନ୍ତି। ଯାହା ଫଳରେ ବସ୍‌ ଗୁଡ଼ିକୁ କ୍ଷତି ସହିବାକୁ ପଡୁଛି। ମରାମତି ନେଇ ପୂର୍ବରୁ ବହୁ ଥର ଦାବି, ରାଜ୍ୟ ସରକାରଙ୍କର ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ଓ ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ସହ ଏକାଧିକ ବାର ବୈଠକ ହୋଇଥିଲେ ମଧ୍ୟ ଏ ଯାଏ ମରାମତି କାମ ଆରମ୍ଭ ହୋଇପାରି ନାହିଁ।

ଏହାର ପ୍ରତିବାଦରେ ଆଜି ଦିନିକିଆ ବସ୍ ବନ୍ଦ ପରେ ୨୪ ତାରିଖରେ ସମ୍ବଲପୁରରେ ସବୁ ବସ୍‌ରେ କଳାପତାକା ଲାଗିବ। ଏହାସହ ଜାନୁଆୀରୁ ୧ରୁ ଏନ୍ଏଚ୍ ୫୫କୁ ବୟ କଟ୍ କରିବାକୁ ଘରୋଇ ବସ୍ ମାଲିକ ସଂଘ ଚେତାବନୀ ଦେଇଛି।

Related story