କାଲି ଗଡ଼ିବନି ଘରୋଇ ବସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକ ସଂଶୋଧନ ଆଇନ୍‌ (ସିଏଏ), ଦରଦାମ ବୃଦ୍ଧି ଓ ବେକାରୀ ପ୍ରଭୃତି ସମସ୍ୟାକୁ ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍ ‌ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି। ଏହାକୁ ଲକ୍ଷ୍ୟ କରି ଘରୋଇ ବସ ଚଳାଚଳ ନକରିବାକୁ ନିଷ୍ପତ୍ତି ନିଆଯାଇଛି। ବନ୍ଦ ସମୟରେ କୌଣସି ଅଘଟଣ ଘଟିବା ଆଶଙ୍କା କରି ଏପରି ନିଷ୍ପତ୍ତି ନିଆଯାଇଛି। ଏନେଇ ଘରୋଇ ମାଲିକ ସଂଘ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ଭାରତ ବନ୍ଦକୁ ଲକ୍ଷ୍ୟ […]

bus-strike-768x414-1

bus-strike-768x414-1

Manoranjan Sial
  • Published: Tuesday, 07 January 2020
  • Updated: 07 January 2020, 04:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକ ସଂଶୋଧନ ଆଇନ୍‌ (ସିଏଏ), ଦରଦାମ ବୃଦ୍ଧି ଓ ବେକାରୀ ପ୍ରଭୃତି ସମସ୍ୟାକୁ ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍ ‌ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି। ଏହାକୁ ଲକ୍ଷ୍ୟ କରି ଘରୋଇ ବସ ଚଳାଚଳ ନକରିବାକୁ ନିଷ୍ପତ୍ତି ନିଆଯାଇଛି। ବନ୍ଦ ସମୟରେ କୌଣସି ଅଘଟଣ ଘଟିବା ଆଶଙ୍କା କରି ଏପରି ନିଷ୍ପତ୍ତି ନିଆଯାଇଛି। ଏନେଇ ଘରୋଇ ମାଲିକ ସଂଘ ନିଷ୍ପତ୍ତି ନେଇଛି।

ଅନ୍ୟପକ୍ଷରେ ଭାରତ ବନ୍ଦକୁ ଲକ୍ଷ୍ୟ କରି ରାଜଧାନୀ ଭୁବନେଶ୍ୱରରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଛକ ଛକରେ ପୁଲିସ ମୁତୟନ ରହିବେ। ଜାତୀୟ ରାଜପଥ ଓ ରେଳ ଚଳାଚଳରେ ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ଦିଆଯିବ। ଏହାଛଡ଼ା ଆସନ୍ତାକାଲି କାର୍ଯ୍ୟ ଦିବସ ଥିବାରୁ ସଚିବାଳୟ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଫିସ୍‌ର କର୍ମଚାରୀଙ୍କ ପାଇଁ ବିଶେଷ ଧ୍ୟାନ ଦିଆଯିବ। ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରରେ ୧୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ। ଏହାଛଡ଼ା କମିଶନରେଟ୍ ପୁଲିସ ଅଫିସରମାନେ ମଧ୍ୟ ନିୟୋଜିତ ରହିବେ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି।


 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos