'ଓଟିଭି' ବିରୋଧରେ ଆସିଲା ସ୍ୱାଧିକାର ଭଙ୍ଗ ନୋଟିସ୍‌; ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ ହେଉଛି। ଓଡ଼ିଶାର ୧ ନମ୍ୱର ନ୍ୟୁଜ୍‌ ଚ୍ୟାନେଲ୍‌ ବିରୋଧରେ ବିଧାନସଭାରେ ଆସିଛି ସ୍ୱାଧିକାର ଭଙ୍ଗ ପ୍ରସ୍ତାବ। ସୋମବାର ଏକ ନିର୍ଦ୍ଦିଷ୍ଟ ତଥ୍ୟଭିତ୍ତିକ ଖବରକୁ ନେଇ କଂଗ୍ରେସର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଆଣିଛନ୍ତି ସ୍ୱାଧିକାର ଭଙ୍ଗ ପ୍ରସ୍ତାବ। ଯେଉଁଥିରେ ଉଲ୍ଲେଖ ରହିଛି, ଗୃହକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ହୋଇଛି। ଏହି ଖବର ପ୍ରସାରିତ ହେବା ଦ୍ୱାରା ବିଧାନସଭାର ସ୍ୱାଭିମାନ ଓ ଗରିମା କ୍ଷୁଣ୍ଣ ହୋଇଛି ବୋଲି ତାରା ଅଭିଯୋଗ କରିଛନ୍ତି। […]

otv

otv

Manoranjan Sial
  • Published: Tuesday, 20 November 2018
  • Updated: 20 November 2018, 08:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ ହେଉଛି। ଓଡ଼ିଶାର ୧ ନମ୍ୱର ନ୍ୟୁଜ୍‌ ଚ୍ୟାନେଲ୍‌ ବିରୋଧରେ ବିଧାନସଭାରେ ଆସିଛି ସ୍ୱାଧିକାର ଭଙ୍ଗ ପ୍ରସ୍ତାବ। ସୋମବାର ଏକ ନିର୍ଦ୍ଦିଷ୍ଟ ତଥ୍ୟଭିତ୍ତିକ ଖବରକୁ ନେଇ କଂଗ୍ରେସର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଆଣିଛନ୍ତି ସ୍ୱାଧିକାର ଭଙ୍ଗ ପ୍ରସ୍ତାବ। ଯେଉଁଥିରେ ଉଲ୍ଲେଖ ରହିଛି, ଗୃହକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ହୋଇଛି। ଏହି ଖବର ପ୍ରସାରିତ ହେବା ଦ୍ୱାରା ବିଧାନସଭାର ସ୍ୱାଭିମାନ ଓ ଗରିମା କ୍ଷୁଣ୍ଣ ହୋଇଛି ବୋଲି ତାରା ଅଭିଯୋଗ କରିଛନ୍ତି।

ବାଚସ୍ପତି ଏହି ସ୍ୱାଧିକାର ଭଙ୍ଗ ନୋଟିସ୍‌କୁ ଗ୍ରହଣ କରି ରୁଲିଂ ଦେଇଛନ୍ତି। ଓଟିଭିର କାହିଁକି ବିଧାନସଭାର ସିଧାପ୍ରସାରଣ ବାତିଲ ନହେବ, ସେନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ରୁଲିଂ ଦେଇଛନ୍ତି ବାଚସ୍ପତି।

ଗତକାଲି ପ୍ରଶ୍ନକାଳ ଆରମ୍ଭ ହେବା ପରେ ବିଜେଡି ବିଧାୟକମାନେ କେନ୍ଦ୍ର ବିରୋଧରେ ନାରା ଦେଇଥିଲେ। ଫଳରେ କମ୍ପିଥିଲା ବିଧାନସଭା। ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପାଖକୁ ଆସି ମନ୍ତ୍ରଣା କରିଥିଲେ ବିଧାନସଭା ସଚିବ। ଆଉ ତା’ପରେ ବାଚସ୍ପତିଙ୍କ ପାଖକୁ ଯାଇ ୩ଟା ଯାଏ ଗୃହକୁ ମୁଲତବୀ କରିବାକୁ ଧୀରେ ଧୀରେ କହିଥିଲେ। ତେବେ ଟେଲିଭିଜନ୍‌ରେ ସିଧା ପ୍ରସାରଣ ହେଉଥିବାରୁ ଏବଂ ବାଚସ୍ପତିଙ୍କ ମାଇକ୍ରୋଫୋନ ଅନ୍ ଥିବାରୁ ସଚିବଙ୍କ କଥା ସମସ୍ତେ ଶୁଣିପାରିଥିଲେ। ପରେ ବାଚସ୍ପତି ଗୃହକୁ ୩ଟା ଯାଏ ମୁଲତବୀ କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos