ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରସ୍ଥିତ ନନ୍ଦନକାନନରେ ଏକ ବାଘୁଣୀର ମୃତ୍ୟୁ ଘଟିଛି। ବୟସାଧିକ ଯୋଗୁ ବାଘୁଣୀ ପ୍ରିୟଙ୍କା ଆଜି ସକାଳ ୧୦ଟା ୩୦ରେ ପ୍ରାଣ ହରାଇଥିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମୃତ ବାଘୁଣୀ ପ୍ରିୟଙ୍କାର ବୟସ ୧୯ ବର୍ଷ ୫ ମାସ ହୋଇଥିଲା।
ଗତ ଦୁଇ ବର୍ଷ ହେଲା ସେ ଅସୁସ୍ଥ ଥିଲା। ତେଣୁ ତାର ରୀତିମତ ଚିକିତ୍ସା ଜାରି ରହିଥିଲା। ପ୍ରିୟଙ୍କା ୨୦୦୦ ମସିହା ମାର୍ଚ୍ଚରେ ଜନ୍ମଗ୍ରହଣ କରିଥିଲା। ପ୍ରିୟଙ୍କାର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୬କୁ ଖସି ଆସିଛି। ଏବେ ନନ୍ଦନକାନନରେ ୫ଟି ଅଣ୍ଡିରା ଓ ୮ଟି ସାଧାରଣ ମାଈ ବାଘ ଅଛନ୍ତି। ଏଥିସହ ଧଳାବାଘ ୪ଟି, ଧଳା ବାଘୁଣୀ ୫ଟି ଓ ୪ଟି କଳା ବାଘ ମଧ୍ୟ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଧାନ ଫସଲ ଜଗିଥିଲେ ଚାଷୀ; ଦଳିଦେଲେ ହାତୀ
ଆଜି ସକାଳେ ସ୍ଥାନୀୟ ଲୋକେ ବିଲକୁ ଯାଇଥିବା ବେଳେ ଗଣେଶଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।
Crime
ଭିଜିଲାନ୍ସ ଜାଲରେ ଡେପୁଟି ଜେନେରାଲ୍ ମ୍ୟାନେଜର୍; ୪ଟି ସ୍ଥାନରେ ଚଢ଼ାଉ
ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Accident
ବାଲିଯାତ୍ରାରେ ଅଘଟଣ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକଙ୍କ ଜୀବନ
କଟକ ତୁଳସୀପୁର ସ୍ଥିତ ଶିଶୁ ମନ୍ଦିରରେ ଯୁକ୍ତ ଦୁଇରେ ପଢୁଥିଲେ ବିଶ୍ୱ ପ୍ରକାଶ ।
Entertainment
ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା; ଫ୍ୟାନଙ୍କୁ ଦେଲେ ସରପ୍ରାଇଜ୍
ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।
Accident
ବାର୍ହା ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସେଥିରେ ପଡ଼ି ଚାଲିଗଲା ୩ ହାତୀଙ୍କ ଜୀବନ !
ଆଜି ସକାଳେ ସ୍ଥାନୀୟ ଲୋକେ ବୁରମାଲ ଜଙ୍ଗଲ ୩ଟି ହାତୀ ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ।