- Videos
- Odisha
- ବଢ଼ିପାରେ ରବୀନ୍ଦ୍ରଙ୍କ ଅଡୁଆ: ସାମୟିକ ସୁରକ୍ଷା ମାମଲାର ଶୀଘ୍ର ଶୁଣାଣି ପାଇଁ ସିବିଆଇ ଆବେଦନ
ବଢ଼ିପାରେ ରବୀନ୍ଦ୍ରଙ୍କ ଅଡୁଆ: ସାମୟିକ ସୁରକ୍ଷା ମାମଲାର ଶୀଘ୍ର ଶୁଣାଣି ପାଇଁ ସିବିଆଇ ଆବେଦନ
- Published: Friday, 24 November 2017
- , Updated: 24 November 2017, 10:27 PM IST
<p>କଟକ (ଓଡ଼ିଶା ରିପୋର୍ଟର): ସାଂସଦ ରବୀନ୍ଦ୍ର ଜେନାଙ୍କ ପାଇଁ ବଢ଼ିପାରେ ଅଡୁଆ। ହାଇକୋର୍ଟରୁ ସାଂସଦଙ୍କୁ ମିଳିଥିବା ସାମୟିକ ସୁରକ୍ଷା ମାମଲାର ଶୀଘ୍ର ଶୁଣାଣି ପାଇଁ ସିବିଆଇ ଆବେଦନ କରିଛି। ହାଇକୋର୍ଟରେ ସିବିଆଇ ଆଜି ବିଧିବଦ୍ଧ ଭାବେ ପିଟିସନ ଦାଖଲ କରିଛି।</p>
<p>ସିସୋର ଚିଟଫଣ୍ଡ ମାମଲାରେ ରବୀନ୍ଦ୍ର କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଯେଉଁଥିରେ କୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରିଥିଲେ। ସିସୋର ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ସାଂସଦ ଜେନା ସିବିଆଇରେ ଆଗରୁ ଏକାଧିକ ଥର ହାଜର ହୋଇଛନ୍ତି। ଚିଟଫଣ୍ଡ ସଂସ୍ଥା ସିସୋର ସହିତ ତାଙ୍କ ବ୍ୟବସାୟିକ ସମ୍ପର୍କ ଥିବା ନେଇ ଅଭିଯୋଗ ଆସିଥିଲା।</p>