ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଫେସର ଦୀପକ ବେହେରା ହେଲେ ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟିର ପ୍ରଥମ କୁଳପତି । ଏ ନେଇ କୁଳାଧିପତି ତଥା ରାଜ୍ୟପାଳଙ୍କ ଅଫିସରୁ ବିଜ୍ଞପ୍ତି ଜାରି ହୋଇଛି । ପ୍ରଫେସର ଦୀପକ ବେହେରା ବର୍ତ୍ତମାନ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି । ସେ ସମ୍ବଲପୁର ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱରେ ରହିବେ । ୨୦୨୧ ମସିହା ଜାନୁୟାରୀ ୧୭ ପର୍ଯ୍ୟନ୍ତ କିମ୍ବା ନୂଆ କୁଳପତି ନିଯୁକ୍ତ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ପ୍ରଫେସର ବେହେରା।
ସେହିପରି ବ୍ରହ୍ମପୁର ୟୁନିଭର୍ସିଟିର କୁଳପତି ଗୋବିନ୍ଦ ଜେ ଚକ୍ରପାଣି ଭବାନୀପାଟଣାସ୍ଥିତ କଳାହାଣ୍ଡି ୟୁନିଭର୍ସିଟିର ପ୍ରଥମ କୁଳପତି ଭାବେ ଦାୟିତ୍ୱ ନେବେ । ଏ ନେଇ ରାଜଭବନରୁ ବିଜ୍ଞପ୍ତି ଜାରି ହୋଇଛି । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ସହ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଭାବେ ବର୍ଷେ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ।
ଉଲ୍ଲେଖଯୋଗ୍ୟ ଯେ, ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟକୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଏବଂ ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ରାଜେନ୍ଦ୍ର ୟୁନିଭର୍ସିଟି ଭାବେ ରାଜ୍ୟ ସରକାର ଗତବର୍ଷ ଘୋଷଣା କରିଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ
ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
Miscellaneous
ବିଏମସି ନିଷ୍ପତ୍ତି: ମୃତ ସହଦେବଙ୍କ ପତ୍ନୀଙ୍କୁ ୫ଲକ୍ଷ ଟଙ୍କା ଓ ସୁପରଭାଇଜର ଚାକିରି
ବିଏମସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ତଥା ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୁପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ସହଦେବଙ୍କ ପରିବାରକୁ ଏହି ଅନୁକମ୍ପାମୂଳକ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି ।
Politics
ସହଦେବ ହତ୍ୟାକାଣ୍ଡ: ବିଜେଡି-ବିଜେପି ତୁତୁମେଁମେଁ, ସନ୍ଦେହ ଘେରରେ ମେୟରଙ୍କ ଭୂମିକା, ଫସିଯିବେ କି ଅନନ୍ତ
ସହଦେବଙ୍କ ପରିବାରକୁ ନ୍ୟାୟ ଦାବିରେ ସଫେଇ କର୍ମଚାରୀମାନେ ଦୁଇଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଆଜି ପ୍ରତ୍ୟାହାର ପରେ ଭୁବନେଶ୍ୱର ମେୟର ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି ।
Politics
ବିଶାଲ ଦାସଙ୍କ ସମେତ ୧୪ ଜଣଙ୍କ ନାଁରେ ମାମଲା
ଆଇଜି କହିଥିଲେ, ନିଖୋଜ ମାମଲାର ଚାଲିଛି ଖୋଳତାଡ଼। ଏହାର କିଛି ଘଣ୍ଟା ପରେ ଅର୍ଥାତ ବିଳମ୍ବିତ ରାତିରେ କେତେକ ସରପଞ୍ଚ, ସମିତି ସଭ୍ୟ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରାଇପାଲିର ହୋଟେଲରେ ଥିବା ବେଳେ ନିଜେ ସମର୍ଥକଙ୍କ ସହ ପହଞ୍ଚିଥିଲେ ବିଶାଲ ଦାସ।
Crime
ହଂସିକା ଓ ଅନୀଲଙ୍କ ସମ୍ପତ୍ତି ଶହେ କୋଟି ପାର୍ କଲାଣି!
ପୂର୍ବରୁ ପୋର୍ସେ, ଜାଗୁଆର, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ଜବତ କରିଛି କମିସନ୍ରେଟ୍ ପୁଲିସ୍। ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା।