ପ୍ରଫେସର ପ୍ରଭାତ ରାଉଳ ଓୟୁଏଟି ନୂଆ କୁଳପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ନୂଆ କୁଳପତି ଭାବେ ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ।  ପ୍ରଫେସର ରାଉଳ ଓୟୁଏଟି କୁଳପତି ଭାବେ ୩ବର୍ଷ ନିମନ୍ତେ କାର୍ଯ୍ୟ କରିବେ। ମିଳିଥିବା ସୂଚନା ଅନୁସାରେ, ପ୍ରଫେସର ରାଉଳ ଓୟୁଏଟି  ଡିନ୍ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ରାଜ୍ୟ ସରକାର ଡେପୁଟେସନରେ ଆପିକଲ୍ ପରିଚାଳନା ନିର୍ଦ୍ଦେଶକ ଭାବେ […]

pk

Ordigital Desk
  • Published: Friday, 09 September 2022
  • , Updated: 09 September 2022, 10:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ନୂଆ କୁଳପତି ଭାବେ ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ।  ପ୍ରଫେସର ରାଉଳ ଓୟୁଏଟି କୁଳପତି ଭାବେ ୩ବର୍ଷ ନିମନ୍ତେ କାର୍ଯ୍ୟ କରିବେ।

ମିଳିଥିବା ସୂଚନା ଅନୁସାରେ, ପ୍ରଫେସର ରାଉଳ ଓୟୁଏଟି  ଡିନ୍ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ରାଜ୍ୟ ସରକାର ଡେପୁଟେସନରେ ଆପିକଲ୍ ପରିଚାଳନା ନିର୍ଦ୍ଦେଶକ ଭାବେ ଡେପୁଟେସନରେ ପଠାଇଥିଲେ । ତେବେ ଓୟୁଏଟି କୁଳପତି ପବନ କୁମାର ଅଗ୍ରୱାଲଙ୍କ କାର୍ଯ୍ୟକାଳ ସମାପ୍ତ ହେବାପରେ ଏହି ଖାଲି ପଡ଼ିଥିବା ପଦବୀରେ କୃଷି ବିଶେଷଜ୍ଞ ପ୍ରଫେସର ରାଉଳଙ୍କୁ ନିଯୁକ୍ତି ମିଳିଛି । ପ୍ରଫେସର ରାଉଳ ଆପିକଲ୍ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ପୂର୍ବରୁ ଓୟୁଏଟିର ଡିନ୍ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ୨୯ବର୍ଷର ଅଧ୍ୟାପନା ଅଭିଜ୍ଞତା ଥିବାବେଳେ ସେ ୨୪ରୁ ଅଧିକ ପୁସ୍ତକ ଓ ୯ଜଣ ପିଏଚଡି ସ୍କଲାରଙ୍କୁ ଗାଇଡ୍ କରିଛନ୍ତି ।

ପ୍ରଫେସର ରାଉଳ ରାଜ୍ୟର ଜଣେ କୃଷି ବିଶେଷଜ୍ଞ ଭାବେ ପରିଚିତ । ସେ ଉଦ୍ୟାନକୃଷି ନିର୍ଦ୍ଦେଶକ ଭାବେ ମଧ୍ୟ କିଛି ଦିନ କାର୍ଯ୍ୟ କରିଥିବା ଜଣାପଡ଼ିଛି ।

Related story