ମଙ୍ଗୁ ମଠ ଭଙ୍ଗାଯିବା ପ୍ରତିବାଦରେ ରାଜଧାନୀରେ ଶୋଭାଯାତ୍ରା, ସାମିଲ ହେଲେ ପଞ୍ଜାବର ୨ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବାକୁ ନେଇ ଜୋରଦାର ବିରୋଧ କରାଯାଉଛି। ଗତକାଲି ପୁରୀରେ ଶିଖ୍ ସମାଜ ପକ୍ଷରୁ ବିରୋଧ କରାଯିବା ପରେ ଆଜି ଭୁବନେଶ୍ୱରରେ ବିଶାଳ ପ୍ରତିବାଦ ଶୋଭାଯାତ୍ରା ହୋଇଛି । ଏଥିରେ ପଞ୍ଜାବର ୨ ଜଣ ବିଧାୟକ ସମରଜିତ ସିଂହ ଓ ବଲଓ୍ୱନ୍ତ ସିଂହ ସାମିଲ ହୋଇଛନ୍ତି। ଖାରବେଳ ନଗରରୁ ମାଷ୍ଟରକ୍ୟାଣ୍ଟିନ ଯାଏ ହୋଇଥିବା ଶୋଭାଯାତ୍ରାରେ ଯୋଗଦେଇ ପଞ୍ଜାବ ଦୁଇ ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ମଠ ମନ୍ଦିର ନ […]

bbsr

bbsr

Jyoshna Pradhan
  • Published: Sunday, 22 December 2019
  • Updated: 22 December 2019, 03:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବାକୁ ନେଇ ଜୋରଦାର ବିରୋଧ କରାଯାଉଛି। ଗତକାଲି ପୁରୀରେ ଶିଖ୍ ସମାଜ ପକ୍ଷରୁ ବିରୋଧ କରାଯିବା ପରେ ଆଜି ଭୁବନେଶ୍ୱରରେ ବିଶାଳ ପ୍ରତିବାଦ ଶୋଭାଯାତ୍ରା ହୋଇଛି । ଏଥିରେ ପଞ୍ଜାବର ୨ ଜଣ ବିଧାୟକ ସମରଜିତ ସିଂହ ଓ ବଲଓ୍ୱନ୍ତ ସିଂହ ସାମିଲ ହୋଇଛନ୍ତି।

ଖାରବେଳ ନଗରରୁ ମାଷ୍ଟରକ୍ୟାଣ୍ଟିନ ଯାଏ ହୋଇଥିବା ଶୋଭାଯାତ୍ରାରେ ଯୋଗଦେଇ ପଞ୍ଜାବ ଦୁଇ ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ମଠ ମନ୍ଦିର ନ ଭାଙ୍ଗି କିପରି ସୌନ୍ଦର୍ଯ୍ୟକରଣ ହୋଇପାରୁଛି, ମୁଖ୍ୟମନ୍ତ୍ରୀ ପଞ୍ଜାବ ଯାଇ ଦେଖନ୍ତୁ ବୋଲି ଏହି ଦୁଇ ବିଧାୟକ କହିଛନ୍ତି। ଏହାଛଡ଼ା ଦୁହେଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ଚାହିଁଥିଲେ ବି ସୁଯୋଗ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ମଙ୍ଗୁ ମଠ ନେଇ ପଦକ୍ଷେପ ନନିଅନ୍ତି, ତା’ହେଲେ ପଞ୍ଜାବରୁ ଲକ୍ଷ ଲକ୍ଷ ଶିଖ୍ ଆସି ଆନ୍ଦୋଳନ କରିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos