ନିରାମିଷ ପ୍ରତିବାଦ: ଅଣ୍ଡା ନୁହେଁ, ଗୋବର

ଭୁବନେଶ୍ୱର(ମିହିର ପଟ୍ଟନାୟକ): ଗାଈ ହେଉକି ଷଣ୍ଡ, ‘ଗୋବର’ ସବୁବେଳେ ପୂଜ୍ୟ ଆଉ ନମସ୍ୟ। ଅଣ୍ଡା ଯେପରି ସୃଷ୍ଟି ତତ୍ତ୍ୱର ପ୍ରତୀକ, ଗୋବର ମଧ୍ୟ ସେହିପରି ସ୍ୱଚ୍ଛତାର ପ୍ରତୀକ ବୋଲି ଲୋକଙ୍କ ବିଶ୍ୱାସ ।  ପୂର୍ବକାଳରେ ଘର ଲିପିବାକୁ ଦାଣ୍ଡ ବାରଣ୍ଡାରେ ଗୋବର ଗଦା କରାଯାଉଥିଲା। ମିଛରେ ଖାଲି ଯେ କେବଳ ମିଛରେ ଗଦାଇ ରଖାଯାଉଥିଲା ତାହା ନୁହେଁ, ବରଂ ଏହାର ଅନେକ ଉପାକାରିତା ମଧ୍ୟ ଆମ ପୂର୍ବଜମାନେ ଜାଣିଥିଲେ। ଗୋବରରେ ଥିବା ଏସିଡ୍‌ ସକାଶେ ସାପ ଦୁଆର […]

Gobara

Rakesh Mallick
  • Published: Saturday, 10 February 2018
  • , Updated: 10 February 2018, 06:37 PM IST

ଭୁବନେଶ୍ୱର(ମିହିର ପଟ୍ଟନାୟକ): ଗାଈ ହେଉକି ଷଣ୍ଡ, ‘ଗୋବର’ ସବୁବେଳେ ପୂଜ୍ୟ ଆଉ ନମସ୍ୟ। ଅଣ୍ଡା ଯେପରି ସୃଷ୍ଟି ତତ୍ତ୍ୱର ପ୍ରତୀକ, ଗୋବର ମଧ୍ୟ ସେହିପରି ସ୍ୱଚ୍ଛତାର ପ୍ରତୀକ ବୋଲି ଲୋକଙ୍କ ବିଶ୍ୱାସ ।  ପୂର୍ବକାଳରେ ଘର ଲିପିବାକୁ ଦାଣ୍ଡ ବାରଣ୍ଡାରେ ଗୋବର ଗଦା କରାଯାଉଥିଲା। ମିଛରେ ଖାଲି ଯେ କେବଳ ମିଛରେ ଗଦାଇ ରଖାଯାଉଥିଲା ତାହା ନୁହେଁ, ବରଂ ଏହାର ଅନେକ ଉପାକାରିତା ମଧ୍ୟ ଆମ ପୂର୍ବଜମାନେ ଜାଣିଥିଲେ। ଗୋବରରେ ଥିବା ଏସିଡ୍‌ ସକାଶେ ସାପ ଦୁଆର ମାଡନ୍ତି ନାହିଁ । ତେଣୁ ପିଲାଛୁଆ ଘର ପାଇଁ ସୁରକ୍ଷାଦାତାର କାମ କରୁଥିଲା ଗୋବର । ସେହିପରି ଆଗରୁ ଗାଁ ଗଣ୍ଡାରେ ଥିବା ମାଟି ଘରକୁ ଗୋବରରେ ଲିପା ଯାଉଥିଲା। ଏହାର ମଧ୍ୟ ସ୍ୱାସ୍ଥ୍ୟଗତ ଉପକାରିତା ଥିଲା। କିନ୍ତ ଏବେତ ଆଉ ମାଟିଘର ନାହିଁ। ତେଣୁ ଗୋବରକୁ ସମସ୍ତେ ପ୍ରାୟ ଭୁଲି ଗଲେଣି। ଏପରିକି ଲୋକେ ଆଉ ନିଜ ଜମିରେ ଗୋବର ଖତ ନ ଦେଇ ସାର ପ୍ରୟୋଗ କରୁଛନ୍ତି। ତେଣୁ ଗୋବର କେବଳ ପାରମ୍ପରିକ ପୂଜାପାର୍ବଣରେ ବେଳେ ବେଳେ ଦରକାର ପଡୁଛି। ଫଳରେ ଗୋବର ଏବେ ଅଲୋଡା।

ହେଲେ କିଛି ଦିନ ହେବ ଅଲୋଡା ହୋଇଯାଇଥିବା ଗୋବର ଆଜି ପୁଣି ମନେପଡିଛି। ଏହାର ଉପଯୋଗିତା ଦେଖିବାକୁ ମିଳିଛି ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ। ଆପଣ ଭାବୁଥିବେ ରାଜ୍ୟରେ ତ ଆଉ ମାଟିଘର ନାହିଁ । ଗାଁ ଗଣ୍ଡା କଥା ଛାଡନ୍ତୁ। ରାଜଧାନୀ ଭୁବନେଶ୍ୱରରେ ମାଟିଘର ଆସିବ କୋଉଠୁ ଯେ, ଗୋବର କଥା ମନେପଡିଲା । ହେଲେ କଥାଟି ସତ। ଆମ ଭୁବନେଶ୍ୱରିଆ ଭାଇମାନେ ଗୋବରର ସଦୁପଯୋଗ କରିଛନ୍ତି। ଯାହାକୁ ନେଇ ଆରମ୍ଭ ହୋଇଛି ତନାଘନା।

ନିକଟରେ ନେତାଙ୍କୁ ଅଣ୍ଡାମାଡ ଘଟଣା ଚର୍ଚ୍ଚିତ ପ୍ରସଙ୍ଗ ହୋଇ ରହିଥିବା ବେଳେ ଏବେ କୁଆଡେ ନୂଆ ଉପାୟରେ ପ୍ରତିବାଦ କରାଯାଉଛି। ଆଜି ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଆମ ୩ୟ ମହଲାର ପରାକ୍ରମୀ ତାମିଲ ବାବୁ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ଘରକୁ ଗୋବର ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ। ଖାଲି ଗୋବର ଫୋପାଡି ନାହାଁନ୍ତି ବରଂ ତାଙ୍କ ଘରେ ପଶି ଫୁଲକୁଣ୍ଡ ଫିଙ୍ଗି ଫୋପାଡି ନଷ୍ଟ କରିଛନ୍ତି।

ହେଲେ ଏଇ ଗୋବର କାହାର ତାହାକୁ ନେଇ ଅଡୁଆ ଛିଣ୍ଡୁନି। ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କଠାରୁ ଆରମ୍ଭ କରି ବାବୁ କମିଶନର ଖୁରାନିଆ ସାହେବ, ତାମିଲ ବାବୁଙ୍କ ବସାଘର ଆଡେ ପହଞ୍ଚି ଗୋବରର  ଯାଞ୍ଚ କରିଛନ୍ତି। ସେ କ’ଣ ଯାଞ୍ଚ କରୁଛନ୍ତି ସେ ବାବଦରେ ଆମର କିଛି ଯାଏଆସେ ନାହିଁ। ହେଲେ କିଛି ଭୁବନେଶ୍ୱରିଆଙ୍କୁ ଏବେ ଚିନ୍ତା ଘାରିଛି ଏ ଗୋବର କାହାର ବୋଲି । ଯଦି ଷଣ୍ଢର ତା ହେଲେ ଷଣ୍ଢକୁ ବାନ୍ଧି ସାବାଡ୍‌ କରିବା ଦରକାର। ଆଉ ଯଦି ଗାଈର ତା ହେଲେ ମାଣବସାରେ ଏହାକୁ ଯେଭଳି ସମ୍ମାନ ଦିଆଯାଉଥିଲା, ସେଭଳି ସମ୍ମାନ ଦେବା ଉଚିତ୍‌ ବୋଲି ସେମାନଙ୍କ ମତ।

ହେଲେ ସେମାନଙ୍କ ଏଭଳି ମନ୍ତବ୍ୟର କାରଣ ଜାଣିଲେ ଆପଣ କେବା ହେବେ। ପୂର୍ବରୁ ବିଜେଡିରେ ଯୋଗ ଦେଇଥିବା ଅଭିନେତା ମିହିର ଦାସ କିଛି ଦିନ ତଳେ ଭାଜପାର ଗେରୁଆ ରଙ୍ଗକୁ ଆପଣେଇଛନ୍ତି। ଆଉ ତାଙ୍କ ପଦ୍ମଧରା ପର୍ବର ପ୍ରଥମ ଦିନରେ ସେ କ’ଣ କହିଥିଲେ ଥରେ ମନେ ପକାନ୍ତୁ ତ ! ବାବୁ କହିଥିଲେ, ସେ କୁଆଡେ ଗାଈ ନୁହେଁ ଷଣ୍ଢର “ଗୋବର।’’। ତା ମାନେ ମିହିର ବାବୁ ନିଜକୁ ପାୱାରଫୁଲ ଦଳରେ ସାମିଲ କରି ‘ଷଣ୍ଢ ଗୋବର’ର ମହିମା ଗାନ କରିଥିଲେ। ସେଇକଥାକୁ ଭାବି ତର୍ଜମା କଲେ ଆମର ମନରେ ପ୍ରଶ୍ନ ଉଠୁଛି  କି, ପାଣ୍ଡିଆନ୍‌ ବାବୁଙ୍କ ଘରକୁ ମାଡ଼ ହୋଇଥିବା ଗୋବର ବାସ୍ତବରେ କାହାର ! ଷଣ୍ଢର ନା ଗାଈର ?

ଏହି ଘଟଣାରେ ଆଉ ଗୋଟିଏ ଦିଗ ବି ଥାଇପାରେ ବୋଲି ପଣ୍ଡିତମାନେ ମତବ୍ୟକ୍ତ କରୁଛନ୍ତି। ବିଜେପି ବାଲାଏ ‘ଦେଶୀ’ ରେ ବିଶ୍ୱାସ କରନ୍ତି। ତେଣୁ ସେମାନେ ପୁରୁଣା ଦିନର ‘ଗୋବର ଲିପା’ ପରମ୍ପରାକୁ ପୁଣି ଫେରାଇ ଆଣିବାକୁ ଚାହୁଁଛନ୍ତି। ତେଣୁ ଗେଟ୍‌ରେ ଅଏଲ ପେଣ୍ଟିଂ କିମ୍ବା ଘର କାନ୍ଥରେ ଡିସ୍‌ଟେମ୍ପର ନ ଲଗାଇ ଏଣିକି ଗୋବର ଲିପିବାକୁ ବିଜେପି ପରୋକ୍ଷରେ ବୋଧେ  ଧମକ ଦେଉଛି। ତାମିଲ ବାବୁ ପାଣ୍ଡିଆନ୍‌ ଓଡିଆ ପରମ୍ପରାକୁ ଟିକେ ସମ୍ମାନ ଦିଅନ୍ତୁ, ନ ହେଲେ ଏମିତି ପରିସ୍ଥିତିରେ ସମ୍ମୁଖୀନ ହେବାକୁ ପଡିବ।

Related story