ମଣ୍ଡିରୁ କିଣା ହେଉନି ଧାନ: ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ କଂଗ୍ରେସର ଧାରଣା

ମାଲକାନଗିରି (ଜିତେନ୍ଦ୍ର ବେଉରା): ମଣ୍ଡିରୁ ଧାନ କିଣା ଯାଉ ନଥିବା ଅଭିଯୋଗରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ। ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ମାଲକାନଗିରିରେ ଏହି ଆନ୍ଦୋଳନ କରାଯାଉଛି। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ବସ୍ତା ରଖି ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି। ୩ ମାସ ହେଲାଣି ମାଲକାନଗିରି ଜିଲ୍ଲାରେ ମଣ୍ଡି ଖୋଲିଥିବା ବେଳେ ଏପର୍ଯ୍ୟନ୍ତ ଧାନ କିଣା ଶେଷ ହୋଇ ପାରୁନାହିଁ। ଚାଷୀମାନେ ଶୀତ କାକରରେ ବସି ହଇରାଣ ହେଉଛନ୍ତି। ଏନେଇ ସେମାନେ […]

congress1

congress1

Jitendra Garnayak
  • Published: Monday, 11 February 2019
  • Updated: 11 February 2019, 09:37 AM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ମଣ୍ଡିରୁ ଧାନ କିଣା ଯାଉ ନଥିବା ଅଭିଯୋଗରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ। ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ମାଲକାନଗିରିରେ ଏହି ଆନ୍ଦୋଳନ କରାଯାଉଛି। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ବସ୍ତା ରଖି ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି।

୩ ମାସ ହେଲାଣି ମାଲକାନଗିରି ଜିଲ୍ଲାରେ ମଣ୍ଡି ଖୋଲିଥିବା ବେଳେ ଏପର୍ଯ୍ୟନ୍ତ ଧାନ କିଣା ଶେଷ ହୋଇ ପାରୁନାହିଁ। ଚାଷୀମାନେ ଶୀତ କାକରରେ ବସି ହଇରାଣ ହେଉଛନ୍ତି। ଏନେଇ ସେମାନେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ବି କିଛି ସୁଫଳ ମିଳୁନି। ତେଣୁ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି। ମଣ୍ଡିରୁ ଧାନ ନ ଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

[caption id="attachment_338155" align="aligncenter" width="750"]congress2 ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାନବସ୍ତା ରଖି କଂଗ୍ରେସ କର୍ମୀଙ୍କ ଧାରଣା[/caption]

ପ୍ରଦୀପ ମାଝୀ କହିଛନ୍ତି, ଜିଲ୍ଲାର ୬୦ ପ୍ରତିଶତ ଧାନମଣ୍ଡିରୁ ଧାନ ଉଠି ନାହିଁ। ସରକାର ଧାନ କିଣୁ ନାହାନ୍ତି। ଫଳରେ ଚାଷୀମାନେ ମାସ ମାସ ଧରି ମଣ୍ଡିରେ ପଡ଼ି ରହିଛନ୍ତି ଓ ହଇରାଣ ହେଉଛନ୍ତି। ଫେବୃଆରୀ ୧୦ ତାରିଖ ସୁଦ୍ଧା ସବୁ ମଣ୍ଡିରୁ ଧାନ କିଣା ଶେଷ ନ ହେଲେ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯିବ ବୋଲି ମାଲକାଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୂର୍ବରୁ ଚେତାବନୀ ଦିଆଯାଇଥିଲା। ସେହି ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ ନ ହେବାରୁ ଆମେ ଧାରଣାରେ ବସିଛୁ। ଜିଲ୍ଲାର ସବୁ ମଣ୍ଡିରୁ ଧାନ କିଣା ନଗଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ଭୟାବହ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos