ଆଜି ବରଗଡ଼ର ୧୨ଟି ସ୍ଥାନରେ ଘଣ୍ଟାଏ ପାଇଁ ଚକାଜାମ୍

ବରଗଡ଼: ଆଜି ବରଗଡ଼ରେ ଘଣ୍ଟିକିଆ ଚକାଜାମ୍ ଆନ୍ଦୋଳନ।  ବରଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଘଣ୍ଟିକିଆ ଚକା ଜାମ୍ ଡାକରା ଦିଆଯାଇଛି।  ଚାଷୀ ଆତ୍ମହତ୍ୟା ଓ ଚକଡ଼ା ପୋକ ପ୍ରସଙ୍ଗରେ ଏହି ଚକା ଜାମ୍ କରିବ ବିଜେପି।  ଦିନ ୧୧ଟାରୁ ୧୨ଟା ମଧ୍ୟରେ ଜିଲ୍ଲାର ୧୨ଟି ସ୍ଥାନରେ ଏହି ଆନ୍ଦୋଳନ କରାଯିବ।  ବିଜେପି ନେତା ତଥା ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଏହି ସୂଚନା ଦେଇଛନ୍ତି। ସରକାରଙ୍କ ମରୁଡ଼ି ପ୍ୟାକେଜ୍ ଘୋଷଣା ପରେ ବି ବରଗଡ଼ରେ ଗତ ୬ […]

bjppradeep

Rakesh Mallick
  • Published: Wednesday, 01 November 2017
  • , Updated: 01 November 2017, 07:59 AM IST

ବରଗଡ଼: ଆଜି ବରଗଡ଼ରେ ଘଣ୍ଟିକିଆ ଚକାଜାମ୍ ଆନ୍ଦୋଳନ।  ବରଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଘଣ୍ଟିକିଆ ଚକା ଜାମ୍ ଡାକରା ଦିଆଯାଇଛି।  ଚାଷୀ ଆତ୍ମହତ୍ୟା ଓ ଚକଡ଼ା ପୋକ ପ୍ରସଙ୍ଗରେ ଏହି ଚକା ଜାମ୍ କରିବ ବିଜେପି।  ଦିନ ୧୧ଟାରୁ ୧୨ଟା ମଧ୍ୟରେ ଜିଲ୍ଲାର ୧୨ଟି ସ୍ଥାନରେ ଏହି ଆନ୍ଦୋଳନ କରାଯିବ।  ବିଜେପି ନେତା ତଥା ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଏହି ସୂଚନା ଦେଇଛନ୍ତି।

ସରକାରଙ୍କ ମରୁଡ଼ି ପ୍ୟାକେଜ୍ ଘୋଷଣା ପରେ ବି ବରଗଡ଼ରେ ଗତ ୬ ଦିନ ମଧ୍ୟରେ ଜୀବନ ହାରିଲେଣି ୩ ଜଣ ଚାଷୀ। ଗତକାଲି ଚକଡ଼ା ଗୁଣ୍ଡି ପୋକ ଯୋଗୁଁ ଜିଲ୍ଲାର ଜଣେ ଚାଷୀ ବୃନ୍ଦା ସାହୁ ନିଜ କ୍ଷେତକୁ ନିଜେ ଜାଳି ଦେଇଥିଲେ।

Related story